ବଜାରରେ ମିଳୁଛି କାବେରୀ ମେହେନ୍ଦିର ନକଲି କୋନ୍‌


ଭୁବନେଶ୍ୱର: କାବେରୀ ମେହେନ୍ଦି କୋନ୍‌କୁ ସର୍ବଭାରତୀୟ ସ୍ତରରେ ବେଲ୍‌ନିକ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଉତ୍ପାଦନ କରାଯାଉଛି ଏବଂ ଏହାର ଅଥୋରାଇଜ୍‌ଡ କମ୍ପାନୀ ଅଧିକାରୀ ଓ ଅଥୋରାଇଜ୍‌ଡ ଚ୍ୟାନେଲ ପାର୍ଟନର୍‌ଙ୍କ ମାଧ୍ୟମରେ ଭାରତର ବିଭିନ୍ନ ରାଜ୍ୟରେ ଏହାର ବିକ୍ରି କରାଯାଉଛି । କିନ୍ତୁ ଗତ କିଛି ମାସ ହେବ କମ୍ପାନୀ ବିଭିନ୍ନ ସୂତ୍ରରୁ ଜାଣିବାକୁ ପାଇଛି ଯେ, କାବେରୀ ମେହେନ୍ଦି କୋନ ଭଳି ଦେଖାଯାଉଥିବା ନକଲି କୋନ୍‌ଗୁଡିକୁ ବଜାରରେ ବିକ୍ରି କରାଯାଉଛି । ଅନେକ ଲୋକ କାବେରୀ ମେହେନ୍ଦି ନାମରେ ସମାନ ଡିଜାଇନ୍‌ର ନକଲି କୋନ୍ ପ୍ରସ୍ତୁତ କରି ଏବଂ ସେଗୁଡିକୁ ଅସଲି କାବେରୀ ମେହେନ୍ଦି କୋନ୍‌ର ବାକ୍ସରେ ମିଶ୍ରଣ କରି ବଜାରରେ ବିକ୍ରି କରୁଛନ୍ତି । ତେବେ କାବେରୀ ମେହେନ୍ଦିର ଏକମାତ୍ର ଉତ୍ପାଦନ କାରଖାନା ସୋଜାତ୍‌ଠାରେ ଅବସ୍ଥିତ ଅଟେ । ତେଣୁ ଏହି ଇସ୍ତାହାର ମାଧ୍ୟମରେ କମ୍ପାନୀ ସୂଚିତ କରିବାକୁ ଚାହୁଁଛି ଯେ, କାବେରୀ ମେହେନ୍ଦି କୋନ୍‌ର ବେଆଇନ୍ ଉତ୍ପାଦନ ଓ ବିକ୍ରି କରୁଥିବା ଧରାପଡିଲେ ଉକ୍ତ କମ୍ପାନୀ କିମ୍ବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପୂର୍ବରୁ ବିଭିନ୍ନ ରାଜ୍ୟରେ ଅନେକ ଲୋକ ଏହିଭଳି ଭାବେ ନକଲି କାବେରୀ ମେହେନ୍ଦି କୋନ୍ ପ୍ରସ୍ତୁତ ଓ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ଏବଂ ବେଲ୍‌ନିକ୍ ଇଣ୍ଡିଆ ଲିମିଟେଡ୍ କାବେରୀ ମେହେନ୍ଦି କୋନ୍ କୋଟି କୋଟି ଟଙ୍କାର ଦାବି କରି ସେମାନଙ୍କ ବିରୋଧରେ କଠୋର ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯଦି ଭବିଷ୍ୟତରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନକଲି କାବେରୀ ମେହେନ୍ଦି କୋନ୍ ଉତ୍ପାଦନ ଓ ବିକ୍ରି କରୁଥିବା ଜଣାଯାଏ ତେବେ ତାଙ୍କ ବିରୋଧରେ କମ୍ପାନୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି ।


Share It

Comments are closed.