ମିରାମ୍ବିକା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ “ଅଭିପ୍ସା ୨୦୨୪” : ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମହିଳାଙ୍କୁ ସମ୍ମାନୀତ


ଭୁବନଶ୍ବର – ବିଶ୍ବ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ମିରାମ୍ବିକା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅଭିପ୍ସା ୨୦୨୪ ମହାସମାରୋହରେ ଭୁବନେଶ୍ବରସ୍ଥିତ ହୋଟେଲ ଟ୍ରାଇଡେଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମିରାମ୍ବିକାର ପ୍ରାଣ ପ୍ରତିଷ୍ଠାତା ଜୀବନଜ୍ୟୋତି ବାରିକଙ୍କ ପୌରହିତ୍ୟରେ ‘ମିରାମ୍ବିକା ଅଭିପ୍ସା ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିରୂପେ ରାଜ୍ୟସଭା ସାଂସଦ ସମ୍ମାନୀୟା ଶ୍ରୀମତୀ ଶ୍ରୁଲତା ଦେଓ, ମୁଖ୍ୟ ବକ୍ତା ମେୟର ଭୁବନେଶ୍ବର ମାନନୀୟା ଶ୍ରୀମତୀ ସୁଲୋଚନା ଦାସ, ସମ୍ମାନୀୟା ଅତିଥୁ ୟୁ.ଏନ୍.ଡି.ପି. ଓଡ଼ିଶା ମୁଖ୍ୟ ସମ୍ମାନୀୟା ଆଭା ମିଶ୍ର, ଶିଳ୍ପପତି ସମ୍ମାନୀୟା ଶ୍ରୀମତୀ ସ୍ବୀକୃତି ପଟ୍ଟନାୟକ ମହୋଦୟା ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ମହିଳା ଉଦ୍ୟୋଗୀ ଯୋଗଦେଇଥିଲେ, ଆତିଥ୍ୟ କ୍ଷେତ୍ରରେ ସୋନାଲୀ ସାହୁ, ଲାଇଫ୍ ହୋଟେଲର ମୁଖ୍ୟ, ଅଲମ୍ପିଆନ୍ କ୍ରୀଡାବିତ୍ ନମିତା ଟପୋ, ଅଭିନେତ୍ରୀ ଅନୁ ଚୌଧୁରୀ, ଚିକିତ୍ସା କ୍ଷେତ୍ରରେ ଡ଼ ସୁଜାତା କର, ସମାଜସେବା କ୍ଷେତ୍ରରେ ପରିଚୟ ଫାଉଣ୍ଡେସନ୍ ମୁଖ୍ୟ ଡ଼ ରୋଜାଲିନ୍ ପାଟ୍ଟଶାଣୀ, ଓଡ଼ିଶୀଗୁରୁ ସୁହାଗ ନଳୀନୀ ଦାସ, ଉପସ୍ଥାପିକା ମୌସୁମୀ ମହାନ୍ତି, ପଶୁପ୍ରେମୀ ପୂଜା ତ୍ରିପାଠୀ, ଓ.ଡି.ଏମ୍ ସ୍କୁଲ ମୁଖ୍ୟ ଶୈଳେନ୍ଦ୍ର କୁମାରୀ, ପି.ପି.ଏଲ୍ ନ୍ୟୁଜ୍ ଓଡ଼ିଆ ମୁଖ୍ୟ ଲିପ୍ସା ପଟ୍ଟନାୟକ, ଇଷ୍ଟର୍ସ ଫୁଡ୍‌ର ମୁଖ୍ୟ ଅଭିସ୍ମିତା ସାହୁ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ସମସ୍ତେ ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ମିରାମ୍ବିକା ରାଜ୍ୟରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସଶକ୍ତିକରଣ କରିଛି ଏବଂ ୨ ଲକ୍ଷ ମହିଳା ଉଦ୍ୟୋଗୀ ସବଲମ୍ବୀ କରିଛି ।


Share It

Comments are closed.