ଡବ୍ଲୁଏଚଓର ସତର୍କବାଣୀ, କରୋନାର ଅନ୍ତ କେବେବି ହୋଇନପାରେ


ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଏହାକୁ କିପରି ନିୟନ୍ତ୍ରଣରେ ଅଣାଯିବ ତାହା ସଂପର୍କରେ କିଛି କହି ହେବ ନାହିଁ । ଡବ୍ଲୁଏଚଓ ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ କରୋନା ଭାଇରସର କେବେ ଅନ୍ତ ହେବ । ଏହି ପରୀପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ପରିସ୍ଥିତିର ମୁଖ୍ୟ କହିଛନ୍ତି ଯେ, ଏହି ବିଶ୍ୱ ମହାମାରୀକୁ କେତେ ଦିନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରିବ ତାହାର ପୂର୍ବାନୁମାନ କରିବା ଅସମ୍ଭବ ।
ଡାକ୍ତର ମାଇକେଲ ରେୟାନ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, “ସମ୍ଭବତଃ, ଏହି କରୋନା ଭାଇରସ କେବେବି ଅନ୍ତ ହେବ ନାହିଁ । କୋଭିଡ-୧୯ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ କମ ଅଛି । ଟୀକର ଅଭାବ ହେତୁ ଲୋକଙ୍କ ଭିତରେ ଏହି ଜୀବାଣ ବିରୋଧରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ବର୍ଷ ବର୍ଷ ଲାଗିପାରେ । ଏହା ଆମ ସମ୍ପ୍ରଦାୟରେ ଅନ୍ୟ ଏକ ମହାମାରୀ ହୋଇପାରେ । ”
ସେ ଆହୁରୀ କହିଛନ୍ତି ଯେ, ପୂର୍ବରୁ ଆସିଥିବା ଅନ୍ୟ ରୋଗ ଯେପରି ଏଚ.ଆଇ.ଭି ର ଅନ୍ତ ହୋଇ ନାହିଁ ଏବଂ ତାହାର ଚିକିତ୍ସାର ଅନୁସନ୍ଧାନ ଚାଲିଛି ଯେମିତି ଲୋକମାନେ ଏହି ରୋଗ ସହ ବଞ୍ଚିପାରିବେ । ଆଶା ଅଛି ଯେ, କରୋନାର ଏକ ପ୍ରଭାବୀ ଟିକା ଆସିବ କିନ୍ତୁ ସେତେବେଳେ ମଧ୍ୟ ସାରା ବିଶ୍ୱର ପ୍ରଭାବିତ ଲୋକଙ୍କୁ ଏହା ଯୋଗାଇ ଦେବା ପାଇଁ ଅନେକ କାର୍ଯ୍ୟ କରିବାର ଆବଶ୍ୟକତା ପଡିବ ।
ପ୍ରକାଶ ଥାଉକି, ଦେଶରେ କରୋନା ସଂକ୍ରମିତ ମାମଲା ୭୮ ହଜାରରୁ ଉର୍ଦ୍ଧ୍ୱକୁ ପାର କରିସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୦୦୩ରେ ଆସି ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣ କାରଣରୁ ୨୫୪୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏହି ସଂକ୍ରମିତଙ୍କ ମଧ୍ୟରୁ ୪୯୨୧୯ ଟି ଆକ୍ଟିଭ କେସ ରହିଛି ଏବଂ ୨୬୨୩୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.