ଭିକି-କାଟ୍ରିନାଙ୍କୁ ହତ୍ୟା ଧମକ , ଭିକି କହିଲେ ଜଣେ କେହି କାଟ୍ରିନାଙ୍କୁ ଷ୍ଟକ କରୁଛି ଏବଂ ହତ୍ୟା ଧମକ ଦେଇଛି


ବଲିଉଡର ନୂତନ ବିବାହିତ ଦମ୍ପତି ଭିକି-କୌଶଲ ଏବଂ କାଟ୍ରିନା କୈଫଙ୍କୁ ହତ୍ୟା ଧମକ ଦିଆଯାଇଛି । ଭିକିଙ୍କ ଅନୁଯାୟୀ ରାଜପୁତ ନାମକ ଜଣଙ୍କ ବ୍ୟକ୍ତି ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ କାଟ୍ରିନାଙ୍କୁ ଷ୍ଟକ କରୁଥିଲେ ଏବଂ ବର୍ତ୍ତମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଏହା ପରେ ଭିକି ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ ଏବଂ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ପ୍ରାରମ୍ଭ କରିଛି ।
ଏହା ପୂର୍ବରୁ ମଧ୍ୟ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ପଞ୍ଜାବୀ ଗାୟକ ସିନ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ଏହି ଧମକ ଘଟଣା ବଢିବାରେ ଲାଗିଛି ।କିଛି ଦିନ ହେବ ଭିକି ଏବଂ କାଟ୍ରିନା ମାଲଦୀପରୁ ଛୁଟି କାଟି ଫେରିଥିବାର ନଜର ଆସିଥିଲେ ।

 


Share It

Comments are closed.