ଜେନ୍‌ଜୋ ପକ୍ଷରୁ ପ୍ରଥମ ହାଇ-ଟେକ୍ ୫ଜି ଆମ୍ବୁଲାନ୍ସର ଶୁଭାରମ୍ଭ


ଭୁବନେଶ୍ୱର : ରୋଗୀମାନଙ୍କୁ ଏକ ସାମଗ୍ରିକ ଓ ନିର୍ଭରଯୋଗ୍ୟ ପ୍ରି-ହସ୍ପିଟାଲ କେୟାର ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ଜେନ୍‌ଜୋ ପକ୍ଷରୁ ଏହାର ଅତ୍ୟାଧୁନିକ ୫ଜି-ସକ୍ଷମ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଗୁଡିକ ସହିତ କମ୍ପାନୀ ଜରୁରୀକାଳିନ ଚିକିତ୍ସା ସେବା କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ପ୍ରସ୍ତୁତ ରହିଛି ।ଏହି ଆମ୍ବୁଲାନ୍ସଗୁଡିକ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଉପକରଣ ଓ ୫ଜି କନେକ୍ଟିଭିଟି ସହ ସୁସଜ୍ଜିତ ରହିଛି ଯାହା ରିଅଲ୍‌-ଟାଇମ୍ ଡାଟା ଟ୍ରାନ୍ସମିଶନ, ରୋଗୀ ତଦାରଖ ଓ ଶୀର୍ଷ ସ୍ତରର ଜରୁରୀକାଳିନ ଚିକିତ୍ସା ସେବାର ନୂତନ ଯୁଗରେ ପ୍ରବେଶ କରିଛି । ଏହି ପ୍ରଥମ ୫ଜି ସକ୍ଷମ ଆମ୍ବୁଲାନ୍ସକୁ ମୁଖ୍ୟ ଅତିଥି ଆଡ୍‌ଭୋକେଟ୍ ରାହୁଲ ନର୍‌ୱେକର୍‌ଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି ଅବସରରେ ରାମଦେବ କ୍ରିଷ୍ଣନ୍ (ବିଜ୍‌ନେସ ହେଡ୍‌, ଡିଜିଟାଲ ହେଲ୍‌ଥକେୟାର ସଲ୍ୟୁଶନ୍ସ, ଟାଟା କମ୍ୟୁନିକେଶନ୍ସ), ଡଃ ନିତିନ ଜଗସିଆ (ଆପୋଲୋ ହସ୍ପିଟାଲ-ନଭି ମୁମ୍ବାଇ, ଏମର୍ଜେନ୍ସି ମେଡିକାଲ ସର୍ଭିସେସ୍ ମୁଖ୍ୟ),  ଡଃ ପରାଗ ରିନ୍ଦାନି (ୱକ୍‌ହାର୍ଡ ହସ୍ପିଟାଲ୍ସ ଲିମିଟେଡ, ସିଇଓ), ଶ୍ୱେତା ମଙ୍ଗଳ (ଜେନ୍‌ଜୋ-ନିର୍ଦ୍ଦେଶକ) ଓ ସାଫି ମାଥେର୍ (ଜେନ୍‌ଜୋ-ପ୍ରତିଷ୍ଠାତା) ଆଦି ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଜେନ୍‌ଜୋର ୫ଜି ସକ୍ଷମ ଆମ୍ବୁଲାନ୍ସଗୁଡିକୁ ଶୀଘ୍ର ଓ ପ୍ରଭାବୀ ଜରୁରୀକାଳିନ ଚିକିତ୍ସା ସେବା ପାଇଁ ବଢୁଥିବା ଚାହିଦାକୁ ପୂରଣ କରିବା ଲାଗି ଡିଜାଇନ୍ କରାଯାଇଛି । ଟାଟା କମ୍ୟୁନିକେଶନ୍ସ ଏହି ଆମ୍ବୁଲାନ୍ସର ଟେକ୍ନୋଲୋଜି ସକ୍ଷମକାରୀ ଥିଲା ଯିଏ ଏକାଧିକ ମେଡିକାଲ ଉପକରଣଗୁଡିକୁ ଏକତ୍ରିତ କରିବା ପାଇଁ ଏକ ପ୍ଲାଟ୍‌ଫର୍ମ ନିର୍ମାଣ କରିଛି ଏବଂ ଏହାର କନେକ୍ଟିଭିଟି ବାଧାହୀନ ଡାଟା ଟ୍ରାନ୍ସମିଶନକୁ ସକ୍ଷମ କରୁଛି ଯାହା ବିଶେଷଜ୍ଞଙ୍କୁ ଜରୁରୀ ସୂଚନା, ନିଦାନ ଓ ମେଡିକାଲ ରେକର୍ଡଗୁଡିକୁ ବାସ୍ତବ ସମୟରେ ଆକ୍‌ସେସ୍ କରିବାକୁ ଅନୁମତି ଦେଉଛି । ଏହି ୫ଜି ସକ୍ଷମ ଆମ୍ବୁଲାନ୍ସରେ ଭେଂଟିଲେଟର୍‌, ଡିଫାଇବ୍ରିଲେଟର୍ସ, ଇସିଜି ମେଶିନ୍‌, ମଲ୍ଟିପାରା ପେସେଂଟ୍ ମନିଟର, ସିରିଞ୍ଜ ପମ୍ପ ଓ ଡିଜିଟାଲ ଷ୍ଟେଥୋସ୍କୋପ୍ ସମେତ ପ୍ରମୁଖ ଜୀବନରକ୍ଷାକାରୀ ଉପକରଣ ରହିଛି ।ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ସହ ଦୂରରୁ ଯୋଗାଯୋଗ କରିବା ଲାଗି ଏଥିରେ ହାଇଟେକ୍ ଉପକରଣ ରହିଛି । ସେହିପରି ଜେନ୍‌ଜୋ ମୋବାଇଲ ଆପ୍ ପ୍ରି-ହସ୍ପିଟାଲ କେୟାର କ୍ଷେତ୍ରରେ ଏକାଧିକ ଲାଭ ପ୍ରଦାନ କରୁଛି । ଏହା ନିକଟସ୍ଥ ଆମ୍ବୁଲାନ୍ସର ଶୀଘ୍ର ବୁକିଙ୍ଗ ପାଇଁ ସହଜ ନାଭିଗେଶନ ସମେତ ଜିପିଏସ୍ ଟ୍ରାକିଂ ଦ୍ୱାରା ସକ୍ଷମ ଉପଭୋକ୍ତା ଅନୁକୂଳ ଇଂଟରଫେସ୍ ସହ ଆସୁଛି ।

