ମୁହଁରୁ ଦୁଃର୍ଗନ୍ଧ ବାହାରୁଛି କି, ତେବେ ଆପଣାନ୍ତୁ ଏହି ଉପାୟ


ଅନେକାଂଶରେ ଦେଖିବାକୁ ମିଳିଥାଏ କେତେକ ଲୋକ ସକାଳୁ ଉଠି ବ୍ରସ କଲା ପରେ ମଧ୍ୟ କିଛି ସମୟ ନ ଯାଉଣ୍ୁ ତାଙ୍କ ମୁଖରୁ ପୁଣି ଦୁଃର୍ଗନ୍ଧ ବାହାରିଥାଏ । ସେଥିପାଇଁ କେତେକାଂଶ ଲୋକ ଅନ୍ୟମାନଙ୍କ ସାମନାରେ ଠିଆ ହୋଇ କଥା ହେବା ପାଇଁ ଅନିଶ୍ଚା ପ୍ରକାଶ କରିନ୍ତି । ଖାସକରି ତାଙ୍କ ମୁଖଁରେ ସବୁବେଳେ ବାହରୁଥିବା ଦୁଃର୍ଗନ୍ଧ ଜନିତ ସମସ୍ୟା ପାଇଁ ସେମାନେ କାହା ଆଗରେ ଠିଆ ହୋଇ କଥା ହେବା ପାଇଁ ପସନ୍ଦ କରନ୍ତି ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ଦୈନଦିନ ବ୍ୟବହାର କରୁଥିବା ନିଜର ଟୁଥପେଷ୍ଟକୁ ବଦଳାଇବାକୁ ମଧ୍ୟ ପଛାନ୍ତି ନାହିଁ ।
ତେବେ ଯଦି ଆପଣ ଏହି ସମସ୍ୟାଜନିତ ରୋଗରେ ପିଡୀତ ଅଛନ୍ତି, ତେବେ ନିମ୍ନରେ ଥିବା ଉପାୟକୁ ଅବଲମ୍ବନ କରି ଏଥିରୁ ମୁକ୍ତି ପାଇପାରିବେ ।

୧- ସମସ୍ତଙ୍କ ଘରେ ଆପଲ ସାଇଡର ଭିନୋଗାର ତ ନିହାତି ଥିବ । ଏହାକୁ ଖାଦ୍ୟ ତିଆରି ପାଇଁ ବ୍ୟବହାର କରାଯାଉଥିବା ବେଳେ ନିଜର ମୁଖ ଦୁଃର୍ଗନ୍ଧକୁ ଦୂର କରିବା ପାଇଁ ବି ଆପଣ ଏହାକୁ ବ୍ୟବହାର କରିପାରିବେ । ୧ରୁ ୪ କପ ପାଣିରେ ୨ ଚାମଚ ଆପଲ ସାଇଡର ଭିନୋଗାର ମିଶାନ୍ତୁ । ଏହି ମିଶ୍ରିତ ପାଣିକୁ ୧୫ରୁ ୨୦ ମିନିଟ ପାଟିରେ ଭର୍ତ୍ତି କରି କୁଳି କରାନ୍ତୁ । ଏପରି ଦୈନିକ କଲେ ଆପଣଙ୍କ ପାଟିରୁ ଦୁଃର୍ଗନ୍ଧ ବାହାରିବା ନାହିଁ ।
୨- ଆଦିମ କାଳରୁ ଲୋକମାନେ ମୁହଁରୁ ଦୁଃର୍ଗନ୍ଧ ଦୂର କରିବା ପାଇଁ ପାନ ମଧୁରୀରର ବ୍ୟବହାର କିରଥାନ୍ତି । ପ୍ରତିଦିନ ଖାଇବା ପରେ ଏହାକୁ ଖାଇବା ପରେ ମୁହଁରୁ ଦୁଃର୍ଗନ୍ଧ ଦୂର ହୋଇଯିବା ସହ ପାଟିବେ ଥିବା ଜୀବାଣୁ ମଧ୍ୟ ମରିଯାଇଥାନ୍ତି ।
୩- ମୁହଁରୁ ଦୁଃର୍ଗନ୍ଧ ଦୂର କରିବା ପାଇଁ ନଡିଆ ତେଲ ହେଉଛି ବେଶ ଉପକାରୀ । ଗୋଟେ ଚାମଚ ନଡିଆ ତେଲା ପାଟିରେ ଭର୍ତ୍ତି କରି କୁଳି କରନ୍ତୁ । ଏପରି କିଛି ଦିନ କରିବା ଦ୍ୱାରା ଆପଣଙ୍କ ପାଟିରୁ ଆପେ ଆପେ ଦୁଃର୍ଗନ୍ଧ ଦୂରେଇଯାଇଥାଏ ।
୪- ଲୋକମାନେ ପ୍ରାତଃଭ୍ରମଣ କରି ଆସିବା ପରେ ନିଜକୁ ଫିଟ ରଖିବା ପାଇଁ ଗ୍ରୀନ-ଟି ପିଥାନ୍ତି । ଏହାକୁ ଦୈନିକି ପିିଇବା ଦ୍ୱାରା ପାଟିରୁ ଦୁଃର୍ଗନ୍ଧ ବନ୍ଧ ହୋଇଯିବା ସହ କ୍ୟାଭିଟି ମଧ୍ୟ ହୋଇନଥାଏ ।


Share It

Comments are closed.