ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ବର୍ତ୍ତମାନ ଘରକୁ ଫେରିଛନ୍ତି ଦୀଲିପ କୁମାର


ବଲିଉଡ ଭେଟରାନ ଅଭିନେତା ଦୀଲିପ କୁମାର ୯୫ ବର୍ଷରେ ପାଦ ଥାପିଲେଣି । ଦିନକୁ ଦିନ ଦୀଲିପଙ୍କ ବୟସ ବଢିବାରେ ଲାଗିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି । ବିଗତ କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଗୁଜବ ମଧ୍ୟ ହେବାରେ ଲାଗିଥିଲା । କେତେକଙ୍କ କହିବା ମୁତାବକ ଦୀଲିପ କୁମାର ବର୍ତ୍ତମାନ ମେଡିକାଲରେ ଆଡମିଟ ଅଛନ୍ତି ଏବଂ ସେ ଖାଇବା ଓ ପାଣି ପିଇବା ଛାଡି ଦେଲେଣି ବୋଲି ଶୁଣିବାକୁ ମିଳୁଛି ।
ପ୍ରକାଶ ଥାଉକି, ଗତ କିଛି ଦିନ ହେବ ଦୀଲିପ ୨ ସପ୍ତାହ ଯାଏଁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଚିକିତ୍ସାତ ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେ ଅନେକ ଦିନ ହେବ ନିମୋନିଆରେ ପୀଡିତ ଥିଲେ, ଯେଉଁଥିପାଇଁ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିଥିଲା ।
ବର୍ତ୍ତମାନ ଦୀଲିପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ସେ ବର୍ତ୍ତମାନ ଘରକୁ ଫେରି ଆସିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ତଦାରଖ କରିବା ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳକୁ ମଧ୍ୟ ନିୟୋଜିତ କରିଯାଇଛି । ବର୍ତ୍ତମାନ ଦୀଲିପ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅଛନ୍ତି ।
ଶୁକ୍ରବାର ଦିନ ଏଭଳି ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଦୀଲିପଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି ଏବଂ ସେ ଲନ୍ସ ସଂକ୍ରମଣରେ ପୀଡିତ ଅଛନ୍ତି । ଦୀଲିପଙ୍କୁ ବର୍ତ୍ତମାନ ଖାଇବା ପିଇବା ପାଇଁ ବାଧା ଉପୁଜୁଛି, ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ତଦାରଖ କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ନିୟୋଜିତ କରାଯାଇଛି ।


Share It

Comments are closed.