ଡିସିବି ବ୍ୟାଙ୍କ ପକ୍ଷରୁ ୟୁପିଆଇ କାରବାର ପାଇଁ କ୍ୟାସ୍‌ବ୍ୟାକ୍ ରିୱାର୍ଡ ସହ ହାପି ସେଭିଂ ଆକାଉଂଟ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଡିସିବି ବ୍ୟାଙ୍କ ନିଜର ନୂଆ ଅଫର “ଡିସିବି ହାପି ସେଭିଂସ୍ ଆକାଉଂଟ୍‌’ ଘୋଷଣା କରିଛି । ଏହି ଅଭିନବ ଆକାଉଂଟ୍ ବ୍ୟାଙ୍କିଂ ଅଭିଜ୍ଞତାକୁ ପରିବର୍ତିତ କରିବ ଯାହା ଏହାର ଗ୍ରାହକମାନଙ୍କ ପାଇଁ ଉଭୟ ସୁବିଧାଜନକ ଏବଂ ଲାଭଦାୟକ ହେବ ।
ଖାତାଧାରୀମାନେ ବର୍ତମାନ ଭାରତ ଭିତରେ ସେମାନଙ୍କ ଯୋଗ୍ୟ ୟୁପିଆଇ ଡେବିଟ୍ କାରବାର ଉପରେ କ୍ୟାସବ୍ୟାକ୍ ରିୱାର୍ଡ ଉପଭୋଗ କରିବାର ସୁଯୋଗ ପାଇବେ । ଯୋଗ୍ୟ ୟୁପିଆଇ ଚାରବାର ଉପରେ ପ୍ରତି ଆର୍ôଥକ ବର୍ଷରେ ୭,୫୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିପାରିବ । ୟୁପିଆଇ କାରବାର ସର୍ବବ୍ୟାପୀ, ତେଣୁ ଜଣେ ବ୍ୟକ୍ତି ଡିସିବି ହାପି ସେଭିଂ ଆକାଉଂଟ୍ ମାଧ୍ୟମରେ ଯେତେ ଅଧିକ କାରବାର କରିବେ, ସେତେ ଅଧିକ କ୍ୟାସ ବ୍ୟାକ୍ ରିୱାର୍ଡ ପାଇପାରିବେ । ଏଥିପାଇଁ ସର୍ବନିମ୍ନ ୟୁପିଆଇ କାରବାର ରାଶି ମାତ୍ର ୫୦୦ ଟଙ୍କା ରହିଛି ।
ଆକାଉଂଟ୍‌ଧାରୀମାନଙ୍କୁ ସେମାନଙ୍କ ଡିସିବି ହ୍ୟାପି ସେଭିଂ ଆକାଉଂଟ୍‌ରେ ହାରାହାରି ୨୫,୦୦୦ ଟଙ୍କାର ତ୍ରୈମାସିକ ବାଲାନ୍ସ ରଖିବାକୁ ପଡିବ ।
ଲୋଭନୀୟ କ୍ୟାସବ୍ୟାକ୍ ରିୱାର୍ଡ ବ୍ୟତୀତ, ଡିସିବି ହାପି ସେଭିଂସ ଆକାଉଂଟ୍ ଭାରତରେ ସମସ୍ତ ଡିସିବି ବ୍ୟାଙ୍କ ଏଟିଏମକୁ ଅସୀମିତ ମାଗଣା ବ୍ୟବହାର କରିବା, ଅନଲାଇନ୍ ଆରଟିଜିଏସ, ଏନଇଏଫଟି ଏବଂ ଆଇଏମପିଏସ ସୁବିଧାର ମାଗଣା ଅସୀମିତ ବ୍ୟବହାର, ଡିସିବି ବ୍ୟକ୍ତିଗତ ଇଟଂରନେଟ୍ ବ୍ୟାଙ୍କିଂ ଏବଂ ଡିସିବି ମୋବାଇଲ ୍ ବ୍ୟାଙ୍କିଙ୍ଗ୍ ଆପ୍ ସମେତ ଅନେକ ସୁବିଧା ପ୍ରଦାନ କରୁଛି ।
