ଅର୍ଡର ହୋଇଥିଲା ପ୍ରୋଟିନ ପାଉଡର କିନ୍ତୁ ମିଳିଲା ମଲା କୁମ୍ଭୀର ଏବଂ ଏଣ୍ଡୁଅ


ଅନ ଲାଇନ ସପିଙ୍ଗକୁ ନେଇ ବର୍ତ୍ତମାନ ଅନେକ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା ସାମନାକୁ ଆସୁଛି । ଅନେକାଂଶରେ ସପିଙ୍ଗ ସାଇଟରେ ଆପଣଙ୍କୁ ଦେଖାଯାଇଥିବା ଜିନିଷ ସାମନାକୁ ଆସିଲା ପରେ ତାହା ପ୍ରକୃତରେ ସେଆ ନଥାଏ । କେତେବେଳେ ଆପଣ ଅର୍ଡର ଦେଇଥିବା ସାଇଜରେ ଗଡବଡ ହୁଏ ତ କେତେବେଳେ ଡିଜାଇନରେ । ଯାହାଫଳରେ ଲୋକମାନଙ୍କ ମନରୁ ଅନଲାଇନ ସାଇଟ ପ୍ରତି ବିଶ୍ୱାସ ଭାଙ୍ଗିଯାଇଥାଏ । ତେବେ ଏହି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚୀନର ବେଜିଙ୍ଗ ସହରରେ । ବେଜିଙ୍ଗର ଜଣେ ମହିଳା ଅନଲାଇନ ସପିଙ୍ଗ ଜରିଆରେ ନିଜ ପାଇଁ କିଛି ହେଲଥ ସପ୍ଲିମେଣ୍ଟାରି ଉତ୍ପାଦ ଅର୍ଡର କରିଥିଲେ । ଅର୍ଡର ଡେଲିଭରି ହେଲା ପରେ ସେ ଯେତେବେଳେ ଉକ୍ତ ପାର୍ସଲକୁ ଖୋଲି କରି ଦେଖିଲେ ସେତେବେଳେ ତାଙ୍କ ହୋସ ଉଡିଗଲା । ଭିତରୁ ପ୍ରୋଟିନ ପାଉଡର ପ୍ରତିବଦଳରେ, ମୃତ କୁମ୍ଭୀର ଏବଂ ଏଣ୍ଡୁଅ ବାହାରିଲେ ।

ମିଳିଥିବା ସୂଚନା ମୁତାବକ ଉକ୍ତ ମହିଳା ଜଣକ ଅନଲାଇନରୁ ଚାରୋଟି ପ୍ରୋଟିନ ପାଉଡର ପେଟି ଅର୍ଡର କରିଥିଲେ । ୩ ଟି ପେଟିର ଆକାର ଠିକ ଥିବା ବେଳେ ୪ର୍ଥ ପ୍ୟାକେଟ ଆକାର ଟିକେ ତାଙ୍କୁ ବଡ ଲାଗିଲା, ଯାହାଫଳରେ ତାଙ୍କ ମନରେ ସନ୍ଦେହ ପ୍ରକାଶ ପାଇଲା । ସେ ୪ର୍ଥ ପ୍ୟାକେଟଟିକୁ ଖୋଲି ଦେଖିଲା ବେଳେକୁ ଅର୍ଡର ହୋଇଥିବା ଉକ୍ତ ପ୍ୟାକେଟରୁ ମୃତ କୁମ୍ଭୀର ଏବଂ ଏଣ୍ଡୁଅ ବାହାରିଥିଲା ।
ଏହା ପରେ ଉକ୍ତ ମହିଳା ଜଣକ ଏବଂ ତାଙ୍କ ସ୍ୱାମୀ ଏଇ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦେଲେ । ପୋଲିସ ଯେତେବେଳେ ଏହି ଘଟଣା ସଂପର୍କରେ ତନାଘନା ଆରମ୍ଭ କଲା, ସେଥିରୁ ଜଣା ପଡିଲା ଯେ, କୋରିଅର କମ୍ପାନ ଭୁଲ ଠିକଣାରେ ଏହି ସରିଶୃପଙ୍କୁ ପଠାଇଦେଇଥିଲା । ଯେତେବେଳେ ଉଭୟ ସରିଶୃପଙ୍କୁ ପଠାଯାଇଥିଲା, ସେତେବେଳେ ସେମାନେ ଜୀବିତ ଥିଲେ କିନ୍ତୁ ଦୀର୍ଘ ସମୟ ଧରି ଡେଲିଭରି ଚାଲିବା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା ।


Share It

Comments are closed.