ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା କୁମ୍ଭୀର ଅଭୟାରଣ୍ୟ


କୁମ୍ଭୀରମାନଙ୍କର ପ୍ରଜନନ ସମୟ ପାଇଁ ମେ ମାସରୁ ଜୁଲାଇ ୩୧ ପର୍ଯ୍ୟନ୍ତ କୁମ୍ଭୀର ଅଭୟାରଣ୍ୟ ବନ୍ଦ ଥିଲା ବେଳେ ପର୍ଯ୍ୟଟକମାନଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲାଯାଇଛି । ଏଠାରେ ବିଳାସପୂର୍ଣ୍ଣ ରେସ୍ତୋରାଁ, ବ୍ୟାଟେରୀ ବୋଟର ବ୍ୟବସ୍ଥା ଏବଂ ନର୍ସରୀ ପରି ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହା ବ୍ୟତୀତ ରାତ୍ରି ଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭିତରକନିକାକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ପର୍ଯ୍ୟଟକ ପ୍ରବେଶ କରିବାର ସୁବିଧା ରହିଛି । ଏହା ସହିତ ଏଠାରେ ନୂତନ କ୍ୟାଫେ ଏବଂ ଲାଇବ୍ରେରୀ ମଧ୍ୟ ଖୋଲାଯାଇଛି ।


Share It

Comments are closed.