କେରଳ ହୋଇଯିବ କେରଳମ ? ଜାଣନ୍ତୁ ଦୁଇ ନାମ ମଧ୍ୟରେ କଣ ରହିଛି ପାର୍ଥକ୍ୟ?

Share It

କେରଳ ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ପାଇଁ ଏକ ସଂକଳ୍ପ ପାରିତ ହୋଇଛି । ଆନୁଷ୍ଠାନିକ ଭାବେ ‘କେରଳ’ର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ ସଂକଳ୍ପ ପାରିତ ହୋଇଛି। ଯଦି କେନ୍ଦ୍ର ସରକାର ମଧ୍ୟ ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ କେରଳର ନାମ କେରଳମ୍ ହେବ। ଏବେ ସଂକଳ୍ପ ପାରିତ ହେବା ପରେ ରାଜ୍ୟ ସରକାର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ ରାଜ୍ୟର ନାମ ପରିବର୍ତ୍ତନ କରି ‘କେରଳମ୍’ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

କେରଳର ନାମ ପରିବର୍ତ୍ତନ ପ୍ରସ୍ତାବ ପରେ ପ୍ରଶ୍ନ ଉଠୁଛି, ଏହି ଦୁଇ ନାମ ମଧ୍ୟରେ ପାର୍ଥକ୍ୟ କ’ଣ ଏବଂ କେରଳର ନୂଆ ନାମ ‘କେରଳମ୍’ର ଅର୍ଥ କ’ଣ? ତେବେ ଆଜି ଆମେ ଆପଣଙ୍କୁ କହିବୁ କେରଳ ଏବଂ କେରଳମ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଏବଂ ରାଜ୍ୟ ସରକାର କାହିଁକି ଏହି ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି?

କେରଳମ୍ ପାଇଁ କାହିଁକି ଦାବି ହେଉଛି?
ସଂକଳ୍ପ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲାୟାଲମ ଭାଷାରେ ରାଜ୍ୟକୁ ‘କେରଳମ୍’ କୁହାଯାଉଥିଲା, କିନ୍ତୁ ଅନ୍ୟ ଭାଷାରେ ଏହା ଏବେ ବି କେରଳ। ବାସ୍ତବରେ ସମ୍ବିଧାନର ପ୍ରଥମ ଅନୁସୂଚୀରେ ରାଜ୍ୟର ନାମ କେରଳ ବୋଲି ଲେଖାଯାଇଥିବା ବେଳେ ଏବେ ଏହାକୁ କେରଳମ ରେ ପରିବର୍ତନ କରି ଅଷ୍ଟମ ଅନୁସୂଚୀରେ ନାମ ପରିବର୍ତ୍ତନ କରିବାକୁ ଦାବି ହୋଇଛି। ଏହା ମଧ୍ୟ କୁହାଯାଉଛି ଯେ ୧୯୫୬ ମସିହା ନଭେମ୍ବର ପହିଲାରେ ଭାଷା ଆଧାରରେ କେରଳକୁ ଏକ ଅଲଗା ରାଜ୍ୟ ରେ ପରିଣତ କରାଯାଇଥିଲା ଏବଂ ଭାଷାରେ ନାମ ଭିନ୍ନ ।

କେରଳ ନାମର ଉତ୍ପତ୍ତି ବିଷୟରେ ଅନେକ ତତ୍ତ୍ୱ ରହିଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ସର୍ବପୁରାତନ ଦସ୍ତାବିଜରୁ ଜଣାପଡ଼ୁଛି ଯେ କେରଳ ସମ୍ରାଟ ଅଶୋକଙ୍କର ଖ୍ରୀଷ୍ଟପୂର୍ବ ୨୫୭ ମସିହାର ଏକ ଶିଳାଲେଖ ରହିଛି। ଏହି ଶିଳାଲେଖରେ ସ୍ଥାନୀୟ ଶାସକଙ୍କୁ କେରଳପୁତ୍ର ବୋଲି ଦର୍ଶାଯାଇଛି । ମାଲାୟଲମ ଭାଷାଭାଷୀ ଲୋକମାନେ ଏହି ଅଞ୍ଚଳର ବିଭିନ୍ନ ରାଜା ଏବଂ ଦେଶୀୟ ରାଜ୍ୟଦ୍ୱାରା ଶାସିତ ହେଉଥିଲେ ।

ସେହିପରି ଯଦି ଆମେ କେରଳମ୍ ବିଷୟରେ କହିବା ତେବେ ଏହାର ଉତ୍ପତ୍ତି ଚେରାମରୁ ବୋଲି ବିଶ୍ୱାସ କରାଯାଏ । ପ୍ରଥମ ମାଲାୟାଲମ-ଇଂରାଜୀ ଅଭିଧାନ ପ୍ରକାଶ କରିଥିବା ଜର୍ମାନ ପଣ୍ଡିତ ଡକ୍ଟର ହର୍ମାନ ଗୁଣ୍ଡର୍ଟ କହିଛନ୍ତି ଯେ ‘କେରାମ’ ଶବ୍ଦ ହେଉଛି ଚେରାମର କାନାରିସ୍ (କନ୍ନଡ) ରୂପ ଏବଂ କେରଳମ୍ କୁ ଚେରାମ ବୋଲି ସମ୍ବୋଧିତ କରିଛନ୍ତି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ‘କେରଳମ୍’ ନାମ ‘କେରା’ ଶବ୍ଦରୁ ଆସିଛି ଯାହାର ଅର୍ଥ ନଡ଼ିଆ ଗଛ । ପରବର୍ତ୍ତୀ ସମୟରେ ଏହି ନାମ ପରିବର୍ତ୍ତନ କରି କେରଳ ରଖାଯାଇଥିଲା। ସେହିପରି କେରଳମ୍ ଶବ୍ଦ ମାଲାୟାଲମ୍ ଭାଷାରେ ଥିବା ବେଳେ ଇଂରାଜୀ କାରଣରୁ ଏହା କେରଳ ନାମରେ ପରିଚିତ ଥିଲା ବୋଲି ବିଶ୍ୱାସ କରାଯାଏ।


Share It

Comments are closed.