ଏହି ଶୁଭାରମ୍ଭ ସମ୍ପର୍କରେ ଜେନ୍‌ଜୋର ପ୍ରତିଷ୍ଠାତା ସାଫି ମାଥେର୍ କହିଛନ୍ତି, ‘ଆମେ ଆମର ଆଡ୍‌ଭାନ୍ସଡ୍ ୫ଜି-ସକ୍ଷମ ଆମ୍ବୁଲାନ୍ସଗୁଡିକ ସହିତ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରିବା ଦିଗରେ ଏକ ବଡ ପଦକ୍ଷେପ ଗ୍ରହଣ କରିଛୁ । ଟେକ୍ନୋଲୋଜି ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବର୍ଦ୍ଧିତ ଭୂମିକା ନିଭାଉଛି ।୫ଜି କନେକ୍ଟିଭିଟିର ଶକ୍ତିକୁ ବ୍ୟବହାର କରି ଆମେ ଆମର ମେଡିକାଲ ଟିମ୍‌କୁ ରୋଗୀଙ୍କୁ ବାସ୍ତବ ସମୟରେ ଜରୁରୀକାଳିନ ଚିକିତ୍ସା ସେବା ପ୍ରଦାନ କରିବା ଲାଗି ସଶକ୍ତ କରିଛୁ । ଏହି ୫ଜି ସକ୍ଷମ ଆମ୍ବୁଲାନ୍ସଗୁଡିକ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏକ ଗେମ୍‌-ଚେଞ୍ଜର ହେବ ।’ ଅନ୍ୟପକ୍ଷରେ ଜେନ୍‌ଜୋ ଏକାଧିକ ଆମ୍ବୁଲାନ୍ସ ସେବା ଯେପରିକି ଆମ୍ବୁଲାନ୍ସ ସବ୍‌ସ୍କ୍ରିପ୍‌ଶନ, ଆମ୍ବୁଲାନ୍ସ ଅନ୍‌ସାଇଟ୍‌, ଇଭେଂଟ୍ ଆମ୍ବୁଲାନ୍ସ, ଏୟାର ଆମ୍ବୁଲାନ୍ସ ଓ ମୋବାଇଲ ମେଡିକାଲ ଭ୍ୟାନ୍ ଆଦି ପ୍ରଦାନ କରୁଛି ।

