ୱି ଓ ଟିମ୍ ଭିଟାଲିଟି ଫୋର୍ଜ ମଧ୍ୟରେ ଇସ୍ପୋର୍ଟକୁ ନେଇ ସହଯୋଗିତା


ଭୁବନେଶ୍ୱର: ଭାରତରେ ଇସ୍ପୋର୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ପ୍ୟାରିସ୍‌ର ଅଗ୍ରଣୀ ଇସ୍ପୋର୍ଟ ସଂସ୍ଥା ଟିମ୍ ଭିଟାଲିଟି ସହିତ ସହଯୋଗିତା ସ୍ଥାପନ କରାଯାଇଛି । ପ୍ରଥମ ଥର ପାଇଁ ଏହି ଦୁଇ ବ୍ରାଣ୍ଡ ମିଳିତ ଭାବେ ଇସ୍ପୋର୍ଟ ପ୍ରଶଂସକ ଓ ଗେମିଂ ଉତ୍ସାହୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସହଯୋଗିତାରେ ବ୍ରାଣ୍ଡ ପ୍ରାୟୋଜକ୍‌, କଟେଂଟ୍ ପାର୍ଟନରସିପ୍‌, ଗେମିଂ କାର୍ଯ୍ୟକ୍ରମ ଏବଂ ଅନନ୍ୟ ଅଭିଜ୍ଞତା ଭଳି ଅନେକ ଦିଗ ରହିଛି । ଏହା ଦ୍ୱାରା ୱି ଗ୍ରାହକମାନେ ଇସ୍ପୋର୍ଟସରେ ଅଂଶଗ୍ରହଣ କରିପାରିବେ ଏବଂ କେତେକ ଲୋକପ୍ରିୟ ଟିମ୍ ଭିଟାଲିଟି ଟୁର୍ଣ୍ଣାମେଂଟ୍ ଏବଂ ଦଳକୁ ସ୍ୱତନ୍ତ୍ର ଭାବେ ହାସଲ କରିପାରିବେ । ଏହି ସହଯୋଗିତା ସମଗ୍ର ଦେଶରୁ ଉଦୀୟମାନ ଇସ୍ପୋର୍ଟ୍ସ ପ୍ରତିଭାମାନଙ୍କ ପାଇଁ ପେସାଦାର ଖେଳାଳିଙ୍କ ନିକଟରେ ପହଂଚିବା, ମାଷ୍ଟର କ୍ଲାସ, ଇସ୍ପୋର୍ଟସ୍ ପ୍ରତିଭା ସହିତ ସାକ୍ଷାତ ଏବଂ ଅଭିନନ୍ଦନ ଏବଂ ଆହୁରି ଅନେକ ସୁଯୋଗ ସୃଷ୍ଟି କରିବ ।
ୱିି ମୋବାଇଲ୍ ଗେମ୍ କ୍ଷେତ୍ରରେ ନିଜର ଦୃଢ଼ ଉପସ୍ଥିତି ପାଇଁ ଜଣାଶୁଣା । ୱି ଆପ୍‌ରେ ଥିବା ୱି୍ ଗେମ୍ ଉପଭୋକ୍ତାଙ୍କୁ ବିଭିନ୍ନ ପ୍ରକାରର ହାଇପର କାଜୁଆଲ୍ ମୋବାଇଲ୍ ଗେମ୍ ପ୍ରଦାନ କରୁଛି । ଟିମ୍ ଭିଟାଲିଟି ସହିତ ଏହି ସହଯୋଗିତା ମାଧ୍ୟମରେ ୱି ଏବେ ଭାରତରେ ଇସ୍ପୋର୍ଟସ୍ ଉପରେ ନିଜର ଗୁରୁତ୍ୱକୁ ଆହୁରି ଗଭୀର କରିବାକୁ ଲକ୍ଷ୍ୟ ରଖିଛି । ନିକଟ ଅତୀତରେ ୱି ଗେମ୍ସ କଲ୍ ଅଫ୍ ଡ୍ୟୁଟି: ମୋବାଇଲ୍‌, ଫ୍ରି ଫାୟାର ମ୍ୟାକ୍ସ, ଆସ୍ଫାଲ୍ଟ ୯, କ୍ଲାସ୍ ରୟାଲ୍ ଇତ୍ୟାଦି ଲୋକପ୍ରିୟ ଫ୍ରି-ଟୁ-ପ୍ଲେ ଟୁର୍ନାମେଂଟ୍‌୍ ଆୟୋଜନ କରି ଇସ୍ପୋର୍ଟ୍ସ କ୍ଷେତ୍ରରେ ପ୍ରବେଶ କରିଥିଲା ।
