୩୦୦ କୁମ୍ଭୀରଙ୍କୁ ମାରି ମୃତ ଯୁବକଙ୍କ ପ୍ରତିଶୋଧ ନେଲେ ଗ୍ରାମବାସୀ


କୁହାଯାଏ ଯଦି ପଶୁ ମାତିଲା ତା ହେଲେ କ’ଣ ହେବ ତାହା କୁହାଯାଇପାରିବ ନାହିଁ । ହେଲେ ପ୍ରକୃତିର କଥାଟି ସତ ନୁହେଁ । କାରଣ ମଣିଷ ଯଦି ମାତେ ତା ହେଲେ ଯେ କ’ଣ କ୍ଷତି ହେବ ସେ କଥା କହିହେବ ନାହିଁ । ସେମିତି ଏକ ଘଟଣା ଇଣ୍ଡୋନେସିଆର ପଶ୍ଚିମ ପାପୁଆର ସାରାଙ୍ଗ ଅଞ୍ଚଳରେ ଘଟିଛି । ଜଣେ ଗ୍ରାମବାସୀଙ୍କୁ କୁମ୍ଭୀର ମାରିଦବା ପରେ ସେଠାକାର ଲୋକେ ଉତ୍ତେଜିତ ହୋଇ କୁମ୍ଭୀର ପ୍ରଜନନ ଫାର୍ମ ଭିତରେ ପଶିଯାଇ, ଠେଙ୍ଗା. ବାଡି, କୋଦାଳ ଆଦି ସହ ଆକ୍ରମଣ କରି ୩୦୦ରୁ ଅଧିକ କୁମ୍ଭୀରକୁ ମାରି ପକାଇଛନ୍ତି । ପଶ୍ଚିମ ପାପୁଆର ସାରାଙ୍ଗ ଅଞ୍ଚଳରେ ଏକ କୁମ୍ଭୀର ପ୍ରଜନନ ଫାର୍ମରହିଛି ।
ଶନିବାର ଦିନ ସେହି ଅଞ୍ଚଳରେ ଜଣେ ସ୍ଥାନୀୟ ବାସିନ୍ଦା ୪୮ ବର୍ଷିୟ ସୁଗିନ୍ତୋ ଲୁଚି କରି ସେହି ଫାର୍ମ ଭିତରେ ପ୍ରବେଶ କରି ପରିବା ଚୋରି କରିବାର ପ୍ରୟାସ କରୁଥିଲେ । ସେତିକି ବେଳେ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ତାଙ୍କ ପାଟି ଶୁଣି ସେହି ଫାର୍ମର କିଛି କର୍ମଚାରୀ ତାଙ୍କ ଆଡକୁ ଦୌଡି ଗଲା ପରେ ସେତେବେଳେ କୁମ୍ଭୀର ଆକ୍ରମଣରେ ତାଙ୍କ ପ୍ରାଣ ଯାଇସାରିଥିଲେ ।
ରବିବାର ଦିନ ସୁଗିନ୍ତୋଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଏହା ପରେ ସେହି ଅଞ୍ଚଳର ମୁଖ୍ୟ ସଂରକ୍ଷଣ ଅଧିକାରୀ ବସର ମାନୁଆଲ ସେମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ପ୍ରତିଶୃତି ଦେବା ସତ୍ତେ୍ୱ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଏହାକୁ ନମାନି ଛୁରୀ, ଭୁଜାଲି ଏବଂ କୋଢି ଧରି ଫାର୍ମ ଭିତରକୁ ଧସେଇ ପଶିଥିଲେ । ଯାହା ଫଳରେ ଉତ୍ତ୍ୟକ୍ତ ଲୋକମାନେ ହିଂସାପରାୟଣ ହୋଇ ଫାର୍ମରେ ଥିବା ୪ ଇଞ୍ଚ ଏବଂ ୨ ମିଟର ପର୍ଯ୍ୟନ୍ତ ଥିବା ୩୦୦ରୁ ଅଧିକ କୁମ୍ଭୀର ମାନଙ୍କୁ ପିଟି ପିଟି ମାରିଦେଇଥିଲେ । ଉତ୍ତେଜିତ ଲୋକମାନେ ଏତେ ସଂଖ୍ୟକ ଥିଲେ ଯେ ସେମାନଙ୍କୁ ପ୍ରତିରୋଧ କରିବାରେ ପୋଲିସ ଏବଂ ଅଧିକାରୀ ମାନେ ଅସମର୍ଥ ହେଲେ ବୋଲି ସୂଚନା ଦେଇଛନ୍ତି । ଇଣ୍ଡୋନେସିଆ ସରକାରଙ୍କ କୁମ୍ଭୀର ସଂରକ୍ଷଣ ଯୋଜନା ଅଧିନରେ ଏକ ବେସରକାରୀ ସଂସ୍ଥା ଏହି ଫାର୍ମ ଚଳାଉଥିଲେ । ଇଣ୍ଡୋନେସିଆ ଆଇନ ଅନୁସାରେ ସଂରକ୍ଷିତ ପଶୁ ମାନଙ୍କୁ ହତ୍ୟା କଲେ ୯ ମାସର ଜେଲ ଦଣ୍ଡ ରହିଛି । ବର୍ତ୍ତମାନ ଏତେ ସଂଖ୍ୟକ କୁମ୍ଭୀରକୁ ଲୋକେ ମିଳିତ ଭାବେ ମାରିଥିବାରୁ ସମସ୍ତଙ୍କ ଉପରେ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ ।


Share It

Comments are closed.