ବିଜେପିକୁ ଆଗକୁ ନେବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁ ମହିଳା ମୋର୍ଚ୍ଚା – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ସମାଜରେ ଯେ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନେତୃତ୍ୱ ନେବାର ଅଧିକାର ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ମହିଳାଙ୍କ ସଶକ୍ତିକରଣ ଏବଂ ସମାଜର ଅଗ୍ରଗତି ହେବ ନାହିଁ । ଏହି ପରିପ୍ରେକ୍ଷୀରେ ଦଳର ପରିବର୍ଦ୍ଧିତ ରୂପ ଦେବା ତଥା ଦଳର ସ୍ଥିତିକୁ ଆଗକୁ ନେବା ଏବଂ ସଂଗଠନକୁ ମଜବୁତ୍ କରିବାରେ ମହିଳା ମୋର୍ଚ୍ଚାର ଭୂମିକା, ସଂଘର୍ଷ, ପରିଶ୍ରମର ଯୋଗଦାନ ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରବିବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ମହିଳା ଭୋଟରଙ୍କ ବଡ଼ ଯୋଗଦାନ ରହିଥିବା ବେଳେ ଆଗାମୀ ଦିନରେ ମହିଳାଙ୍କ ନେତୃତ୍ୱରେ ହିଁ ଅପେକ୍ଷିତ ରାଜନୈତିକ ପରିବର୍ତନ ଘଟିବ । ସେଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବା ତଥା ଦଳର ଢାଂଚାଗତ ବିକାଶ କରିବା ପାଇଁ ମହିଳା ମୋର୍ଚ୍ଚା ନେତୃତ୍ୱ ନେବା ଦରକାର । ମୋଟ ୪୦ ହଜାର ବୁଥରେ ମହିଳାଙ୍କୁ ଏକାଠୀ କରି ଆଗାମୀ ଦିନ ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଉ । ଟେକ୍ନୋଲୋଜିକୁ ଉପଯୋଗ କରି ବୁଥ ସ୍ତରରେ ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଭିଡ଼ିଓ ମାଧ୍ୟମରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁବ୍ୟବସ୍ଥା ପହଁଚାଇବା ସହ ରାଜ୍ୟରେ ଚାଲିଥିବା ଅବ୍ୟବସ୍ଥାର ପ୍ରତିବାଦ ସ୍ୱରୂପ ଉଭୟକୁ ସାମାଜିକ ଗଣମାଧ୍ୟମରେ ତର୍କ ବିତର୍କ କରିବା ଜରୁରୀ । ଯେ ପର୍ଯ୍ୟନ୍ତ ସମସ୍ତ ବୁଥରେ ମହିଳା ମାନଙ୍କୁ ଏକାଠି କରାଯାଇ ଟେକ୍ନୋଲୋଜି ମାଧ୍ୟମରେ ମୋଦି ସରକାରଙ୍କ ସୁବ୍ୟବସ୍ଥା ଏବଂ ରାଜ୍ୟରେ ସରକାରଙ୍କ ଅବ୍ୟବସ୍ଥାକୁ ଉପସ୍ଥାପନ କରାଯିବ ନାହିଁ ସେ ପର୍ଯ୍ୟନ୍ତ ଓଡ଼ିଶାର ଅଗ୍ରଗତି ଅସମ୍ଭବ ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସର୍ବଦା ଦେଶର ମାଆ ଓ ଭଉଣୀଙ୍କୁ ସମ୍ମାନ ଦେଇ ଆସିଛନ୍ତି । ମହିଳାଙ୍କୁ ସବୁପ୍ରକାର ସମାନ ସୁଯୋଗ ଦେବା ଓ ସେମାନଙ୍କୁ ସ୍ୱାବଲମ୍ବୀ ସହ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ ହୋଇଛି । ୨୦୧୪ରୁ ମୋଦି ସରକାର କ୍ଷମତା ଗ୍ରହଣ କରିବାର ପ୍ରାରମ୍ଭରୁ ହିଁ ଦେଶର ମାଆ ଓ ଭଉଣୀ ମାନଙ୍କ ଜୀବନରେ ଅଭୁତପୁର୍ବ ପରିବର୍ତନ ଆଣିବା ପାଇଁ ବିହିତ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ମହିଳାଙ୍କୁ ମାଗଣାରେ ଗ୍ୟାସ ସେମାନଙ୍କ ପରିବାରର ଜୀବନଶୈଳିକୁ ଉନ୍ନତ କରିଛି । ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ମହିଳାଙ୍କ ସମ୍ମାନ ରକ୍ଷା କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


Share It

Comments are closed.