ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ଉପାୟ


ଦାମ୍ପତ୍ୟ ଜୀବନ (married life) ଖୁସିରେ ଅତିବାହିତ ହେଲେ ଜୀବନ ସୁଖମୟ (married life)ହୋଇଥାଏ । ତେଣୁ ସିଭିଏଁ ନିଜ ଦାମ୍ପତ୍ୟ ଜୀବନରେ ସୁଖ- ଶାନ୍ତି ଇଚ୍ଛା କରନ୍ତି । ଅନେକ ଇଚ୍ଛା ନ ଥାଇବି ଦାମ୍ପତ୍ୟ ଜୀବନର କଳହ ହୋଇଥାଏ । ଜୀବନରେ ସମସ୍ୟା ଆସିଥାଏ । ବାସ୍ତୁ ନିୟମ ସଠିକ୍ ନ ରହିବା ଦ୍ବାରା ଜୀବନରେ ସମସ୍ୟା ଆସିଥାଏ। ବାସ୍ତୁ ସମସ୍ୟା ପାଇଁ ଜୀବନରେ ଅଶାନ୍ତି ଓ ଦୁଃଖ ଲାଗି ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ,ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ କିଛି ଉପାୟ ରହିଛି।
୧. ଶୁକ୍ରବାର ଦିନ ସ୍ୱାମୀ-ସ୍ତ୍ରୀ ଏକାସହ ଫୁଲ କିଣି ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ଉଚିତ୍। କେବଳ ଗୋଲାପୀ ଓ ଧଳା ରଙ୍ଗର ଫୁଲ କିଣି ନିଜର ଶୟନ କକ୍ଷରେ ସଜାଇ ରଖନ୍ତୁ। ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଉଭୟ ଶୁଅନ୍ତୁ।
୨. କେବେ ବି ଶୟନ କକ୍ଷରେ ଭୁଲରେ କୌଣସି ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ। ଯେକୌଣସି ଶୁକ୍ରବାର ଦିନ ସୁଗନ୍ଧିତ ଅତର କିମ୍ବା ପରଫ୍ୟୁମ୍ କିଣନ୍ତୁ।
୩.ସ୍ୱାମୀ-ସ୍ତ୍ରୀ କିଣିଥିବା ଅତରକୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରି ତାପରେ ନିଜେ ବ୍ୟବହାର କରନ୍ତୁ।
୪. ଶୁକ୍ରବାର ଦିନ ମା’ ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଧଳା ରଙ୍ଗର ମିଷ୍ଠାନ୍ନ ଭୋଗ ଲଗାନ୍ତୁ। ଏହାପରେ ସେହି ପ୍ରସାଦକୁ ନିଜେ ସେବନ କରନ୍ତୁ।
୫. ଶୁକ୍ରବାର ଦିନ କୌଣସି ଖଟା ଜିନିଷ ଖାଆନ୍ତୁ ନାହିଁ। ସ୍ତ୍ରୀ ସର୍ବଦା ସୁନାର ମୁଦି ଓ ସ୍ୱାମୀ ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ୍।


Share It

Comments are closed.