ୱି ପକ୍ଷରୁ ୱି ମ୍ୟାକ୍ସ ପୋଷ୍ଟ୍‌ପେଡ୍ ପ୍ଲାନ୍‌ରେ ସ୍ୱିଗି ୱାନ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌)ର ବ୍ରାଣ୍ଡ୍ ୱି ପକ୍ଷରୁ ୱି ମ୍ୟାକ୍ସ ପୋଷ୍ଟପେଡ୍ ପ୍ଲାନ୍‌ରେ ସ୍ୱିଗି ୱାନ୍‌ର ଶୁଭାରମ୍ଭ କରାଯାଇଛି । ଏଥିସହିତ କଂପାନି ଶିଳ୍ପର ପ୍ରଥମ ଅଭିଯାନ “ଚଏସ୍‌’ର ଶୁଭାରମ୍ଭ କରିଛି ଯେଉଁଥିରେ ଗ୍ରାହକମାନେ ମନୋରଂଜନଠାରୁ ଆରମ୍ଭ କରି ଖାଦ୍ୟ, ପରିବହନ ଏବଂ ମୋବାଇଲ ନିରାପତା ଆଦି କ୍ଷେତ୍ରରେ ନିଜ ପସନ୍ଦର ଲାଭକୁ ଚୟନ କରିପାରୁଛନ୍ତି ।
ୱି ପକ୍ଷରୁ ଏହାର ୱି ମ୍ୟାକ୍ସ ଇଣ୍ଡିଭିଦୁଆଲ ଓ ୱି ମ୍ୟାକ୍ସ ଫ୍ୟାମିଲି ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କ ଲାଗି ବିନା କୌଣସି ଅତିରିକ୍ତ ଶୁଳ୍କରେ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର “ସ୍ୱିଗି ୱାନ୍ ସଦସ୍ୟତା’ ପ୍ରଦାନ କରୁଛି । ୱି ମ୍ୟାକ୍ସ ପୋଷ୍ଟପେଡ୍ ବ୍ୟବହାରକାରୀମାନେ ୫୦୧ ଟଙ୍କା, ୭୦୧ ଟଙ୍କା, ୧୧୦୧ ଟଙ୍କିଆ ରେଡଏକ୍ସ ପ୍ଲାନ୍ ଏବଂ ୱି ମ୍ୟାକ୍ସ ଫାମିଲି ପ୍ଲାନର ଗ୍ରାହକମାନେ ୧୦୦୧ ଟଙ୍କା ଏବଂ ୧୧୫୧ ଟଙ୍କିଆ ପ୍ଲାନ୍‌ରେ ସ୍ୱିଗି ୱାନ୍ ସଦସ୍ୟତା ହାସଲ କରି ସେଥିରେ ଥିବା ଲାଭକୁ ପାଇପାରିବେ ।

ଏହା ସହିତ ୱି ମ୍ୟାକ୍ସ ପୋଷ୍ଟପେଡ ଇଣ୍ଡିଭିଦୁଆଲ ଏବଂ ଫ୍ୟାମିଲି ପ୍ଲାନ୍‌ର ଗ୍ରାହକମାନେ ମନୋରଞ୍ଜନ (ଓଟିଟି)ରେ ଆମାଜନ ପ୍ରାଇମ, ଡିଜନି + ହଟଷ୍ଟାର, ସୋନିଲିଭ ଏବଂ ସନଏନଏକ୍ସଟି; ଭ୍ରମଣରେ ଇଜ୍‌ମାଇଟ୍ରିପ୍‌; ନିରାପତାରେ ନର୍ଟନ୍ ୩୬୦ ମୋବାଇଲ୍ ସୁରକ୍ଷା ଏବଂ ଖାଦ୍ୟରେ ଇଜିଡିନର ଏବଂ ବର୍ତମାନ ସ୍ୱିଗି ୱାନ୍ ସଦସ୍ୟତାରୁ ସେମାନଙ୍କ ପସନ୍ଦର ଲାଭ ବାଛିପାରିବେ ।
ୱି ମ୍ୟାକ୍ସ ପୋଷ୍ଟ୍‌ପେଡ୍ ପ୍ଲାନ୍ ଗ୍ରାହକମାନଙ୍କୁ ନିଜର କ୍ରେଡିଟ୍ ସୀମା ଏବଂ ପ୍ରାଥମିକତା ଗ୍ରାହକ ସେବା ଧାର୍ଯ୍ୟ କରିବା ପରି ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରୁଛି ।

ସ୍ୱିଗି ୱାନ୍ ଚୟନ କରୁଥିବା ୱି ମ୍ୟାକ୍ସ ଗ୍ରାହକମାନେ ୧୪୯ ଟଙ୍କାରୁ ଅଧିକ ମୂଲ୍ୟର ଖାଦ୍ୟ ବରାଦ ଉପରେ ଅସୀମିତ ଡେଲିଭରି ପାଇପାରିବେ । ୩୦ ହଜାରରୁ ଅଧିକ ରେସ୍ତୋରାଁରେ ୩୦% ପର୍ଯ୍ୟ ରିହାତି ପାଇବେ । ଇନଷ୍ଟାମାର୍ଟରେ ୧୯୯ ଟଙ୍କାରୁ ଅଧିକ ମୂଲ୍ୟର ବରାଦ ଉପରେ ଅସୀମିତ ଡେଲିଭରି ପାଇପାରିବେ । ଡାଇନଆଉଟ୍‌ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ଏବଂ ମାସିକ ୧୫୦ ଟଙ୍କା ମୂଲ୍ୟର ଅତିରିକ୍ତ କୁପନ ମିଳିବ । ସ୍ୱିଗି ଜିନି ଡେଲିଭରି ଫି’ରେ ୧୦% ରିହାତି ମିଳିବ ।


Share It

Comments are closed.