ଫେସିଆଲ ପରେ ଭୁଲରେ କରନ୍ତୁ ନାହିଁ ଏହି କାମ


ଫେସିଆଲ୍‌ କରିବା ପରେ ୩/୪ ଘଣ୍ଟା ଯାଏ ମୁହଁ ଧୋଇବା ଅନୁଚିତ୍‌ । ମୁହଁ ଧୋଇବା ଦ୍ୱାରା କିଛି ଲୋକଙ୍କର ତ୍ୱଚାରେ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ଯଦି ମୁହଁ ଧୋଇବା ବହୁତ ଜରୁରି ହୋଇଥାଏ, ତେବେ ମୁହଁକୁ କେବଳ ପାଣି ଛିଟା ହିଁ ମାରନ୍ତୁ । କିନ୍ତୁ ଟାୱେଲ୍‌ରେ ରଗଡି ପୋଛନ୍ତୁନାହିଁ ।

 ଖରାଠାରୁ ଦୂରେଇ ରୁହନ୍ତୁ

ଫେସିଆଲ କରିବା ପରେ ତ୍ୱଚାର ସମସ୍ତ ଲୋମକୂପ ଖୋଲି ଯାଇଥାଏ । ତେଣୁ ଏହି ସ୍ଥିତିରେ ହଠାତ୍‌ ଖରାକୁ ଗଲେ, ତ୍ୱଚାରେ ପ୍ରତିକ୍ରିୟା ଦେଖା ଦେଇପାରେ । ଫଳରେ ଲାଲ୍‌ଲାଲ୍‌ କିଛି ବାହାରି ଆସେ ବା ରାସେସ୍‌ ହୋଇପାରେ ।

୩/୪ ଦିନ ଯାଏ ସ୍କ୍ରବ୍‌ ଆଦୌ ନୁହେଁ

ଫେସିଆଲ୍‌ କରିବା ପରେ ତ୍ୱଚାର ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଏହି ସମୟରେ ନୂଆ ଟିସୁ ତିଆରି ହେବା ପାଇଁ ୨/୩ ଦିନ ସମୟ ଲାଗିଥାଏ । ତେଣୁ ଏହି ସମୟରେ ସ୍କ୍ରବ୍‌ କଲେ, ତ୍ୱଚା ଲାଲ୍‌ ହେବା ସହ ଚର୍ମ ନଷ୍ଟ ହୋଇଯାଏ । ତେଣୁ ଫେସିଆଲ କରିବାର ୩/୪ ଦିନ ପର୍ଯ୍ୟନ୍ତ ସ୍କ୍ରବ୍‌ କରିବା ଅନୁଚିତ୍‌ ।

ତ୍ୱଚା ୱାକ୍ସିଂ କରନ୍ତୁନାହିଁ

ଫେସିଆଲ୍‌ ପରେ ତୁରନ୍ତ ଅପର୍‌ ଲିପ୍ସ ବା ଆଇବ୍ରୋ ୱାକ୍ସିଂ କରନ୍ତୁ ନାହିଁ । କାରଣ ଏହି ସମୟରେ ତ୍ୱଚା ଖୁବ୍‌ ନରମ ଓ ସମ୍ବେଦନଶୀଳ ହୋଇଥାଏ । ତେଣୁ ୱାକ୍ସିଂ କରିବା ଦ୍ୱାରା ତ୍ୱଚା କଟି ଯାଇପାରେ ।

ଫେସିଆଲ୍‌ ପରେ ତୁରନ୍ତ ମେକ୍‌ଅପ୍‌ ନୁହେଁ

ଫେସିଆଲ କରିବା ଦିନ ମେକ୍‌ଅପ କରନ୍ତୁ ନାହିଁ ।

 ୩/୪ ଘଣ୍ଟା ମୁହଁ ଧୁଅନ୍ତୁ ନାହିଁ

ଫେସିଆଲ୍‌ କରିବା ପରେ ୩/୪ ଘଣ୍ଟା ଯାଏ ମୁହଁ ଧୋଇବା ଅନୁଚିତ୍‌ । ମୁହଁ ଧୋଇବା ଦ୍ୱାରା କିଛି ଲୋକଙ୍କର ତ୍ୱଚାରେ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ଯଦି ମୁହଁ ଧୋଇବା ବହୁତ ଜରୁରି ହୋଇଥାଏ, ତେବେ ମୁହଁକୁ କେବଳ ପାଣି ଛିଟା ହିଁ ମାରନ୍ତୁ । କିନ୍ତୁ ଟାୱେଲ୍‌ରେ ରଗଡି ପୋଛନ୍ତୁନାହିଁ । ଠ ଖରାଠାରୁ ଦୂରେଇ ରୁହନ୍ତୁ ଫେସିଆଲ କରିବା ପରେ ତ୍ୱଚାର ସମସ୍ତ ଲୋମକୂପ ଖୋଲି ଯାଇଥାଏ । ତେଣୁ ଏହି ସ୍ଥିତିରେ ହଠାତ୍‌ ଖରାକୁ ଗଲେ, ତ୍ୱଚାରେ ପ୍ରତିକ୍ରିୟା ଦେଖା ଦେଇପାରେ । ଫଳରେ ଲାଲ୍‌ଲାଲ୍‌ କିଛି ବାହାରି ଆସେ ବା ରାସେସ୍‌ ହୋଇପାରେ ।

୩/୪ ଦିନ ଯାଏ ସ୍କ୍ରବ୍‌ ଆଦୌ ନୁହେଁ

ଥ୍ରେଡିଂ କରନ୍ତୁ ନାହିଁ

ଅଧିକାଂଶ ଲୋକ ଫେସିଆଲ୍‌ ପରେ ଥ୍ରେଡିଂ କରିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ଏହି ସମୟରେ ତ୍ୱଚା ଖୁବ୍‌ ନରମ ହୋଇଯାଇଥାଏ । ତେଣୁ ଥ୍ରେଡିଂ ବେଳେ କଟିଯିବାର ଭୟ ରହିଥାଏ ।


Share It

Comments are closed.