ଡବ୍ଲ୍ୟୁଟିସି ଭୁବନେଶ୍ୱର ପକ୍ଷରୁ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ବ୍ୟବସାୟ ଓ ଶିଳ୍ପ ବିଭାଗ ସହ ଏମ୍‌ଓୟୁ ସ୍ୱାକ୍ଷର


ଭୁବନେଶ୍ୱର: ଆନ୍ତର୍ଜାତୀୟ ସହଭାଗିତା ଓ ଅର୍ଥନୈତିକ ସମୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଏକ ଉଚ୍ଚ ସ୍ତରୀୟ ୨୨ ଜଣିଆ ପ୍ରତିନିଧି ଦଳ, ଓଡିଶାରେ ଏକ ସହଭାଗୀ ଯାତ୍ରା ଆରମ୍ଭ କରିଛି । ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ୱାର୍ଲ୍ଡ ଟ୍ରେଡ୍ ସେଂଟର୍ ଭୁବନେଶ୍ୱର ଦ୍ୱାରା ମିଳିତ ଭାବେ ଆୟୋଜିତ ଏକ ବୈଠକରେ ଏହି ପ୍ରତିନିଧିଦଳ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ସହ ଆଲୋଚନା କରିଥିଲା । ଏମ୍‌ଏସ୍‌ଏମ୍‌ଇ ବିଭାଗର ମୁଖ୍ୟ ସଚିବ ଆଇଏଏସ୍ ଶାଶ୍ୱତ ମିଶ୍ର ମୁଖ୍ୟ ଅତିଧି ଭାବେ ଏହି ବୈଠକରେ ଯୋଗ ଦେଇଥିଲେ । ଉଭୟ ଅଂଚଳ ମଧ୍ୟରେ ଅର୍ଥନୈତିକ ସହଭାଗିତା ଓ ଆନ୍ତର୍ଜାତୀୟ କାରବାରର ସମ୍ଭାବ୍ୟତା ସମ୍ପର୍କରେ କହିବା ସମୟରେ ନିଜ ଆଲୋଚନାରେ ସେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଅଂଶଗ୍ରହଣକାରୀ ରପ୍ତାନୀକାରୀ ଓ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଦ୍ୱିପାକ୍ଷିକ ସହଯୋଗିତା ପାଇଁ ସୁଯୋଗର ଲାଭ ଉଠାଇବାକୁ ଆବେଦନ କରିଥିଲେ ।
ଏହି ବୈଠକ ଆଇଟି ସେବା, କୃଷି, ଆକ୍ୱାକଲ୍‌ଚର, ସାମୁଦ୍ରିକ ଖାଦ୍ୟ, ପଶୁ ଖାଦ୍ୟ, ନିର୍ମାଣ, ଶିକ୍ଷା ଓ ପ୍ରୋସେସ୍‌ଡ ଖାଦ୍ୟ ସମେତ ବିଭିନ୍ନ କ୍ଷେତ୍ରଗୁଡିକରେ ଏହି ଦୁଇଟି ଅଂଚଳ ମଧ୍ୟରେ ସହଯୋଗିତା ଓ ସହଭାଗିତା ପାଇଁ ନୂଆ ଦିଗ ଅନ୍ୱେଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲା ।
ଏହି ଅବସରରେ ଭିଏତ୍‌ନାମର ଭିନ୍ ଲଙ୍ଗ ପ୍ରଦେଶର ବ୍ୟବସାୟ ଓ ଶିଳ୍ପ ବିଭାଗ, ଡବ୍ଲ୍ୟୁଟିସି ଭୁବନେଶ୍ୱର ସହ ପାରସ୍ପରିକ ସହଭାଗିତା ପାଇଁ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛି । ଏହି ବୈଠକରେ ୧୦୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ଅଂଶଗ୍ରହଣ କରିବା ସହ ଏଥିରୁ ଉପକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡିକ ପାଇଁ ପ୍ରତିନିଧିମାନଙ୍କ ସହ ଯୋଗାଯୋଗ କରିବା ଏବଂ ଆନ୍ତର୍ଜାତୀୟ କାରବାର ସୁଯୋଗ ଅନ୍ୱେଷଣ କରିବା ପାଇଁ ଏକ ସୁଯୋଗ ଉନ୍ମୋଚନ କରିଛି ।


Share It

Comments are closed.