ଏହି ଅବସରରେ ଜିକିତ୍ସାର ନିର୍ଦ୍ଦେଶକ ଶ୍ୱେତା ମଙ୍ଗଳ କହିଛନ୍ତି, ‘ଆମେ ଏହି ଏମର୍ଜେନ୍ସି ପ୍ରି-ହସ୍ପିଟାଲ କେୟାର ସର୍ଭିସ୍‌ର ଆରମ୍ଭ କରି ଉତ୍ସାହିତ ରହିଛୁ । ଉପଭୋକ୍ତାଙ୍କୁ ଶୀଘ୍ର ଓ ବାଧାହୀନ ସେବା ପ୍ରଦାନ କରିବା ପାଇଁ ଆମ ନିକଟରେ ଜେନ୍‌ଜୋ ଆପ୍ ମଧ୍ୟ ରହିଛି । ଉପଭୋକ୍ତାମାନେ ଏଥିରେ ବେସିକ୍‌, କାର୍ଡିଆକ୍‌, ୫ଜି, ଏୟାର କିମ୍ବା ଟ୍ରେନ୍ ଆମ୍ବୁଲାନ୍ସ ଆଦି ସେବା ବୁକ୍ କରିପାରିବେ ଓ ତତ୍କାଳ ଚିକିତ୍ସା ସହାୟତା ପାଇପାରିବେ । ଆମେ କର୍ପୋରେଟ୍‌ଗୁଡିକ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟସେବା ଲାଗି ଜେନ୍‌ଜୋକୁ ଏକ ୱାନ୍‌ଷ୍ଟପ୍ ମେଡିକାଲ କନ୍‌ସିଏର୍ଜ କରିବା ପାଇଁ ଲକ୍ଷ୍ୟ ରଖିଛୁ ଯେଉଁଥିରେ ଆମ୍ବୁଲାନ୍ସ ଆଟ୍ ସାଇଟ୍‌, ୱେଲ୍‌ନେସ୍ ଆଟ୍ ୱର୍କପ୍ଲେସ୍‌, କର୍ମଚାରୀଙ୍କ ପାଇଁ ଟେଲି-ହେଲ୍‌ଥ ସର୍ଭିସ୍‌, ମେଡିକାଲ ରୁମ୍‌, ଡକ୍ଟର ଅନ୍ ସାଇଟ୍‌, ପ୍ରିଭେଂଟିଭ୍ ହେଲ୍‌ଥ ଚେକ୍‌ଅପ୍ ଓ ଅକ୍ୟୁପେଶ୍‌ନାଲ ହେଲ୍‌ଥ ସେଂଟର୍ ଆଦି ସାମିଲ ରହିଛି ।


Share It

Comments are closed.