ବରୁନ ଏରୋନଙ୍କ ୨୯ତମ ଜନ୍ମ ଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି ଅଜଣା କଥା


ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ଦ୍ରୁତତ୍ତମ ବୋଲର ବରୁନ ଏରୋନଙ୍କ ଜନ୍ମଦିନ । ୨୯ ଅକ୍ଟୋବର ୧୯୮୯ରେ ଝାଡଖଣ୍ଡର ସିଂହଭୂମିରେ ଜନ୍ମ ଗ୍ରହଣ କରିଥିବା ବରୁନ ଏରୋନ ୧୫୦ କି.ମି ପ୍ରତି ଘଣ୍ଟା ବେଗରେ ବୋଲିଂ କରନ୍ତି । ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାର ଥିବା ଏହି ଖେଳାଳୀ ନିଜ ଦ୍ରୁତତ୍ତମ ବୋଲିଂକୁ ନେଇ ଏକ ସମୟରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥିଲେ । ତାଙ୍କର ଏହି ୨୯ତମ ଜନ୍ମଦିନ ଅବସରରରେ ତେବେ ଆସନ୍ତୁ ଜାଣିବା ବରୁନଙ୍କ ସମ୍ବନନ୍ଧରେ କିଛି ଜଣା ଅଜଣା କଥା ।
ବରୁନ ଭାରତର ସବୁଠାରୁ ଦ୍ରୁତତ୍ତମ ବୋଲର ଅଟନ୍ତି । ସେ ବିଜୟ ହଜାରେ ଟ୍ରଫିରେ ୧୫୩ କି.ମି ବେଗରେ ବୋଲିଂ କରିଥିଲେ, ଯାହାକୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ବୋଲରଙ୍କ ମଧ୍ୟରେ ସବୁଠାରୁ ଦ୍ରୁତତ୍ତମ ବୋଲିଂ ଅଟେ ।
ଦୁନିଆର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନରେ ବରୁନ ଭାରତୀୟ ଦଳରେ ନିଜ ବୋଲିଂର ଯାଦୁ ମଧ୍ୟ ଦେଖାଇ ସାରିଛନ୍ତି । କେବଳ ଏତିକି ୨୦୧୫ରେ ବରୁନ ବିଜୟ ହଜାରେ ଟ୍ରଫିରେ ଝାଡଖଣ୍ଡର ଅଧିନାୟକ ଥିବାବେଳେ ଧୋନି ମଧ୍ୟ ତାଙ୍କ ଅଧିନରେ ଖେଳି ସାରିଛନ୍ତି ।
ବରୁନ ନିଜର ପ୍ରଥମ ୬ଟି ଆନ୍ତର୍ଜାତିକ ୱିକେଟ ବୋଲ୍ଡ କରି ନେଇଥିଲେ । ସେଥିମଧ୍ୟରୁ ସେ ଇଂଲଣ୍ଡର ଖେଳାଳୀ ଟିମ ବ୍ରେସନନଙ୍କୁ ବୋଲ୍ଡ କରି ନିଜର ଆନ୍ତର୍ଜାତିକ କ୍ୟାରିୟରର ପ୍ରଥମ ୱିକେଟ ନେଇଥିଲେ । ଏହା ପରେ ସେ ଆଉ ୫ ଜଣ ଖେଳଳୀ ଏହିପରି ଭାବରେ ବୋଲ୍ଡ କରି ନିଜର ଆନ୍ତର୍ଜାତିକ କ୍ୟାରିୟରେ ସର୍ବଶ୍ରେଷ୍ଠ ୬ଟି ୱିକେଟ ନେଇଥିଲେ ।

ବର୍ତ୍ତମାନ ଟିମ ଇଣ୍ଡିଆରୁ ବାହାର ଥିବା ବରୁନ ଆଇପିଏଲରେ ୨.୮ କୋଟି କିଣାହୋଇଥିଲେ ମଧ୍ୟ ସେ ଭିନ୍ନ ଏକ ଢଙ୍ଗରେ ନିଜ ବିବାହ କରିଥିଲେ । ଯେଉଁଥିରେ ତାଙ୍କୁ ବିବାହ ପାଇଁ ମାତ୍ର ସାଢେ ସାତ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ସେ ନିଜର ବାଲ୍ୟ ବନ୍ଧୁ ରାଙ୍ଗନୀ ସିଂହଙ୍କୁ ପ୍ରେମ କରୁଥିଲେ ।
ଆପଣ ଭାବୁଥିଲେ ସେ ଏତେ କୋଟିପତି ବୋଲିଂ ହୋଇଥିବା ସତ୍ତେ୍ୱ ନିଜ ବିବାହ ଧୁମ ଧାମରେ ନକରି ସ୍ୱଳ୍ପ ଖର୍ଚ୍ଚରେ କାହଁକି କଲେ ।
ସତ ଟା ଏହା ଯେ, ସେ ବିବାହ କରିଥିବା ନିଜ ବାଲ୍ୟ ବନ୍ଧୁ ରାଗନୀ ସିଂହଙ୍କୁ କୋର୍ଟ ମ୍ୟାରେଜ କରିଥିଲେ, ଯେଉଁଥିରେ ତାଙ୍କୁ କୋର୍ଟରେ ଆବେଦନ କରିବା ପାଇଁ ଅଢେଇ ଟଙ୍କା ଏବଂ କୋର୍ଟ ଟ୍ୟାକ୍ସ ୫ ଟଙ୍କା ଲାଗିଥିଲା ।


Share It

Comments are closed.