କାଲି ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା


ଓଡିଶା ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଆସନ୍ତାକାଲି ରାତି ୧୦ଟା ୪୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏନେଇ ଆଜି ଖବର ମିଳିଛି। ଶନିବାର ୧୧ଟାରୁ ୧୨ଟା ଯାଏଁ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭରେ ଯୋଗ ଦେବେ। ୧୨ରୁ ସାଢେ ୧୨ ନକ୍ସଲ ଦମନ,ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ। ସାଢେ ୧୨ରୁ ଦଳୀୟ ବୈଠକ ସହ ପାର୍ଟି କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଅପରାହ୍ନ ୨ଟାରୁ ୫ ଟା ପର୍ଯ୍ୟନ୍ତ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାସହ ସନ୍ଧ୍ୟା ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ ସହ ପ୍ରତ୍ୟାବର୍ତ୍ତନ କରିବେ।


Share It

Comments are closed.