ଓଡିଶାର ଶିମିଳିପାଳରେ ବିରଳ କଳା ବାଘ


ଆର୍ନ୍ତଜାତୀୟ ବ୍ୟାଘ୍ର ଦିବସରେ ବାଘ ସଂଖ୍ୟା ଲୋପ ପାଉଥିବା ନେଇ ଚିନ୍ତା ବ୍ୟକ୍ତ କରୁଥିବା ସମୟରେ ଏକ ବିରଳ କଳା ବାଘର ଫଟୋ ସମସ୍ତଙ୍କୁ ଆଚମ୍ବିତ କରିଛି । ଓଡିଶାର ଶିମିଳିପାଳ ବାଘ ଅଭୟାରଣ୍ୟରେ ଏକ କଳା ମହାବଳ ବାଘର ଭିଡିଓ ଖୁବ ଭାଇରାଲ ହେଉଛି । ଭାରତୀୟ ବନ୍ୟ ସେବା ଅଫିସର ସୁଶାନ୍ତ ନନ୍ଦ ବନ୍ୟପ୍ରାଣୀମାନଙ୍କପ ଫଟୋ ଏବଂ ଭିଡିଓ ସେୟାର କରୁଥିବା ବେଳେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେହି କଳା ବାଘର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି ।
ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବାଘ ଜଙ୍ଗଲର ସ୍ଥାୟୀତ୍ୱର ଏକ ପରିଚୟ ଏବଂ ଆନ୍ତ ର୍ଜାତୀୟ ବାଘ୍ର ଦିବସରେ ଏକ ସ୍ୱତନ୍ତ୍ର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି ବୋଲି ଜଣାଇଥିଲେ ।


Share It

Comments are closed.