ରଶ୍ମିକା ମନ୍ଦାନାଙ୍କ ସହ ବିବାହ ଖବରକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ବିଜୟ ଦେବରକୋଣ୍ଡା


ଗତ କିଛି ଦିନ ହେବ ସାଉଥ ଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏକ ଜବରଦସ୍ତ ଆଲୋଚନା । ଉଭୟଙ୍କର ଡେଟିଂ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି । ଏହା ଅନ୍ୟ ଏକ ବିଷୟ ଯେ ଉଭୟେ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି ।

ଗତ କିଛି ଦିନ ହେବ, ଚର୍ଚ୍ଚା ହେଉଥିଲା ଯେ, ରଶ୍ମିକା ଏବଂ ବିଜୟ ୨୦୨୨ ଶେଷରେ ବିବାହ କରିବାକୁ ଯାଉଛନ୍ତି । ହେଲେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ବିଜୟଙ୍କ ଟ୍ୱିଟ୍ । ସେ କହିଛନ୍ତି ବିବାହର ଖବର ସଂପୂର୍ଣ୍ଣ ଗୁଜବ । ଖବର ରହିଛି ଯେ ରଶ୍ମିକା ମନ୍ଦନା ଏବଂ ବିଜୟ ଦେବରାକୋଣ୍ଡା ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।


ବର୍ତ୍ତମାନ ସେ ତାଙ୍କର ବୃତ୍ତିଗତ ସାମ୍ମୁଖ୍ୟ ଉପରେ ଧ୍ୟାନ ଦେଉଛନ୍ତି । ଏହି କଳ୍ପନାଜଳ୍ପନା ମଧ୍ୟରେ ବିଜୟ ଦେବରାକୋଣ୍ଡାଙ୍କ ଏକ ଟୁଇଟ୍ ସାମ୍ନାକୁ ଆସିଛି । ଯାହା ବିବାହ ଖବର ଉପରେ ତାଙ୍କର ପ୍ରତିକ୍ରିୟା ବୋଲି କୁହାଯାଏ । ବିଜୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ବୁଥର ପରି ଗୁଜବ, କଣ ଆମେ ଏହି ଖବରକୁ ଭଲ ପାଇ ଗଲୁଣି ?


Share It

Comments are closed.