ପଶ୍ଚିମ ଓଡିଶାର ଶିଳ୍ପ ଅଭିବୃଦ୍ଧିରେ ଅଂଶୀଦାର ହୋଇ ଆମେ ଗର୍ବିତ:- ସିଇଓ, ଟିପିଡବ୍ଲୁଓଡିଏଲ୍


ବୁର୍ଲା: ପଶ୍ଚିମ ଓଡିଶାର ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ ଝାରସୁଗୁଡ଼ା ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଚାପ୍ଟର ଦ୍ବାରା ଆୟୋଜିତ ତିନି ଦିନିଆ 24 ତମ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଅଂଶ ଗ୍ରହଣ କରିଅଛି । ଏହି ଅବସରରେ କମ୍ପାନୀର ସିଇଓ ଇଞ୍ଜିନିୟର ଗଜାନନ୍ କାଲେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ, ଟିପିଡବ୍ଲୁଓଡିଏଲ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଟାଟା ପାୱାରର ରିନିୟୁଏବୁଲ୍ ଏନର୍ଜି ବିଭାଗର ପ୍ରତିନିଧୀମାନଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନ ପରେ ଇଞ୍ଜିନିୟର ଗଜାନନ୍ କାଲେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିରେ ଅଂଶୀଦାର ହୋଇଥିବାରୁ ଆମେ ଗର୍ବିତ । ଉଭୟ ଛୋଟ, ମଧ୍ୟମ ଏବଂ ବୃହତ ଶିଳ୍ପଗୁଡିକର ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ବିଦ୍ୟୁତ୍ ସେବା ଯୋଗାଇବା ଦିଗରେ କମ୍ପାନୀ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମର ରୂପାନ୍ତରଣରେ ପ୍ରଚେଷ୍ଟା ଜାରି ରଖିଛି । କାରଣ ବିଦ୍ୟୁତ୍ ଶକ୍ତି ହିଁ ପ୍ରତ୍ୟେକ ଶିଳ୍ପର ସଫଳତାର ଚାବି ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଶିଳ୍ପ ବିକାଶକୁ ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ରାଜ୍ୟର ପ୍ରତିଷ୍ଠିତ କମ୍ପାନୀ ତଥା ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡିକୁ ସ୍ଥିର, ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଟିପିଡବ୍ଲୁଓଡିଏଲ୍ ପ୍ରତିବଦ୍ଧ ।
ଝାରସୁଗୁଡାଠାରେ ଆୟୋଜିତ ଏହି 24 ତମ ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ଏକ ଐତିହାସିକ କାର୍ଯ୍ୟକ୍ରମ ତଥା ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରାଇବା ଦିଗରେ ଏକ ସଠିକ୍ ପଦକ୍ଷପ । ଏହାଦ୍ୱାରା ସମଗ୍ର ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଆମେ ଧନ୍ୟବାଦ ଦେଉଛୁ ଏବଂ ସିଆଇଆଇ ଓଡିଶା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ସଫଳତା ଆଶା କରୁଛୁ ବୋଲି ଇଞ୍ଜିନିୟର କାଲେ ପ୍ରକାଶ କରିଛନ୍ତି ।


Share It

Comments are closed.