ଏନ୍‌ଏସ୍‌ଇ କ୍ରମାଗତ ପଂଚମ ବର୍ଷ ପାଇଁ ବିଶ୍ୱର ସର୍ବବୃହତ ଡେରିଭେଟିଭ୍ ଏକ୍ସଚେଂଜ୍ ଓ ୨୦୨୩ ବର୍ଷରେ ଇକ୍ୱିଟି ବର୍ଗରେ ବିଶ୍ୱରେ ତୃତୀୟ ସର୍ବବୃହତ


ଭୁବନେଶ୍ୱର: ଡେରିଭେଟିଭ୍ ଟ୍ରେଡିଂ ସଂସ୍ଥା ଫ୍ୟୁଚର୍ସ ଇଣ୍ଡଷ୍ଟ୍ରି ଆସୋସିଏସନ୍ (ଏଫ୍‌ଆଇଏ) ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଆଧାରରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଂଜ୍ (ଏନ୍‌ଏସ୍‌ଇ ଗ୍ରୁପ୍‌) ଏବଂ ଏନ୍‌ଏସ୍‌ଇ ଇଂଟରନ୍ୟାସନାଲ୍ ଏକ୍ସଚେଞ୍ଜ୍ ୨୦୨୩ରେ ପୁଣି ଥରେ ବିଶ୍ୱର ସର୍ବବୃହତ୍ ଡେରିଭେଟିଭ୍‌୍ସ୍ ଏକ୍ସଚେଞ୍ଜ ଗ୍ରୁପ୍ ଭାବେ ଉଭା ହୋଇଛି ।
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ହେଉଛି କ୍ରମାଗତ ପଂଚମ ବର୍ଷ ପାଇଁ ବିଶ୍ୱର ସର୍ବବୃହତ ଡେରିଭେଟିଭ୍ ଏକ୍ସଚେଞ୍ଜ । ୱାର୍ଲ୍ଡ ଫେଡେରେସନ୍ ଅଫ୍ ଏକ୍ସଚେଞ୍ଜ୍ (ଡବ୍ଲ୍ୟୁଏଫ୍‌ଇ) ପରିସଂଖ୍ୟାନ ଅନୁଯାୟୀ ୨୦୨୩ରେ ଟ୍ରେଡ୍ ସଂଖ୍ୟା (ଇଲେକ୍ଟ୍ରୋନିକ୍ ଅର୍ଡର ବୁକ୍‌) ହିସାବରେ ଏନ୍‌ଏସ୍‌ଇ ଇକ୍ୱିଟି ବର୍ଗରେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି ।
ଚଳିତ ବର୍ଷ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜି ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିବା ବେଳେ ଏସ୍‌ଏମ୍‌ଇ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜି ୧,୦୦,୦୦୦ କୋଟି ଟଙ୍କା ଏବଂ ନିଫ୍ଟି ୫୦ ସୂଚକାଙ୍କ ପ୍ରଥମ ଥର ପାଇଁ ୨୦,୦୦୦ ପଏଂଟ୍ ସ୍ତର ଅତିକ୍ରମ କରିବା ଭଳି ଅନେକ ମାଇଲଖୁଂଟ ହାସଲ ହୋଇଛି । ବର୍ଷ ଶେଷ ସୁଦ୍ଧା ଏକ୍ସଚେଞ୍ଜରେ ୟୁନିକ୍ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୮.୫ କୋଟି ଅତିକ୍ରମ କରିଛି ।
ଏନଏସଇ ଏହାର ଇକ୍ୱିଟି ବର୍ଗରେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଦଶମ ବର୍ଷ ପାଇଁ କାରବାର କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ବର୍ଷକୁ ବର୍ଷ ବୃଦ୍ଧି ହାସଲ କରିଛି । ୨୦୨୩ ନଭେମ୍ବର ୩୦ରେ ଇକ୍ୱିଟି ସେଗମେଂଟରେ ଗୋଟିଏ ଦିନରେ ୧୬୭,୯୪୨.୪୭ କୋଟି ଟଙ୍କା ଏବଂ ୨୦୨୩ ଡିସେମ୍ବର ୨ରେ ଇକ୍ୱିଟି ଡେରିଭେଟିଭ୍ ବର୍ଗରେ ୩୮୧,୬୨୩.୧୨ କୋଟି ଟଙ୍କାର କାରବାର ହୋଇଥିଲା । ନଗଦ ବଜାର କାରବାର ଅନୁପାତରେ ଇକ୍ୱିଟି ଡେରିଭେଟିଭ ଚଳିତ ବର୍ଷ ସାମାନ୍ୟ ହ୍ରାସ ପାଇ ୨୦୨୨ରେ ୨.୮୬ ଥିବା ବେଳେ ୨୦୨୩ କ୍ୟାଲେଣ୍ଡର ବର୍ଷରେ ଏହା ୨.୬୪କୁ ହ୍ରାସ ପାଇଛି ।
ଏନଏସଇର ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି ଯେ, “ଇକ୍ୱିଟି ବର୍ଗରେ ତୃତୀୟ ସ୍ଥାନରେ ରହିବା ଏବଂ ସର୍ବବୃହତ ଡେରିଭେଟିଭ୍ ଏକ୍ସଚେଞ୍ଜ ହୋଇଥିବାରୁ ବିଶ୍ୱ ମାନଚିତ୍ରରେ ଭାରତୀୟ ପୁଞ୍ଜି ବଜାର ବ୍ୟବସ୍ଥା ପ୍ରତି ଦୃଢ଼ ସାମର୍ଥ୍ୟକୁ ତାହା ଦର୍ଶାଯାଇଛି । ଏହା ନୂତନ ନିବେଶକଙ୍କୁ ଆକୃଷ୍ଟ କରିବା ସହିତ ଭାରତୀୟ ବଜାରକୁ ପାଣ୍ଠି ପ୍ରବାହକୁ ଆକୃଷ୍ଟ କରିବାରେ ସହାୟକ ହେବ, ଯାହା ପୁଞ୍ଜି ସୃଷ୍ଟିରେ ସହାୟକ ହୋଇପାରିବ । ଏହି ଅବସରରେ ମୁଁ ଭାରତ ସରକାର, ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଟ୍ରେଡିଂ ସଦସ୍ୟ, ନିବେଶକ ଏବଂ ଅନ୍ୟ ସମସ୍ତ ଅଂଶୀଦାରମାନଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି ।”


Share It

Comments are closed.