ୱି ପୋଷ୍ଟପେଡ୍ ଗ୍ରାହକମାନେ ଆନ୍ତର୍ଜାତିକ ରୋମିଂ ପ୍ୟାକ୍‌ର ପ୍ରାକ୍ ବୁକିଂରେ ୧୯,୮୦୦ ଟଙ୍କାର ବ୍ୟାଗ ସୁରକ୍ଷା କଭରେଜ୍


ଭୁବନେଶ୍ୱର: କୋଭିଡ୍ ମହାମାରୀ ପରବର୍ତୀ ସମୟରେ ଭାରତୀୟମାନେ ସାରା ବିଶ୍ୱ ଭ୍ରମଣ କରୁଛନ୍ତି । ଭ୍ରମଣରେ ହୋଇଥିବା ବୃଦ୍ଧି ସହ ବ୍ୟାଗେଜ୍ ହଜିବା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ୱର ଅଗ୍ରଣୀ ବିମାନ ବନ୍ଦର ପରିବହନ ଯୋଗାଯୋଗ ଓ ଆଇଟି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଏସଆଇଟିଏର ଏକ ରିପୋର୍ଟ ଅନୁସାରେ ୨୦୨୨ରେ ୨୬ ନିୟୁତ ବ୍ୟାଗ୍ ହଜିଛି କିମ୍ବା ବିଳମ୍ବରେ ପହଂଚିଛି ।
ଭ୍ରମଣ ଅନୁଭୂତିରେ ଉନ୍ନତିି ଆଣିବା ଲାଗି ବ୍ୟାଗେଜ୍‌ର ଉପଯୁକ୍ତ ପରିଚାଳନା ଏବେ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ବ୍ୟାଗ୍‌ର ସୁରକ୍ଷାକୁ ବହୁ ଯାତ୍ରୀ ପ୍ରାଥମିକତା ଦେଉଥିବା ବେଳେ ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ଭୋଡାଫୋନ୍ ଆଇଡିଆ ଲିମିଟେଡ୍‌ର ବ୍ରାଣ୍ଡ୍ ୱି ପକ୍ଷରୁ ଆମେରିକାର ସଂସ୍ଥା ବ୍ଲୁ ରିବନ୍ ବ୍ୟାଗ୍‌ସର ସହଯୋଗିତାରେ ୱିର ପୋଷ୍ଟପେଡ୍ ଗ୍ରାହକମାନଙ୍କ ଲାଗି ଚିନ୍ତାମୁକ୍ତ ଭ୍ରମଣ ଅନୁଭବର ଶୁଭାରମ୍ଭ କରାଯାଇଛି ।
ୱିର ଗ୍ରାହକମାନେ ସେମାନଙ୍କ ଆନ୍ତର୍ଜାତିକ ରୋମିଂ ପ୍ୟାକ୍‌କୁ ୨୦୨୪ ଏପ୍ରିଲ୍ ୭ ପୂର୍ବରୁ ପ୍ରାକ୍ ବୁକିଂ କରିପାରିବେ ଏବଂ ବ୍ୟାଗ୍ ହଜିବା ଭଳି ସ୍ଥିତିରେ ଅଭିଯୋଗ କରିବାର ୯୬ ଘଂଟାରେ ମାଗଣାରେ ବ୍ୟାଗ୍ ପିଛା ୧୯,୮୦୦ ଟଙ୍କା ପାଇପାରିବେ । ୩୯୯୯ ଟଙ୍କିଆ ୧୦ ଦିନିଆ ୪,୯୯୯ ଟଙ୍କିଆ ୧୪ ଦିନିଆ ଏବଂ ୫୯୯୯ ଟଙ୍କିଆ ୩୦ ଦିନିଆ ଅସୀମିତ ଆନ୍ତର୍ଜାତିକ ରୋମିଂ ପ୍ୟାକ୍ ଉପରେ ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ଏହା ୨୦୨୪ ଫେବ୍ରଆରି ୨୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଜାରି ରହିବ ।
ଏହି ପ୍ୟାକ୍ ରିଚାର୍ଜ କଲେ ମାଗଣା ବ୍ଲୁ ରିବନ୍ ବ୍ୟାଗ୍ ସେବା ମିଳିବ । ବିମାନରେ ଯାତ୍ରା କରିବା ପୂର୍ବରୁ ବ୍ଲୁ ରିବନ୍ ବ୍ୟାଗ୍ ସେବାରେ ପଞ୍ଜୀକରଣ କରିବାକୁ ପଡ଼ିବ । ବିମାନ ବନ୍ଦରରେ ବ୍ୟାଗ୍‌ର ଚେକ୍ ଇନ୍ କରାଇବେ । ଯଦି ଯାତ୍ରା ସମୟରେ ବ୍ୟାଗ୍ ହଜିଗଲା କିମ୍ବା ବିଳମ୍ବ ହେଲା ତେବେ ଏୟାରଲାଇନ୍ସ ଓ ବ୍ଲୁ ରିବନ୍ ବ୍ୟାଗ୍‌ସ ନିକଟରେ ଅଭିଯୋଗ କରିବେ । ବ୍ଲୁ ରିବନ୍ ବ୍ୟାଗ୍ ହଜିଥିବା ବ୍ୟାଗ୍‌କୁ ଖୋଜିବା କାର୍ଯ୍ୟ ତ୍ୱରାନ୍ୱିତ କରିବ ଏବଂ ସାରା ବିଶ୍ୱରେ ଥିବା ନେଟ୍‌ୱର୍କକୁ ବ୍ୟବହାର କରି ଆପଣଙ୍କ ବ୍ୟାଗ୍ ଖୋଜି ଆଣିଦେବ ।

To avail this service, click here:    https://www.myvi.in/content/vodafoneideadigital/in/en/vil-homepage/static-pages/Travel-with-Vi-get-FREE-lost-baggage-protection.html  


Share It

Comments are closed.