ଲଦାଖରେ ଭାରତୀୟ ସୈନ୍ୟଙ୍କର ଅଦମ୍ୟ ସାହସର ଭିଡିଓ ଦେଖି ଗର୍ବରେ ଭରିଯିବ ଆପଣଙ୍କ ଛାତି, ଗୃହ ରାଜ୍ୟ ମନ୍ତ୍ରୀ ଟ୍ୱିଟ କଲେ ଭିଡିଓ


ଭାରତ ଏବଂ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ରିୟ ଗୃହ ରାଜ୍ୟମନ୍ତ୍ରୀ ଜୀ କିଶନ ରେଡ୍ଡି ଭାରତୀୟ ସେନାର ଏକ ଭିଡିଓ ଟ୍ୱିଟ କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ କିଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଯବାନମାନେ ଦିନ ରାତି ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି । ଭିଡିଓ ଟ୍ୱିଟ କରି ରେଡ୍ଡି ଲେଖିଛନ୍ତି ଯେ, “ଭାରତୀୟ ସେନାଙ୍କର ପ୍ରେରଣାଦାୟୀ ଏବଂ ଅଦ୍ଭୁତ ଭିଡିଓ ଯେଉଁମାନେ ଲଦାଖର ଉତର ସୀମାରେ ଆମର ସୀମାକୁ ସୁରକ୍ଷା ପ୍ରଦାନ କରୁଛନ୍ତି ।”


ଏହା ପୂର୍ବରୁ ଚୀନର ପିପୁଲ ଲିବରେସନ ଆର୍ମି ମଧ୍ୟ କେନ୍ଦ୍ରିୟ ହୁୱେଇ ପ୍ରଦେଶର ଉଚ୍ଚତାରେ ଉତର-ପଶ୍ଚିମ ଅଂଚଳରେ ପାରାଟ୍ରୁପର ଏବଂ ସଶସ୍ତ୍ର ଯାନ ସହିତ ଯୁଦ୍ଧାଭ୍ୟାସ କରିଥିଲା । ଯାହାର ଭିଡିଓ ଚୀନ ମିଡିଆ ସେୟାର କରିଥିଲା । ବିଶେଷଜଜ୍ଞଙ୍କ ଅନୁଯାୟୀ ଏହି ପୁରା ଅପରେସନକୁ ମାତ୍ର କେଇ ଘଂଟାରେ ପୁରା କରିନିଆଯାଇଥିଲା । ଅସଲରେ ଏହାର ଲକ୍ଷ ଥିଲା ଭାରତ ସହ ଲାଗିଥିବା ସୀମାରେ ଜଲଦୀ ଭାରୀ ହତିୟାର ଏବଂ ଉପକରଣଗୁଡ଼ିକୁ ପହଂଚାଇବାର ପ୍ରସ୍ତୁତିକୁ ଅନୁଧ୍ୟାନକ କରିବା ।
ଏହା ପୂର୍ବରୁ ଚୀନ ସେନା ଜୁନରେ ମଧ୍ୟ ତିବ୍ଦତର ଉଚ୍ଚତା ବିଶିଷ୍ଟ ଅଂଚଳରେ ଅଧାରାତିର ଘନ ଅନ୍ଧାରରେ ଯୁଦ୍ଧାଭ୍ୟାସ କରିସାରିଛି । ଚୀନର ତିବ୍ଦତ ମିଲିଟାରୀ କମାଣ୍ଡ ସୋମବାରଦିନ ବିଳମ୍ବିତ ରାତିରେ ୪,୭୦୦ ମିଟରର ଉଚତାକୁ ସେନା ପଠାଇଥିଲା ଏବଂ କଠିନ ପରିସ୍ଥିତିରେ ନିଜର କ୍ଷମତାର ପରୀକ୍ଷଣ କରିଥିଲା ।


Share It

Comments are closed.