ୱି ଓ ଏରିକ୍ସନ ପକ୍ଷରୁ ଭାରତରେ ବିଶ୍ୱର ଅନ୍ୟତମ ସର୍ବବୃହତ ଚାର୍ଜିଂ କାର୍ଯ୍ୟକ୍ରମ ସମାପନ


ଭୁବନେଶ୍ୱର: ଏରିକ୍ସନ ପକ୍ଷରୁ ଅଗ୍ରଣୀ ଟେଲିକମ୍ ଅପରେଟର ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ଭିଆଇଏଲ୍‌) ପାଇଁ ସଫଳତାର ସହ ସର୍ବବୃହତ ଚାର୍ଜିଂ କାର୍ଯ୍ୟକ୍ରମକୁ ସମାପନ କରାଯାଇଛି । ପୂର୍ବରୁ ଥିବା ତିନିଟି ଅନଲାଇନ୍ ଚାର୍ଜିଂ ସମାଧାନକୁ ବଦଳାଇ ସେହି ସ୍ଥାନରେ ଏରିକ୍ସନ ଚାର୍ଜିଂକୁ ସ୍ଥାପନ କରାଯାଇଛି । ଏହା ହେଉଛି ବିଶ୍ୱସ୍ତରରେ ଶିଳ୍ପର ଏହି ଧରଣର ସର୍ବବୃହତ ସ୍ଥାପନା । ଏହି ଅନଲାଇନ୍ ଚାର୍ଜିଂ ସମାଧାନ ଦ୍ୱାରା ଶୀଘ୍ର ଉତ୍ପାଦ ଉନ୍ମୋଚନ ହୋଇପାରିବ ।
ଏହା ସହିତ ୱିର ଏବେ ଏକ ସରଳୀକୃତ ପ୍ରିପେଡ୍ ଚାର୍ଜିଂ ଷ୍ଟାକ୍ ରହିଛି ଯାହା ଚାର୍ଜିଂ ଓ ଡାଟା ନୀତିରେ ସମାନତା ଆଣିବ ଓ ଏହା ଦ୍ୱାରା ଗ୍ରାହକ ଅନୁଭୁତି, ଜୀବନ ଚକ୍ର ପରିଚାଳନା, କନଫିଗୁରେସନ୍ ସୁବିଧା ଆଦି ସହଜ ହୋଇପାରିବ ।
ମହାମାରୀ ସମୟରୁ ଶୁଭାରମ୍ଭ ହୋଇଥିବା ଏହି ପ୍ରଥମ ଧରଣର କାର୍ଯ୍ୟକ୍ରମରେ ଏରିକ୍ସନ ଚାର୍ଜିଂ ବ୍ୟବସ୍ଥାକୁ ସଫଳତାର ସହ ୱିର ୩୦୦ ନିୟୁତରୁ ଅଧିକ ଗ୍ରାହକଙ୍କୁ ଅଣାଯାଇଛି । ଏତେ ବିପୁଳ ପରିମାଣର ଗ୍ରାହକଙ୍କୁ ସ୍ଥାନାନ୍ତରଣ ବିଶ୍ୱରେ ପ୍ରଥମ ଥର ଲାଗି ହୋଇଛି । ଏହି ସମାଧାନ କାର୍ଯ୍ୟକାରୀ କରି ୱି ଏହାର ସମସ୍ତ ଅନଲାଇନ୍ ଚାର୍ଜିଂ ସମାଧାନକୁ ଏରିକ୍ସନ ଚାର୍ଜିଂକୁ ଆଣିଛି ।
ଏହି ନୂତନ ବ୍ୟବସ୍ଥାରେ ୱି ଅଧିକ ପାରଦର୍ଶୀ ଢଙ୍ଗରେ ଶୀଘ୍ର ଉତ୍ପାଦ ଉନ୍ମୋଚନ କରିପାରିବ ଏବଂ ଆଜିର ଡିଜିଟାଲ୍ ପରିବେଶର ଚାହିଦା ଓ ବ୍ୟବସାୟ ଆବଶ୍ୟକତାକୁ ପୂରଣ କରିପାରିବ । କାର୍ଯ୍ୟକାରୀ ହୋଇଥିବା ଏହି ସମାଧାନରେ ଅଫର ସୃଷ୍ଟି କରି ବ୍ୟବହାରକାରୀଙ୍କୁ ଯୋଗାଯୋଗ କରିହେବ । ଏହି ବ୍ୟବସ୍ଥା ୱିର ପରିଚାଳନାକୁ ସହଜ କରିବ ଏବଂ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବ ।
