ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କ୍ଲିୟରଟ୍ରିପ୍ ସହିତ ସହଯୋଗିତା ସ୍ଥାପନ


ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ କ୍ଲିୟରଟ୍ରିପ୍‌, ଏକ ଫ୍ଲିିିିପ୍‌କାର୍ଟ ଅଧିନ କମ୍ପାନୀ ସହିତ ସହଯୋଗିତା ସ୍ଥାପନ କରିଛି । ଏହି ସହଯୋଗିତା ଅଧୀନରେ ଆକ୍ସିିସ୍ ବ୍ୟାଙ୍କର ନୂଆ ଓ ପୁରୁଣା କ୍ରେଡିଟ୍ କାର୍ଡ ଗ୍ରାହକମାନେ କ୍ଲିୟର୍‌ଟ୍ରିପ୍ ମାଧ୍ୟମରେ ଭ୍ରମଣ ବୁକିଂ କରିବା ବେଳେ ଲାଭ ପାଇପାରିବେ । ଘରୋଇ ବିମାନରେ ସିଟ୍ ବୁକିଂରେ ୧୨୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ୫୦୦ ଟଙ୍କା ପର୍ଯ୍ୟନ୍ତ ମାଗଣା ଭୋଜନ, କନ୍‌ଭିନିଏନ୍‌ସ ଫି’ ଛାଡ଼ ଆଦି ସୁବିଧା ସହିତ ସିଟିଫ୍ଲେକ୍ସ ମ୍ୟାକ୍ସ ଅଧୀନରେ ମାତ୍ର ୧ ଟଙ୍କା ଦେଇ ଫ୍ଲାଇଟ୍ ବାତିଲ କିମ୍ବା ପୁନଃ ନିର୍ଘଂଟ କରିପାରିବେ । ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଗ୍ରାହକମାନେ କଲେକ୍‌ଟିଂ/ ରିଡିମ୍ ନକରି ମଧ୍ୟ ବହୁ ସ୍ୱତନ୍ତ୍ର ଅଫରର ଲାଭ ଉଠାଇପାରିବେ ।
ଏହି ସହଯୋଗିତା ଘରୋଇ ଫ୍ଲାଇଟ୍‌ରେ ନଗଦ ରିହାତି ଭଳି ପାରମ୍ପରିକ ବ୍ୟବସ୍ଥାଠାରୁ ଭିନ୍ନ । ପାରମ୍ପରିକ ବ୍ୟବସ୍ଥା ଅଧିକାଂଶ ଅନଲାଇନ୍ ଟ୍ରାଭେଲ୍ ଅପରେଟର (ଓଟିଏ)ଗୁଡ଼ିକ ତୁରନ୍ତ ନଗଦ ରିହାତି ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ କନଭିନିଏନ୍ସ ଫି ଓ ସିଟସ୍ ଓ ମିଲ୍ ପାଇଁ ଅତିରିକ୍ତ ଚାର୍ଜ ଲାଗୁ କରୁଛନ୍ତି । ବୁକିଂରେ ନମନୀୟତା ଉପରେ ପ୍ରିମିୟମ୍ ଦାବି କରୁଥିବା ବେଳେ, ଯାହା କେବଳ ବାତିଲ ଓ ତାରିଖ ପରିବର୍ତନ ରେ ତାହା ସୀମିତ ରହିଛି । ଏହା ବଦଳରେ ଏହି ସେବାରେ କିନ୍ତୁ ମାତ୍ର ଏକ ଟଙ୍କାରେ ବ୍ୟାପକ ପ୍ରକାର ସେବା ମିଳୁଛି । ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଅଧିକ ରିହାତି ଦେବା ବଦଳରେ ଚଢ଼ା କନଭିନିଏନ୍ସ ଫି’ ଆଦାୟ ଦୂର ହେବ ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-କାର୍ଡସ୍ ଆଣ୍ଡ୍ ପେମେଂଟ୍‌ସ ସଂଜୀବ ମୋଘେ କହିଛନ୍ତି ଯେ, “ଅତୁଳନୀୟ ଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ଆମ ଭଳି ଲକ୍ଷ୍ୟ ରଖିଥିବା କ୍ଲିୟରଟ୍ରିପ୍ ସହିତ ସହଯୋଗିତା ସ୍ଥାପନ କରି ଆମେ ଉଲ୍ଲସିତ । ଗ୍ରାହକମାନଙ୍କ ନୂତନ ଆବଶ୍ୟକତାକୁ ପୂରଣ କରିବା ଲାଗି ସ୍ୱତନ୍ତ୍ର ଲାଭ ପ୍ରଦାନ କରିବା ସହିତ ଅଧିକ ସୁବିଧା ଓ ଅଧିକ ରିହାତି ପ୍ରଦାନ କରିବା ପାଇଁ ନବସୃଜନ ନେତୃତ୍ୱାଧୀନ ମଡେଲ୍ ଗଠନ କରିବା ଜାରି ରଖିବୁ । ବିଶେଷ କରି ଉତ୍ସବ ସମୟରେ ଆମ ଗ୍ରାହକମାନଙ୍କ ଲାଗି ଭ୍ରମଣ, ଏକ ବଡ଼ ସଂପୃକ୍ତିର କ୍ଷେତ୍ର ବୋଲି ଆମେ ଜାଣିଛୁ ଏବଂ କ୍ଲିୟରଟ୍ରିପ୍ ସହିତ ମିଶି ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା ଗ୍ରାହକଙ୍କ ଭ୍ରମଣରେ ଯୋଜନାରେ ଉଲ୍ଲେଖନୀୟ ମୂଲ୍ୟ ଯୋଡ଼ିବ ।’’
କ୍ଲିୟରଟ୍ରିପ୍‌ର ସିଇଓ ଆୟପାନ୍ ଆର୍ କହିଛନ୍ତି ଯେ, “ଏକ ସ୍ୱଚ୍ଛ ଓ ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣ ଜରିଆରେ ଅନଲାଇନ୍ ଟ୍ରାଭେଲ୍ ଅପରେଟର (ଓଟିଏ) କ୍ଷେତ୍ରରେ ବିପ୍ଳବ ଆଣିବା ଲାଗି କ୍ଲିୟରଟ୍ରିପ୍ ବିପୁଳ ନିବେଶ କରିଛି । ଆକ୍ସିିସ୍ ବ୍ୟାଙ୍କ ସହିତ ସହଯୋଗିତା ତାହାର ହେଉଛି ସମ୍ପ୍ରସାରଣ । ଏଥିରେ ନମନୀୟ ବୁକିଂ, ବାତିଲ ବିକଳ୍ପ ଏବଂ ତାରିଖ ପରିବର୍ତନ ଭଳି ସୁବିଧାକୁ ବିନା ମୂଲ୍ୟରେ ସାମିଲ କରାଯାଇଛି । ଏହି ସ୍ୱତନ୍ତ୍ର ଉପସ୍ଥାପନା ଆମକୁ ବଜାରରେ ଅନ୍ୟମାନଙ୍କଠାରୁ ଅଲଗା କରିଛି ଏବଂ ଏହା ଦ୍ୱାରା ୧୨.୫ ନିୟୁତ ଗ୍ରାହକ ଉପକୃତ ହେବ । ଆକ୍ସିସ୍ ବ୍ୟାଙ୍କ ହେଉଛି ଏକ ବିଶ୍ୱାସଯୋଗ୍ୟ ଆର୍ଥିକ ସହଯୋଗୀ ଯାହାର ଫ୍ଲିପ୍‌କାର୍ଟ ସହ ଭଲ ସମ୍ପର୍କ ଓ ବହୁତ ବ୍ୟବହାରକାରୀ ରହିଛନ୍ତି । ଏହି ନୂଆ ଅଧ୍ୟାୟକୁ ନେଇ ଆମେ ବେଶ ଉତ୍ସାହିତ ।’’


Share It

Comments are closed.