ଶୁଭାରମ୍ଭ ହେଲା Vivo Y53i


ଭିଭୋ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହି Vivo Y53i ହେଉଛି Vivo Y53 ସ୍ମାର୍ଟଫୋନର ନବୀନତମ ସଂସ୍କରଣ, ଯାହାର କି ଏକ ବର୍ଷ ପୂର୍ବରୁ ଶୁଭାରମ୍ଭ କରାଯାଇଥିଲା ।
ସ୍ମାର୍ଟଫୋନଟିର ସାମନା ଭାଗରେ ୫ ଇଞ୍ଚର ଆପିଏସ ଡିସପ୍ଲେ ରହିଛି । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୬.୦ ମାର୍ସମାଲୋ ସହ ଫନଟଚ ଓଏସ ୩.୦ ରହିଛି । ସୁରକ୍ଷା ଦୃଷ୍ଟିରୁ ସ୍ମାର୍ଟଫୋନଟିରେ ଫିଙ୍ଗର ପ୍ରିଣ୍ଟ ସେନସର ପ୍ରତିବଦଳରେ ଫେସ ଅନଲକ ବ୍ୟବସ୍ଥା ରହିଛି । ଏହା ସହ ସ୍ମାର୍ଟଫୋନଟିରେ କ୍ୱାଲକମ ସ୍ନାପଡ୍ରାଗନ ୪୨୫ ପ୍ରୋସେସର ରହିବା ସହ ୨ଜିବି ରାମ ଏବଂ ୧୬ ଜିବିର ଆଭ୍ୟନ୍ତରୀଣ ମେମୋରି ରହିଛି, ଯାହାକି ଆବଶ୍ୟକ ମୁତାବକ ୨୫୬ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏହାର ପଛ ଭାଗରେ ୮ ଏମପିର କ୍ୟାମେରା ରହିଥିବାବେଳେ, ସାମନା ଭାଗରେ ୫ ଏମପିର କ୍ୟାମେରା ରହିଛି ।
ସଂଯୋଗୀକରଣ ବିକଳ୍ପ ଦୃଷ୍ଟିରୁ ଏଥିରେ ଡୁଆଲ-ସିମ କାର୍ଡ ସ୍ଲଟ, ୪ଜି ଏଲଟିଇ, ଭୋଲଟି, ୱାଇ-ଫାଇ ୮୦୨.୧୧ ବି/ଜି/ଏନ, ବ୍ଲୁଟୁଥ୪.୨, ଏ-ଜିପିଏସ, ମାଇକ୍ରୋ ୟୁଏସବି ପୋର୍ଟ ଏବଂ ୩.୫ ଏମଏମ ଅଡିଓ ପୋର୍ଟ ରହିଛି । ଏଥିରେ ୨୫୦୦ଏମଏଏଚ ବ୍ୟାଟେରୀ ରହିଥିବା ବେଳେ ଏହାର ମୂଲ୍ୟ ୭,୯୯୦ ଟଙ୍କା ରହିଛି, ଯାହାକି ସମସ୍ତ ରିଟେଲ ଷ୍ଟୋରମାନଙ୍କରେ ଉପଲବ୍ଧ ରହିବ ।


Share It

Comments are closed.