ଡିସିବି ବ୍ୟାଙ୍କର ରିଟେଲ ଆଣ୍ଡ୍ ଏଗ୍ରି ବ୍ୟାଙ୍କିଙ୍ଗ ମୁଖ୍ୟ ପ୍ରବୀଣ କୁଟ୍ଟି କହିଛନ୍ତି ଯେ, “ଡିସିବି ହାପି ସେଭିଂସ୍ ଆକାଉଂଟ୍ ଆକର୍ଷଣୀୟ କ୍ୟାସବ୍ୟାକ୍ ରିୱାର୍ଡ ଏବଂ ଏକ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ଅଭିଜ୍ଞତା ପ୍ରଦାନ କରୁଥିବା ଏକ ବିଶ୍ୱସ୍ତରୀୟ ଉତ୍ପାଦ । “ଆମେ ବିଶ୍ୱାସ କରୁ ଯେ ଏହି ଆକାଉଂଟ୍ ଆମ ଗ୍ରାହକମାନଙ୍କୁ ସେମାନଙ୍କ ଦୈନନ୍ଦିନ ବ୍ୟାଙ୍କିଙ୍ଗର ସର୍ବାଧିକ ଉପଯୋଗ କରିବାକୁ ସଶକ୍ତ କରିବ । ଆବଶ୍ୟକ ହାରାହାରି ତ୍ରୈମାସିକ ବାଲାନ୍ସ ବଜାୟ ରଖିବା ସହିତ ଏଥିରେ ଉଲ୍ଲେଖନୀୟ କ୍ୟାସବ୍ୟାକ୍ ହାସଲ କରିବାର ସମ୍ଭାବନା ରହିଛି । ଏହା ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ଅଭିନବ ଏବଂ ଲାଭଦାୟକ ବ୍ୟାଙ୍କିଙ୍ଗ ୍ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ।’’
ଡିସିବି ହାପି ସେଭିଂ ଆକାଉଂଟ୍ ପାଇଁ ସର୍ବନିମ୍ନ ହାରାହାରି ତ୍ରୈମାସିକ ବାଲାନ୍ସ ୧୦,୦୦୦ ଟଙ୍କା । କ୍ୟାସବ୍ୟାକ୍ ପୁରସ୍କାର ପାଇବାକୁ ହେଲେ ଆକାଉଂଟ୍‌ଧାରୀଙ୍କୁ ୨୫,୦୦୦ ଟଙ୍କାର ସର୍ବନିମ୍ନ ତ୍ରୈମାସିକ ବାଲାନ୍ସ ରଖିବାକୁ ପଡ଼ିବ । ଏକ ନିର୍ଦ୍ଦିଷ୍ଟ ତ୍ରୈମାସିକ ପାଇଁ କ୍ୟାସବ୍ୟାକ୍ ପରବର୍ତୀ ତ୍ରୈମାସର ପ୍ରଥମ ମାସରେ ଗ୍ରାହକଙ୍କ ଆକାଉଂଟ୍‌ରେ ଜମା କରାଯିବ । ମାସକୁ ସର୍ବାଧିକ ୬୨୫ ଟଙ୍କା ଏବଂ ବାର୍ଷିକ ୭,୫୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବ ।
ଏହି ଆକର୍ଷଣୀୟ କ୍ୟାସ୍ ବ୍ୟାକ୍ ଅଫର ନୂତନ ଗ୍ରାହକ ଏବଂ ବର୍ତମାନର ଆକାଉଂଟ୍ ଧାରକମାନଙ୍କ ପାଇଁ ଉପଲବ୍ଧ ଯେଉଁମାନେ ସେମାନଙ୍କ ଆକାଉଂଟ୍‌କୁ ଅନ୍ୟ କୌଣସି ସଂଚୟ ବ୍ୟାଙ୍କ ଆକାଉଂଟ୍‌ରୁ ଡିସିବି ହାପି ସେଭିଂ ଆକାଉଂଟ୍‌କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରନ୍ତି ।


Share It

Comments are closed.