ସେମି ଫାଇନାଲରେ କିଏ ମାରିବ ପରବର୍ତ୍ତୀ ଏଣ୍ଟ୍ରୀ ? ପାକିସ୍ତାନ ଆଗରେ କ’ଣ ରହିଛି ଆହ୍ୱାନ ଜାଣନ୍ତୁ


ବିଶ୍ୱକପ୍ ୨୦୨୩(World Cup-2023) ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆୟୋଜକ ଭାରତ ସହିତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସେ ସ୍ଥାନ ହାସଲ କରିବା ପାଇଁ ଆଉ ଏକ ଦଳ ବାକି ଅଛି, ଯେଉଁଥି ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ଜବରଦସ୍ତ ଏଣ୍ଟ୍ରି ମାରିଥିବା ସତ୍ତ୍ୱେ ବି ପରେ ଏହି ଟିମର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ତଥାପି ଦଳ ସେମି ଫାଇନାଲ ରେସରେ ରହିଛି। ଏଥି ସହ ପାକିସ୍ତାନ ଭଲ ପ୍ରଦର୍ଶନ କରି ଟପ୍-୫ରେ ନିଜ ସ୍ଥାନ ବଜାୟ ରଖିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସେମି ଫାଇନାଲରେ ଚତୁର୍ଥ ସ୍ଥାନ କିଏ ହାସଲ କରିବ?

World Cup Semi Final: ବିଶ୍ୱକପ୍ ୨୦୨୩(World Cup-2023) ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆୟୋଜକ ଭାରତ ସହିତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ସେ ସ୍ଥାନ ହାସଲ କରିବା ପାଇଁ ଆଉ ଏକ ଦଳ ବାକି ଅଛି, ଯେଉଁଥି ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ ଜବରଦସ୍ତ ଏଣ୍ଟ୍ରି ମାରିଥିବା ସତ୍ତ୍ୱେ ବି ପରେ ଏହି ଟିମର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ତଥାପି ଦଳ ସେମି ଫାଇନାଲ ରେସରେ ରହିଛି। ଏଥି ସହ ପାକିସ୍ତାନ ଭଲ ପ୍ରଦର୍ଶନ କରି ଟପ୍-୫ରେ ନିଜ ସ୍ଥାନ ବଜାୟ ରଖିଛି। ତେବେ ଏଠି ପ୍ରଶ୍ନ ଉଠୁଛି ସେମି ଫାଇନାଲରେ ଚତୁର୍ଥ ସ୍ଥାନ କିଏ ହାସଲ କରିବ?

୮ ଟି ମ୍ୟାଚରୁ ଆଫଗାନିସ୍ତାନ ୮ପଏଣ୍ଟ ପାଇଛି। ଯଦି ଦଳ ସେମିରେ ସାମିଲ ହେବାକୁ ଚାହୁଁଛି, ତେବେ ପ୍ରଥମେ ଦକ୍ଷିଣ ଆଫ୍ରିକା(South Africa) ବିପକ୍ଷରେ ମ୍ୟାଚ୍ ଜିତିବାକୁ ପଡ଼ିବ। କେବଳ ଜିତିବା ନୁହେଁ, ଏକ ଭଲ ବ୍ୟବଧାନରେ ଜିତିବାକୁ ପଡିବ। ଏଥି ସହିତ ଦଳକୁ ନ୍ୟୁଜିଲ୍ୟାଣ୍ଡ(New Zealand) ଏବଂ ପାକିସ୍ତାନର(Pakistan) ପରାଜୟ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ। ଯଦି ଦୁଇଟି ଦଳ ମଧ୍ୟରୁ ଗୋଟିଏ ଦଳ ବିଜୟ ହାସଲ କରେ , ତେବେ ଭଲ ରନ୍ ରେଟ୍ ଥିବା ଦଳ ସେମି ଫାଇନାଲରେ ଏଣ୍ଟ୍ରୀ ମାରିବ।

ନ୍ୟୁଜିଲାଣ୍ଡ ମଧ୍ୟ ୮ ପଏଣ୍ଟ ରହିଛି ଏବଂ ଇଂଲଣ୍ଡ ବିପକ୍ଷରେ ଏହି ଟିମ୍ କୁ ଆଉ ଏକ ମ୍ୟାଚ୍ ଖେଳିବାକୁ ପଡ଼ିବ। ନିଜର ସ୍ଥାନ ପକ୍କା କରିବାକୁ ନ୍ୟୁଜିଲ୍ୟାଣ୍ଡକୁ ଶ୍ରୀଲଙ୍କାକୁ ପରାସ୍ତ କରିବାକୁ ପଡି। ଏଥି ସହ ପାକିସ୍ତାନ ଏବଂ ଆଫଗାନିସ୍ତାନ(Afganistan)ର ପରାଜୟ ଉପରେ ନିର୍ଭର କରିବାକୁ ପଡିବ। ଯଦି ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ମ୍ୟାଚ୍ ଜିତେ ତେବେ ଭଲ ରନ୍ ରେଟ୍ ଥିବା ଦଳ ଯୋଗ୍ୟତା ହାସଲ କରିବ।ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ଖରାପ ଖବର ହେଉଛି ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଟସ୍ ସମୟ ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଏହି ମ୍ୟାଚ୍ ନହୁଏ ତେବେ ଦଳ ୧ ପଏଣ୍ଟ ପାଇବ। ଏଭଳି ପରିସ୍ଥିତିରେ କେବଳ ପାକିସ୍ତାନ-ଆଫଗାନିସ୍ତାନର ପରାଜୟ ଦଳକୁ ସେମିଫାଇନାଲରେ ପହଞ୍ଚାଇ ପାରିବ।

ସେମିଫାଇନାଲ(Semi-Final) ଦୌଡ଼ରେ ପାକିସ୍ତାନ ଆଗରେ ରହିଛି। ୮ ପଏଣ୍ଟ ସହ ରନ୍ ହାରରେ ମଧ୍ୟ ପାକିସ୍ତାନ ଅଗ୍ରଣୀ ରହିଛି। ଦଳକୁ ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବାକୁ ପଡିବ। ଯଦି ଏହା ଭଲ ରନ୍ ହାର ସହିତ ଜିତେ, ତେବେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଅତି ନିକଟତର ହେବ। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନକୁ କେବଳ ଏକ ବିଜୟ ନୁହେଁ, ବରଂ ଏକ ବଡ଼ ବିଜୟ ହାସଲ କରିବାକୁ ପଡିବ। ଯଦି ଏହା ନହୁଏ ତେବେ ସେମିଫାଇନାଲରେ ପାକିସ୍ତାନ ଚତୁର୍ଥ ଦଳ ହେବ। ଯଦି ଉଭୟ ଦଳ ହାରିଯାଆନ୍ତି ତେବେ ପାକିସ୍ତାନ ସିଧାସଳଖ ଯୋଗ୍ୟତା ହାସଲ କରିବ।


Share It

Comments are closed.