ପରଲୋକରେ ବଲିଉଡର ମା’ ରିତା ଭାଦୁଡୀ


ଛୋଟ ପରଦା ଏବଂ ବଡ ପରଦାରେ ମା ଭୂମିକାରେ ଅଭିନୟ କରୁଥିବା ରିତା ଭାଦୁଡୀଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କର ଏହି ଖବର ମିଳିବା ପରେ ଟିଭି ଏବଂ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । ରିତା ଭାଦୁଡୀ ଟିଭି ଏବଂ ଚଳଚିତ୍ର ଜଗତରେ ଲୋକପ୍ରିୟରେ ଜଣେ ବ୍ୟକ୍ତି ଥିଲେ । ତାଙ୍କ ଦେହାନ୍ତର ଏହି ସୂଚନା ବରିଷ୍ଠ ଅଭିନେତା ଶିଶିର ଶର୍ମା ଟ୍ୱିଟ କରି ଜଣାଇଛନ୍ତି ।
ସେ ଲେଖିଛନ୍ତି ‘ ସେ ଲେଖିଛନ୍ତି ବହୁତ ଦୁଃଖର ସହିତ ଏହା ମତେ ଲେଖିବାକୁ ପଡୁଛି ଯେ, ରୀତା ଭାଦୁରୀ ଆଉ ଆମ ମଧ୍ୟରେ ନାହାନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ଅପରାହ୍ନରେ ମୁମ୍ବାଇରେ ହିଁ ହେବ । ଆମ ସମସ୍ତଙ୍କ ପାଇଁ ସେ ମା ରୂପରେ ଥିଲେ । ଏବେ ସମସ୍ତେ ତାଙ୍କୁ ମନେ ପକାଇବେ ।
ପ୍ରକାଶ ଥାଉକି ରୀତା ଅନେକ ଦିନ ହେବ ଅସୁସ୍ଥ ରହିଥିଲେ । ତାଙ୍କର କିଡନୀ ରୋଗରେ ପୀଡିତ ଥିଲେ । ସେଥିପାଇଁ ତାଙ୍କୁ ସବୁଦିନ ଡାଏଲିସିସ କରିବା ପାଇଁ ମେଡିକାଲ ଯିବାକୁ ପଡୁଥିଲା । ରୀତା ବର୍ତ୍ତମାନ ‘ନିମକି ମୁଖିଆ’ରେ ଇମତ୍ରୀ ଭୂମିକାରେ ଅଭିନୟ କରୁଥିଲେ ।
ଖାଲି ସମୟରେ ସେ ସିଟରେ ହିଁ ଆରାମ କରୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତାଙ୍କୁ ସ୍ୱାସ୍ଥ୍ୟ ଏବଂ କାମ ପ୍ରତି ନିଷ୍ଠା ଦେଖିକରୀ ତାଙ୍କ ସମୟନୁଆସରେ ସୁଟିଙ୍ଗ ପାଇଁ ସିଡୁଲସ ପ୍ରସ୍ତୁତ ହୋଇଥାଏ । ସେ ତାଙ୍କ ଅଭିନୟ ସଂପର୍କରେ କହିଥିଲେ ଯେ, ‘ବୃଦ୍ଧା ବୟସରେ ହେବାକୁ ଥିବା ରୋଗକୁ କଣ ଡରି କରି ସେ ଅଭିନୟ ଛାଡି ଦେବେ । ମୁଁ କାମ କରିବା ଏବଂ ସୁସ୍ଥ ରହିବ ବହୁତ ପସନ୍ଦ କରେ’ । ‘ ସାରା ଭାଇ ଭର୍ସସେସ ସାରା ଭାଇ’, ‘ଅମାନତ’, ‘ଏକ ନେଇ ପେହଚାନ’ ଏବଂ ‘ବାଇବେଲ କି କାହଣୀ’ରେ ନଜର ଆସୁଥିବା ରୀତା ୧୨ରୁ ଅଧିକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ସାରିଛନ୍ତି ।


Share It

Comments are closed.