ଭୋଡାଫୋନ୍ ଆଇଡିଆ ଲିିମିଟେଡ୍‌ର ସିଟିଓ ଯଗବୀର ସିଂହ କହିଛନ୍ତି ଯେ, “ଏକ ବିଲିଅନ ଭାରତୀୟଙ୍କ ପାଇଁ ଏକ ସର୍ବଭାରତୀୟ ଡାଟା ନେଟ୍‌ୱର୍କକୁ ବିଶ୍ୱର ସର୍ବବୃହତ ଟେଲିକମ୍ ନେଟ୍‌ୱର୍କ ସହ ଯୋଡ଼ିବାରେ ୱି ସଫଳ ହୋଇଛି । ଏହି ସମନ୍ୱୟର ଅଂଶ ଭାବେ ଏକ ବ୍ୟାପକ ଚାର୍ଜିଂ ସମନ୍ୱୟ ପ୍ରକଳ୍ପ ଲାଗି ଆମେ ଏରିକ୍ସନ ସହିତ ସହଯୋଗିତା ସ୍ଥାପନ କରିଥିଲୁ ଯାହା ଢାଂଚାରେ ସମାନତା ଆଣିବା ସହ ପରିଚାଳନାକୁ ସହଜ କରିଛି । ଭବିଷ୍ୟତ ଲାଗି ପ୍ରସ୍ତୁତ ଏହି ନମନୀୟ ସମାଧାନ ଗ୍ରାହକ ଅନୁଭୂତିକୁ ବଢ଼ାଇବ ଏବଂ ଦ୍ରୁତ ଗତିରେ ନୂଆ ଉତ୍ପାଦ ଓ ସେବା ଉନ୍ମୋଚନ କରିବାରେ ଆମ ପାଇଁ ସହାୟକ ହେବ । ଏହା ସହିତ ଏହି ସମାଧାନ ଆମକୁ କ୍ରେଡିଟ୍‌କୁ ନିୟନ୍ତ୍ରଣ କରିବାରେ ସକ୍ଷମ କରିବ ଏବଂ ନମନୀୟ ପ୍ୟାକେଜ୍‌, ବୋନସ୍ ଓ ରିହାତି ଜରିଆରେ ଗ୍ରାହକମାନେ ସେମାନଙ୍କ ଖର୍ଚ୍ଚ ନିୟନ୍ତ୍ରଣ କରିପାରିବେ ।’’
ଏରିକ୍ସନର ଉପସଭାପତି-ସେଲ୍‌ସ, ୱେଷ୍ଟ୍ ଇଣ୍ଡିଆ ଅମରଜୀତ ସିଂହ କହିଛନ୍ତି ଯେ, “ଏରିକ୍ସନର ଏଣ୍ଡ୍‌-ଟୁ-ଏଣ୍ଡ୍ ନେଟ୍‌ୱର୍କ ଓ ଆଇଟି ଅନୁଭୂତି ସହିତ ଗ୍ରାହକଙ୍କୁ ଭଲ ଭାବେ ବୁଝିବା ୱିକୁ ସୁହାଇବା ଭଳି ସମାଧାନ ପ୍ରଦାନ କରିବାରେ ଆମକୁ ସକ୍ଷମ କରିଥିଲା । ଏହି ସମାଧାନଗୁଡ଼ିକ ଜରିଆରେ ୱି ଏହାର ରାଜସ୍ୱ ସ୍ରୋତକୁ ହାସଲ ଓ ସୁରକ୍ଷିତ ରଖିପାରିବ ଏବଂ ନୂଆ ଡିଜିଟାଲ ବ୍ୟବସାୟର ଲାଭ ନେଇପାରିବ । ଏରିକ୍ସନ ଚାର୍ଜିଂ ଏହାର ଓପେକ୍ସକୁ ହ୍ରାସ କରିବ, ନୂଆ ଉନ୍ନତ ଉତ୍ପାଦ ସୃଷ୍ଟି କରିବ ଏବଂ ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରଦାନ କରିବ ।’’


Share It

Comments are closed.