ଲଦାଖରେ ଭୟଙ୍କର ବରଫ ଝଡ, ରେସକ୍ୟୁ ଅଭିଯାନ ଜାରୀ


ଜମ୍ମୁ କାଶ୍ମୀରର ଲଦାଖରେ ଆସିଥିବା ଭୟଙ୍କର ବରଫ ଝଡରେ ୧୦ ଜଣ ପର୍ଯ୍ୟଟକ ବରଫ ତଳେ ଚାପି ହୋଇ ରହିଛନ୍ତି । ବର୍ତ୍ତମାନ ଭାରତୀୟ ସେନା ଏବଂ ରେସକ୍ୟୁ ଟିମ ଦ୍ୱାରା ପର୍ଯ୍ୟଟକଙ୍କୁ ବାହାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଯାଇଥିବା ବେଳେ ଏହାର ସଂଖ୍ୟା ଆହୁରୀ ଅଧିକ ବଢିପାରେ ବୋଲି କଳନା କରାଯାଉଛି ।

ଏହି ଭୟଙ୍କର ବରଫ ଝଡରେ ଆଜି ସକାଳ ୭ଟା ବେଳେ ଲଦାଖର ‘ଖାରଦୁଙ୍ଗ ଲା’ ଅଞ୍ଚଳରେ ଘଟିଛି । ବାରମ୍ବାର ପାଣିପାଗର ପରିବର୍ତ୍ତନ ଯୋଗୁଁ ରେସକ୍ୟୁ ଅଭିଯାନରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ଲଦାଖରରେ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିଛି । ବର୍ତ୍ତମାନ କେତେ ଜଣ ପର୍ଯ୍ୟଟକ ବରଫ ତଳେ ଚାପି ହୋଇ ରହିଛନ୍ତି ତା’ର ସଠିକ ସୂଚନା ମିଳିନଥିବବେଳେ ଏହା ଅଧିକ ବଢିପାରେ ବୋଲି ଆଶା କରାଯାଉଛି ।


Share It

Comments are closed.