ୱିର ସିଏମଓ ଅବନୀଶ ଖୋସଲା କହିଛନ୍ତି ଯେ, “ଗେମିଂ ସର୍ବଦା ଆମର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ରହିଆସିଛି ଏବଂ ଆମେ ସଠିକ୍ ସହଯୋଗିତା ଏବଂ ପ୍ରାସଙ୍ଗିକ ସୁବିଧା ସହିତ ଆମର ଗେମିଂ ପୋର୍ଟଫୋଲିଓକୁ ସୁଦୃଢ଼ କରିବାକୁ ନିରନ୍ତର ପ୍ରୟାସ କରୁଛୁ । ଗତ କିଛି ବର୍ଷ ମଧ୍ୟରେ ଇସ୍ପୋର୍ଟସ୍ ମୋବାଇଲ୍ ଗେମିଂ କ୍ଷେତ୍ରରେ ବିଶେଷ କରି ଯୁବ ଦର୍ଶକଙ୍କ ମଧ୍ୟରେ ବିପ୍ଳବ ଆଣିଛି । ତେଣୁ ସହି ସ୍ଥାନରେ ୱି ଗେମ୍‌ସ ସ୍ୱାଭାବିକ ଭାବେ ଏହାର ଧ୍ୟାନକୁ ଗଭୀର କରିଛି । ଆମେ ବିଶ୍ୱର ଅନ୍ୟତମ ଅଗ୍ରଣୀ ଇସ୍ପୋର୍ଟସ ସଂସ୍ଥା ଟିମ୍ ଭିଟାଲିଟି ସହିତ ଭାଗିଦାରୀ କରିବାକୁ ଉତ୍ସାହିତ । ମିଳିତ ଭାବେ ଆମେ ଭାରତରେ ଇସ୍ପୋର୍ଟସ ବ୍ୟବସ୍ଥାର ପ୍ରବେଶକୁ ତ୍ୱରାନ୍ୱିତ କରିବା ଓ ସମସ୍ତଙ୍କ ପାଖରେ ପହଂଚାଇବାକୁ ଲକ୍ଷ୍ୟ ରଖିଛୁ । ଆଗାମୀ ମାସରେ ଆମେ ଗ୍ରାହକମାନଙ୍କୁ ଅନୁଭୂତି ପାଇଁ କିଛି ଆକର୍ଷଣୀୟ ଇସ୍ପୋର୍ଟ ଏବଂ ଅନ୍ୟାନ୍ୟ ଯୁବ କୈନ୍ଦ୍ରୀୟ ବିଷୟବସ୍ତୁ ଉପସ୍ଥାପନ କରିବୁ ।’’
ଟିମ୍ ଭିଟାଲିଟି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଣ୍ଡଲ ଫର୍ଣ୍ଣାଣ୍ଡିଜ୍ କହିଛନ୍ତି ଯେ, “ୱିି ସହ ସହଯୋଗିତା ଘୋଷଣା କରି ଆମେ ଆନନ୍ଦିତ । ଆମେ ଏପରି ଏକ ସମୟରେ ଅଛୁ ଯେଉଁଠାରେ ଟେକ୍ନୋଲୋଜି ପରବର୍ତର୍ୀ ସ୍ତରକୁ ଯିବାକୁ ପ୍ରୋତ୍ସାହିତ କରିବ ଏବଂ ଏକାଠି ଆମର ଯାତ୍ରାକୁ ଉତ୍ସାହର ସହ ଆଗେଇ ନେବ । ଆମେ ଦେଶର କୋଣ ଅନୁକୋଣରେ ଆଶାୟୀ ଗେମିଂ ପ୍ରତିଭା ଖୋଜୁଥିବା ନୂଆ ଦିଗନ୍ତ ଖୋଲିବୁ, ନୂତନ ଉଦାହରଣ ସୃଷ୍ଟି କରିବୁ ଏବଂ ଇସ୍ପୋର୍ଟସ ଶିଳ୍ପରେ ଅବିସ୍ମରଣୀୟ ଚିହ୍ନ ସୃଷ୍ଟି କରିବୁ ।’’


Share It

Comments are closed.