କାଶ କୁ ନେଇ ‘କଓ୍ଵାଲି’ ଗାଇଲେ ଦୁଇ ଯୁବକ: ସୋସିଆଲ ମିଡିଆରେ ଭାଇରାଲ


ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ମିମ୍ସ ଏବଂ ଜୋକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ନେଇ ସୋସିଆଲ ମିଡିଆରେ ଏକ ଗୀତର ଭିଡିଓ ସେୟାର କରିଛନ୍ତି ଦୁଇ ଯୁବକ । ଗୀତ ମାଧ୍ୟମରେ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଏହି ଭିଡିଓକୁ ଇନଷ୍ଟାଗ୍ରାମ @vaasudevam ନାମକ ଏକ ଆଇଡି ସହ ସେୟାର କରାଯାଇଛି । ହାର୍ମୋନିୟମ ଓ ଗିଟାର୍ ଧରି ଛାତ ଉପରେ ଖଟିଆରେ ବସି ଉଭୟ ପୁଅ କଓ୍ଵାଲି ଶୈଳୀରେ ଗୀତ ଗାଉଛନ୍ତି।

ଏହି ଗୀତରେ ଯୁବକମାନେ ପ୍ରାଣୀ ରୁ ଦୀପାବଳି ପର୍ଯ୍ୟନ୍ତକୁ ପ୍ରଦୂଷଣ ପାଇଁ ଦାୟୀ କରିବା ସହ ସରକାରଙ୍କ ବିଫଳତାକୁ ମଧ୍ୟ କହିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ଲୋକମାନେ ଏହି ଭିଡିଓଉପରେ ବହୁତ କମେଣ୍ଟ ମଧ୍ୟ କରିଛନ୍ତି ।


Share It

Comments are closed.