ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା


ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ସହ ବର୍ଷା ରେକର୍ଡ଼ ହୋଇଛି। ୧୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ରୁ ରାଜ୍ୟରେ ତାତି ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର(Bhubaneswar Meteorological Centre)ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପର ଦିନ ଓ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।

୧୧ତାରିଖରୁ ପରବର୍ତ୍ତୂ ୩ ଦିନ ମଧ୍ୟରେ ଅନେକ ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଇଁ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ଦକ୍ଷିଣ ଉପକୂଳବର୍ତ୍ତୀ ଓଡି଼ଶାର ଜିଲ୍ଲା ଗୁଡିକ ସମେତ କଟକ, କଳାହାଣ୍ତି. କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ନବରଙ୍ଗପୁରରେ ବର୍ଷା (rain) ସମ୍ଭାବନା ରହିଛି। ରବିବାର ମଧ୍ୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ସମେତ କୋରାପୁଟ୍, ଗଜପତି, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି। ୧୧ରୁ ବର୍ଷା କମିବା ସହ ପରବର୍ତ୍ତୀ ୩ ଦିନ ପାରଦ ବଢିବା ପରେ ୧୪ ତାରିଖରେ ପୁଣି ରାଜ୍ୟରେ ବର୍ଷା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିବା ସହ ସୁନ୍ଦରଗଡ,ଝାରସୁଗୁଡା, କେନ୍ଦୁଝର, ମୟୂରଭଂଜ ଓ ଦେବଗଡ଼ରେ ବର୍ଷା ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।


Share It

Comments are closed.