ଏୟାର ଇଣ୍ଡିଆ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ଶୈଳୀକୁ ପାଳନ କରୁଥିବା ବିମାନ ସୁରକ୍ଷା ଭିଡିଓ ଉନ୍ମୋଚିତ


– ଆକାଶରେ ଓଡ଼ିଶାର ସଂସ୍କୃତି ପ୍ରଦର୍ଶିତ
ଭୁବନେଶ୍ୱର: ଏୟାର ଇଣ୍ଡିଆ ପକ୍ଷରୁ ବିମାନ ଭିତର ସୁରକ୍ଷା ଭିଡିଓ “ସେଫ୍‌ଟି ମୁଦ୍ରାସ୍‌”କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଭାରତୀୟ ସଂସ୍କୃତିକ ସହିତ ସୁରକ୍ଷା ନିର୍ଦ୍ଦେଶାବଳୀଗୁଡ଼ିକ ଯୋଡ଼ିହୋଇରହିଛି । ଏହି ଭିଡିଓର କେନ୍ଦ୍ର ସ୍ଥଳରେ ରହିଛି ଓଡ଼ିଶୀ ଯାହା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଭବ୍ୟତାକୁ ପାଳନ କରୁଛି ।
ଓଡ଼ିଶାର ପ୍ରାଚୀନ ବେଳାଭୂମିର ଆକର୍ଷଣୀୟ ପୃଷ୍ଠଭୂମିରେ ନିର୍ମିତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲି ଦାସ ସିଟ୍ ଓ ଟ୍ରେ ଟେବୁଲ୍ ସୁରକ୍ଷିତ ରଖିବାର କଳାକୁ ଚିତ୍ରଣ କରିଛନ୍ତି । ଏହି କଳାତ୍ମକ ଅଭିବ୍ୟକ୍ତି ମାଧ୍ୟମରେ ଏୟାର ଇଣ୍ଡିଆ ଶିଳ୍ପଜଗତର ବିଶିଷ୍ଟ ବ୍ୟକ୍ତି- ମ୍ୟାକକ୍ୟାନ୍‌୍ ୱାର୍ଲ୍ଡଗ୍ରୁପ୍‌ର ପ୍ରସୁନ୍ ଯୋଶୀ, ଶଙ୍କର ମହାଦେବନ ଏବଂ ଭରତବାଲାଙ୍କ ପ୍ରୟାସକୁ ସ୍ଥାନୀୟ ପ୍ରତିଭାମାନଙ୍କ ଦ୍ୱାରା ବିଶ୍ୱ ଆକାଶରେ ପହଂଚାଇବାରେ ସକ୍ଷମ ହୋଇଛି ।
ଭିଡିଓରେ ସୁରକ୍ଷା ନିର୍ଦ୍ଦେଶନାମା ଏବଂ ଦେଶର ସଂସ୍କୃତିକୁ ପରିପୂର୍ଣ୍ଣ କରୁଥିବା ଅନ୍ୟ ସାତଟି ନୃତ୍ୟ – ବିହୁ, କଥକ, କଥକଲି, ମୋହିନୀଅଟ୍ଟମ, ଭରତନାଟ୍ୟମ, ଘୁମର ଏବଂ ଗିଧ।।କୁ ମଧ୍ୟ ସାମିଲ କରାଯାଇଛି । ପ୍ରତ୍ୟେକ ନୃତ୍ୟ ଶୈଳୀ ଏକ ନିର୍ଦ୍ଦିଷ୍ଟ ନିରାପତା ନିର୍ଦ୍ଦେଶନାମା ଉପସ୍ଥାପନ କରୁଛି ଯାହା ଆକର୍ଷଣୀୟ ଏବଂ ସାଂସ୍କୃତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଛି ।
ଏୟାର ଇଣ୍ଡିଆର ସିଇଓ ଏବଂ ଏମଡି କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ, “ଦେଶର ଗୋଟିଏ ବିଶ୍ୱସନୀୟ ଏବଂ ଭାରତୀୟ କଳା ଓ ସଂସ୍କୃତିର ଦୀର୍ଘକାଳୀନ ପୃଷ୍ଠପୋଷକ ଭାବେ ଏୟାର ଇଣ୍ଡିଆ ଏକ କଳାକୃତି ଉପସ୍ଥାପନ କରି ଆନନ୍ଦିତ ଯାହା ବିଶ୍ୱର ଯାତ୍ରୀମାନଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରିବା ସହିତ ଅତ୍ୟାବଶ୍ୟକ ସୁରକ୍ଷା ନିର୍ଦ୍ଦେଶାବଳୀ ପ୍ରଦାନ କରିବା ପାଇଁ ପ୍ରସ୍ତୁତ୍ କରାଯାଇଛି ।”
ଗ୍ରାମି ପୁରସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶଙ୍କର ମହାଦେବନଙ୍କ ଦ୍ୱାରା ରଚିତ ଏହି ଭିଡିଓରେ ସୁରକ୍ଷା ଏବଂ ସଂସ୍କୃତିର ମିଶ୍ରଣ କରାଯାଇଛି । ଛଅ ମାସ ଧରି ସୁଟିଂ କରାଯାଇଥିବା ଆକର୍ଷଣୀୟ ସ୍ଥାନରେ ଭାରତର ସାମର୍ଥ୍ୟକୁ ଦର୍ଶାଯାଇଛି । ଅତ୍ୟାଧୁନିକ ବିମାନ ଭିତର ମନୋରଞ୍ଜନ ସ୍କ୍ରିନରେ ସଜ୍ଜିତ ଏୟାର ଇଣ୍ଡିଆର ନିକଟରେ ଉପଲବ୍ଧ ହୋଇଥିବା ଏ୩୫୦ ବିମାନରେ ଏହି ସୁରକ୍ଷା ଭିଡିଓ ଉପଲବ୍ଧ ହେବ । ଏହାକୁ ଧୀରେ ଧୀରେ ଏୟାର ଇଣ୍ଡିଆର ଅନ୍ୟ ବିମାନରେ ଉନ୍ମଚନ କରାଯିବ ।


Share It

Comments are closed.