ବହୁତ ଶୀଘ୍ର ସୁଘିଂବା ଶକ୍ତିରେ ହ୍ରାସ କିମ୍ବା ସ୍ୱାଦ ନ ବାରିପାରୁଥିଲେ କରାଇବାକୁ ପଡ଼ିପାରେ କରୋନା ଟେଷ୍ଟ


କରୋନା ଭାଇରସ ମାମଲାରେ ଏବେ ଜଣାପଡ଼ିଛି ଯେ ରୋଗୀମାନଙ୍କର ଶୁଘିଂବା ଓ ସ୍ୱାଦ ଅନୁଭବ କରିବା କ୍ଷମତା ହ୍ରାସ ପାଇଥାଏ । ଏବେ ସରକାର ବହୁତ ଜଲଦି କରୋନାକୁ ନେଇ ଏକ ନୂଆ ଆକ୍ସନ ପ୍ଲାନ ପ୍ରସ୍ତୂୁତ କରିବାକୁ ଯାଉଛନ୍ତି । ଯଦି ସବୁକିଛି ଠିକ ରହେ ତେବେ ସୁଂଘିବା ଏବଂ ସ୍ୱାଦ ବାରିବାର କ୍ଷମତାରେ ହ୍ରାସକୁ ମଧ୍ୟ କୋଭିଡ-୧୯ର ଟେଷ୍ଟର ଅଂଶ କରାଯାଇପାରେ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ (ଆଇସିଏମଆର)ରେ କୋଭିଡ-୧୯ ସହ ଲଢ଼ିବା ପାଇଁ ଗଠିତ ହୋଇଥିବା ରାଷ୍ଟ୍ରିୟ ଟାସ୍କ ଫୋର୍ସ ଦ୍ୱାରା ଏହି ପ୍ରସଙ୍ଗ ଉଠାଯାଇଛି । ନାମ ନ ଛପାଯିବା ସର୍ତରେ ପ୍ୟାନେଲର ଜଣେ ସଦସ୍ୟ କହିଛନ୍ତି ଯେ, ‘ବର୍ତମାନ ଏହି ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି, କିନ୍ତୁ କୌଣସି ନିଷ୍ପତି ନିଆଯାଇନାହିାଁ’
ଜ୍ୱର, କାଶ, ଶ୍ୱାସକ୍ରିୟାରେ ସମସ୍ୟା ଭଳି ଲକ୍ଷଣଗୁଡ଼ିକୁ ସର୍ବପ୍ରଥମେ ଜାନୁଆରୀରେ କୋଭିଡ ଟେଷ୍ଟିଙ୍ଗର ଅଂଶ କରାଯାଇଥିଲା । ପରେ ମେ ମାସ ଆସିବା କ୍ରମେ ଗ୍ୟାସ ସହ ଜଡ଼ିତ ରୋଗ ଯଥା ଡାଇରିଆ ଏବଂ ବାନ୍ତିକୁ ମଧ୍ୟ ସାମିଲ କରାଗଲା । ବତର୍ମାନ କୌଣସି ବ୍ୟକ୍ତିର କରୋନା ଟେଷ୍ଟ କରିବା ପାଇଁ ୧୩ଟି ଲକ୍ଷଣ ଓ ସଙ୍କେତ ଉପରେ ଧ୍ୟାନ ଦିଆଯାଉଛି, ଯାହାକୁ ଗତ ମାସରେ ହିଁ ସଂଶୋଧିତ କରାଯାଇଛି । ଗୋଟିଏ କିମ୍ବା ଅଧିକ ଲକ୍ଷଣ ଥିବା କୌଣସି ବ୍ୟକ୍ତିକୁ ଟେଷ୍ଟର ଅନୁମତି ଦିଆଯାଇଥାଏ । ଏବେ ଯେତେବେଳେ ଶୁଂଘିବା କିମ୍ବା ସ୍ୱାଦ ନ ବାରି ପାରିବା ଲକ୍ଷଣକୁ ଯୋଡ଼ାଯିବ ସେତେବେଳେ ଜଣେ ରୋଗୀଙ୍କୁ ପାଖାପାଖି ଗୋଟିଏରୁ ୧୫ ଲକ୍ଷଣର ରିପୋର୍ଟ ଦେବାକୁ ପଡ଼ିବ ।
ଏପ୍ରିଲ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସଂଯୁକ୍ତ ରାଷ୍ଟ୍ର, ଅଷ୍ଟ୍ରେଲିଆ ଏବଂ ଆହୁରି ଅନେକ ଇୟୁରୋପୀୟ ସଂଘ ଦେଶଗୁଡ଼ିକ ସହିତ ମିଶି ଗନ୍ଧ ଓ ସ୍ୱାଦର ହ୍ରାସକୁ ଏହି ଭାଇରସର ପ୍ରମୁଖ ଲକ୍ଷଣରେ ଯୋଡ଼ିଥିଲେ । ୟୁକେ ମେ ୧୮ ତାରିଖରେ ନିଜର କୋଭିଡ-୧୯ ଲକ୍ଷଣ ସୂଚୀରେ ଏହାକୁ ସାମିଲ କରିଥିଲା । ଲାଂସେଂଟରେ ପ୍ରକାଶିତ ଏକ ମେଡିକାଲ ଜର୍ଣ୍ଣାଲ ଅନୁଯାୟୀ ସମୁଦାୟ ସଂକ୍ରମଣ ରୋକିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଲକ୍ଷଣଗୁଡ଼ିକୁ ସଂଯୋଜନ କରି ଏଗୁଡ଼ିକୁ ଚିହ୍ନିବା ଦରକାର ।
ମେଦାଂତା ହସପିଟାଲ, ଗୁରୁଗ୍ରାମର ଡାକ୍ତର ଯତିନ ମେହେତା କହିଛନ୍ତି ଯେ, ‘ସୁଘିଂବା କ୍ଷମତା ହରାଇଥିବା କିମ୍ବା ସ୍ୱାଦ ଚାଖିବାରେ ସମସ୍ୟା ଅନୁଭବ କରୁଥିବା ଅଧିକ ସଂଖ୍ୟକ ଲୋକ ନିଜର ଟେଷ୍ଟ କରାଇବାକୁ ଚାହୁଁଛନ୍ତି । ଏମିତିରେ ଜ୍ୱର, ଗଳାରେ କଷ୍ଟ ଏବଂ କାଶ ହେଉଥିବା ରୋଗୀଙ୍କ ସହ ଏମାନଙ୍କର ତୂଳନା କରାଯାଇପାରିବ ନାହିଁ । ଆମେ ଏହି ଲକ୍ଷଣ ସହିତ କରୋନା ରୋଗୀଙ୍କୁ ଦେଖୁଛୁ, ତେଣୁ ଏହାକୁ କୋଭିଡ ପରୀକ୍ଷଣର ମାନଦଣ୍ଡ ସୂଚୀରେ ସାମିଲ କରିବାରେ କୌଣସି ଅସୁବିଧା ନାହିଁ ।”


Share It

Comments are closed.