ଆଇଏଚ୍‌ସିଏଲ୍ ପକ୍ଷରୁ ଉତର-ପୂର୍ବ ଭାରତର ହୋଟେଲ୍‌ଗୁଡ଼ିକ ପାଇଁ ସ୍ୱତନ୍ତ୍ର ନୂଆବର୍ଷ ଅଫର ଘୋଷଣା


ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ହୋଟେଲ୍ ବ୍ୟବସାୟ ସଂସ୍ଥା ଇଣ୍ଡିଆନ ହୋଟେଲ୍‌ସ କଂପାନି ଲିମିଟେଡ୍ (ଆଇଏଚ୍‌ସିଏଲ୍‌)ର ଦାର୍ଜଲିଂରେ ଥିବା ତାଜ୍ ଚିଆ କୁଟୀର ରିସୋର୍ଟସ୍ ଆଣ୍ଡ୍ ସ୍ପା, ତାଜ ଗୁରାସ୍ କୁଟୀର ରିଜୋର୍ଟସ୍ ଆଣ୍ଡ୍ ସ୍ପା ଏବଂ ଭିଭାନ୍ତା ସିକିମ୍‌, ପାକ୍‌ୟଙ୍ଗ୍‌ରେ ଚଳିତ ବର୍ଷ ଡିସେମ୍ବର ୨୨ରୁ ନୂଆବର୍ଷ ଅଫର ଆରମ୍ଭ ହୋଇଛି ଯାହା ୨୦୨୪ ଜାନୁଆରି ୭ ପର୍ଯ୍ୟନ୍ତ ଚାଲିବ ।
ତାଜ୍ ଚିଆ କୁଟୀର ରିସୋର୍ଟସ୍ ଆଣ୍ଡ୍ ସ୍ପାରେ ରାତି ପିଛା ୨୬,୦୦୦ ଟଙ୍କା ସହିତ ଜିଏସ୍‌ଟି ପ୍ୟାକେଜ୍‌, ୨୦୨୩ ଡିସେମ୍ବର ୩୧ରେ ବ୍ୟକ୍ତିପିଛା ୧୨,୦୦୦ ଟଙ୍କା ପ୍ୟାକେଜ୍ ରହିଛି । ସେହିପରି ତାଜ ଗୁରାସ୍ କୁଟୀର ରିଜୋର୍ଟସ୍ ଆଣ୍ଡ୍ ସ୍ପା ରାତି ପିଛା ଡିଲକ୍ସ ରୁମ୍‌ସର ମୂଲ୍ୟ ୩୦,୦୦୦ ଟଙ୍କା ସହ ଜିଏସ୍‌ଟି ରହିଛି । ୨୦୨୩ ଡିସେମ୍ବର ୩୧ରେ ବ୍ୟକ୍ତି ପିଛା ୨୫୦୦ ଟଙ୍କାର ପ୍ୟାକେଜ୍ ରହିଛି । ଭିଭାନ୍ତା ସିକିମ୍‌, ପାକ୍‌ୟଙ୍ଗ୍‌ରେ ରାତି ପିଛା ୯,୯୯୯ ଟଙ୍କା ସହିତ ଜିଏସ୍‌ଟି ପ୍ୟାକେଜ୍ ରହିଛି ।


Share It

Comments are closed.