ସାବରୀମାଳା ମନ୍ଦିରରେ ଏବେ ପ୍ରବେଶ କରିପାରିବେ ମହିଳା


ଏଥର କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା । କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମ କୋର୍ଟ ଚୂଡାନ୍ତ ରାୟ ଶୁଣାଇଛନ୍ତି । ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ରହିଥିବା କଟକଣା ଉଠିଛି । ଏହି ମାମଲାକୁ ଶୁଣାଣୀ କରିଛନ୍ତି ସାମ୍ବିଦାନିକ ଖଣ୍ଡପୀଠ । ଗଠିତ ହୋଇଥିବା ଏହି ୫ ଜଣିଆ ବେଞ୍ଚ ମହିଳାଙ୍କ ସପକ୍ଷରେ ନିଷ୍ପତି ନେଇଛନ୍ତି ।
ମୁଖ୍ୟ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଚନ୍ଦ୍ରଚୁଡ, ଜଷ୍ଟିସ ନରିମନ, ଜଷ୍ଟିସ ଖାନୱିକର ମହିଳାଙ୍କ ସପକ୍ଷରେ ଏହି ନିଷ୍ପତି ନେଇଛନ୍ତି ।
ଏହି ପ୍ରସଙ୍ଗରେ ଶୁଣାଣୀ କରିବାକୁ ଯାଇ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି ଯେ, ଆସ୍ଥା ନାମରେ ଲିଙ୍ଗ ଭେଦ କରିବା ଠିକ ନୁହେଁ । ନିୟମ ଏବଂ କାନୁନ ଉଭୟ ଏବଂ ମହିଳା ଏବଂ ପୁରୁଷଙ୍କ ପାଇଁ ସମାନ । ମହିଳାଙ୍କ ପାଇଁ ଭିନ୍ନ ମାପ ଦଣ୍ଡ ସେମାନଙ୍କ ସମ୍ମାନରେ ଆଞ୍ଚ ଆଣୁଛି । ମାନନୀୟ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଭଗବାନ ଅୟପ୍ପାଙ୍କ ଭକ୍ତକୁ ଭାଗ ଭାଗ କରିବା ଉଚିତ ନୁହେଁ । ସୁପ୍ରିମକୋର୍ଟର ଅନୁଚ୍ଛେଦ ୨୫ ଅନୁଯାୟୀ ଆଇନ ସମସ୍ତଙ୍କ ପାଇଁ ସମାନ । ପୂର୍ବରୁ ମହିଳା ଦୁର୍ବଳ ଥିଲେ ବୋଲି ମନ୍ଦିରରେ କଟକଣା ଲଗାଯାଇଥିଲା । ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଜରୁରୀ । ସମସ୍ତ କ୍ଷେତ୍ରରେ ବର୍ତ୍ତମାନ ମହିଳା ମାନେ ପୁରୁଷଙ୍କ ସହିତ ସମାନ ହେଲେଣି । ତେଣୁ ଭଗବାନଙ୍କୁ ନେଇ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଭେଦଭାବ କରିବା ଠିକ ନୁହେଁ ।
ପୂର୍ବରୁ ଏହି ସଂକ୍ରାନ୍ତରେ ମାନନୀୟ ସୁପ୍ରିମୋ କୋର୍ଟ ଶୁଣାଣୀ କରି ରାୟ ସଂରକ୍ଷିତ ରଖିଥିଲେ ।
କେରଳର ପଥାନମାଥିତାସ୍ଥିତ ଏହି ସାବରୀମାଳା ମନ୍ଦିରର ପ୍ରଶାସକ ସୁପ୍ରିମକୋର୍ଟକୁ କହିଥିଲେ ୧୦ରୁ ୫୦ ବର୍ଷ ବୟସ୍କ ମଧ୍ୟରେ ଥିବା ମହିଳା ମନ୍ଦିରରେ ପ୍ରବେଶ କରିବା ଅନୁଚିତ କାରଣ ମାସିକ ଧର୍ମ ସେମାନେ


Share It

Comments are closed.