ରିଲିଜ ଅପେକ୍ଷାରେ “ଉରି ଦ ସର୍ଜିକାଲ ଷ୍ଟ୍ରାଇକ”


୨୦୧୬ରେ ଜାମ୍ମୁ କାଶ୍ମୀରର ଉୁରୀ ସେକ୍ଟରସ୍ଥିତ ଏଲଓସି ନିକଟରେ ଥିବା ଭାରତୀୟ ସେନା ମୁଖ୍ୟାଳୟରେ ଆତଙ୍କବାଦୀମାନେ ଏକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଭାରତର ୧୮ ଜଣ ଯବାନ ସହିଦ ହୋଇଥିବାବେଳେ ଗତ ୨୦ ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଏହି ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀ ସେନା ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ।
ତେବେ ସବୁଠାରୁ ମୁଖ୍ୟ କଥା ହେଲା ଏହି ଘଟଣାକୁ ନେଇ ଏବେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ ଫିଲ୍ମ ନିର୍ଦ୍ଦେଶକ “ଆଦିତ୍ୟ ଧର” ଏହି ଘଟଣାକୁ ନେଇ ଫିଲ୍ମ ପ୍ରସ୍ତୁତ କରିବେ । ତାଙ୍କର ଏହି ଫିଲ୍ମର ନାମ ହେଲା “ଉରି ଦ ସର୍ଜିକାଲ ଷ୍ଟ୍ରାଇକ” । ଗୁରୁବାର ଦିନ ଏହି ଫିଲ୍ମର ଲୋଗୋ ରିଲିଜ ହୋଇଥିବାବେଳେ ଦର୍ଶକମାନେ ଏହାକୁ ଦେଖି ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ଫିଲ୍ମର ସୁଟିଙ୍ଗ ଚଳିତ ବର୍ଷ ଆରମ୍ଭ ହୋଇଥିଲା । ଏହି ଫିଲ୍ମରେ ଅଭିନେତା ବିବେକ କୌଶଲ ଏବଂ ଅଭିନେତ୍ରୀ ୟମୀ ଗୌତମ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବାବେଳେ ଏବେ ଖାଲି ରିଲିଜ ପାଇଁ ଅପେକ୍ଷା ରହିଛି ।
ଏହି ଫିଲ୍ମକୁ ନେଇ ବିବେକ କୌଶଲ ଏବଂ ୟମି ଗୌତମ ବେଶ ଉତ୍ସାହିତ ଅଛନ୍ତି । ଭାରତୀୟ ସେନା କିପରି ଏଲଓସି ପାର କରି ପାକିସ୍ତାନ ଭତିରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ତାହା ଉପରେ ଏହି ଫିଲ୍ମଟି ପର୍ଯ୍ୟବେଶିତ । ଫିଲ୍ମରେ ଏହି ସବୁ ଜିନିଷ ପ୍ରତି ବେଶ ଧ୍ୟାନ ଦିଆଯାଇଛି । ଏହି ଫିଲ୍ମରେ ଆଦିତ୍ୟ ଧିର ପ୍ରଥମ ଥର ପାଇଁ ଡେଭିୟୁ କରୁଛନ୍ତି ।


Share It

Comments are closed.