ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହାୟତାରେ ଗୋବିନ୍ଦ ଗାଇପାଇଙ୍କ ‘ନୁକ୍କଡ଼ ନାଟକ’ ଦ୍ୱାରା ସାମାଜିକ ପରିବର୍ତନକୁ ପ୍ରୋତ୍ସାହନ


୧୫୦ରୁ ଅଧିକ ପଂଚାୟତରେ ୩୦୦ରୁ ଅଧିକ ‘ନୁକ୍କଡ ନାଟକ’ ଦ୍ୱାରା ସାମାଜିକ ପରିବର୍ତନ ବାର୍ତା

କଳିଙ୍ଗନଗର: ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ପଂଚାୟତର ମିରିଗିଚରା ଗ୍ରାମର ଗୋବିନ୍ଦ ଗାଇପାଇ (୨୪) ‘ନୁକ୍କଡ଼ ନାଟକ’ର ମାଧ୍ୟମରେ ସାମାଜିକ ପରିବର୍ତନ ଆଣିବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ତାଙ୍କର ଯାତ୍ରା ଏକ ବ୍ୟକ୍ତିଗତ ଦୁଃଖଦ ଘଟଣାରୁ ଆରମ୍ଭ ହୋଇଥିଲା ଯେତେବେଳେ ମଦ୍ୟପାନ ଯୋଗୁଁ ସେ ତାଙ୍କ ଭାଇକୁ ହରାଇଥିଲେ । ଏହି ବିନାଶକାରୀ ଅନୁଭୂତି ଅନ୍ୟମାନଙ୍କୁ ସମାନ ଭାଗ୍ୟ ଭୋଗିବାରୁ ରୋକିବା ପାଇଁ ଗୋବିନ୍ଦଙ୍କ ସଂକଳ୍ପକୁ ଉତ୍ସାହିତ କରିଥିଲା ।

ଆର୍ôଥକ ଅଭାବ ସତ୍ୱେ ଗୋବିନ୍ଦଙ୍କ ପରିବାର ଚାଷ ଓ ଛେଳି ପାଳି ଜୀବିକା ନିର୍ବାହ କରୁଥିଲେ । ୨୦୦୮ ମସିହାରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ମିଳିଥିବା ଜ୍ୟୋତି ଫେଲୋସିପ୍ ଦ୍ୱାରା ତାଙ୍କ ଶିକ୍ଷାଗତ ଯାତ୍ରାକୁ ସମର୍ଥନ ମିଳିଥିଲା ଏବଂ ସ୍ନାତକ ପର୍ଯ୍ୟନ୍ତ ସେ ଉପକୃତ ହୋଇଥିଲେ । ଏହି ସମୟରେ ସାଂସ୍କୃତିକ ପରିବେଷଣ ଏବଂ ଭୂମିକା-ନାଟକ ପ୍ରତି ତାଙ୍କର ଆଗ୍ରହ ଟାଟା ଷ୍ଟିଲ ଫାଉଣ୍ଡେସନର ଦୃଷ୍ଟି ଆକର୍ଷଣ କରିଥିଲା, ଯାହା ଦ୍ୱାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସୁଯୋଗ ମିଳିଥିଲା ।

୨୦୨୦ରେ ମହାମାରୀ ଆରମ୍ଭ ହେବା ପରେ ଗୋବିନ୍ଦଙ୍କ ପାଠପଢ଼ା ଶେଷ କରି ଚାକିରି ପାଇବାର ଯୋଜନା ବାଧାପ୍ରାପ୍ତ ହୋଇଥିଲା । ଏହି ସମୟରେ ମଦ୍ୟପାନ ଓ କ୍ଷତିକାରକ ପଦାର୍ଥର ମୁକାବିଲା ପାଇଁ ତାଙ୍କର ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହାୟତାରେ ସେ ୧୦ ଜଣିଆ ଏକ ଦଳକୁ ଏକାଠି କରି ‘ନୁକ୍କଡ଼ ନାଟକ’ ପରିବେଷଣ ମାଧ୍ୟମରେ ଶିକ୍ଷା ଓ ସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ସେମାନଙ୍କ ପ୍ରୟାସ ଓଡ଼ିଶାର ୧୫୦ରୁ ଅଧିକ ପଂଚାୟତରେ ପହଂଚିଛି, ଯାହା ଅନେକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି ।

ଗୋବିନ୍ଦ ଗାଇପାଇ କହିଛନ୍ତି, “ଭାଇକୁ ହରାଇବା ପରେ ମୁଁ ମଦ୍ୟପାନ ଏବଂ କ୍ଷତିକାରକ ପଦାର୍ଥ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ସଂକଳ୍ପ ନେଲି । ‘ନୁକ୍କଡ ନାଟକ’ ଜରିଆରେ ମୁଁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଂଚିବାକୁ ଚେଷ୍ଟା କରୁଛି । ଯଦି କେହି ମୋ ଭାଇଙ୍କ ପାଖରେ ପହଂଚିଥାନ୍ତେ, ହୁଏତ ମୋତେ ଶୋକ କରିବାକୁ ପଡ଼ିନଥାନ୍ତା । ଏହି ପଦକ୍ଷେପ ଦ୍ୱାରା, ମୁଁ ଏହି ଅଂଚଳରେ ଏତେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛି ଯେ ମଦ୍ୟପାନ କାରଣରୁ ଅନ୍ୟ କାହାକୁ ତାଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶୋକ ପ୍ରକାଶ କରିବାକୁ ପଡିବ ନାହିଁ ।”

ଗୋବିନ୍ଦ ଏବେ ତାଙ୍କ ‘ନୁକ୍କଡ ନାଟକ’ରୁ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଏହା ବ୍ୟତୀତ, ସେ ଚାଷ ସହ ଜଡିତ ଏବଂ ତାଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ଚାଷ କୌଶଳକୁ ବଢାଇବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେଇଛି, ଯାହା ଦ୍ୱାରା ସେ ବାର୍ଷିକ ୨ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ।


ଗୋବିନ୍ଦଙ୍କ ଯାତ୍ରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ପରିବର୍ତନକୁ ସଶକ୍ତ କରିବା ପାଇଁ ଦୃଢତା, ସଂକଳ୍ପ ଏବଂ ଗଭୀର ପ୍ରତିବଦ୍ଧତାର କାହାଣୀ । ଦୁନିଆରେ ସକାରାତ୍ମକ ପରିବର୍ତନ ଆଣିବାକୁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ତାଙ୍କ କାର୍ଯ୍ୟ ଆଶା ଓ ପ୍ରେରଣାର ଆଲୋକ ପାଲଟିଛି ।


Share It

Comments are closed.