ଓଡିଶାରେ ପ୍ରଥମ ଅନ୍‌ଏକାଡେମି ଷ୍ଟୋର୍‌ର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ସର୍ବବୃହତ୍ ଶିକ୍ଷା ପ୍ଲାଟ୍‌ଫର୍ମ ଅନ୍‌ଏକାଡେମି ପକ୍ଷରୁ ଓଡିଶାର ଭୁବନେଶ୍ୱରଠାରେ ଏହାର ପ୍ରଥମ ଅନ୍‌ଏକାଡେମି ଷ୍ଟୋର୍‌ର ଉଦ୍‌ଘାଟନ କରାଯାଇଛି । ଅନ୍‌ଏକାଡେମି ଷ୍ଟୋର୍‌ଗୁଡିକ ହେଉଛି ବ୍ରାଣ୍ଡର ସୁବିଧା ଏବଂ ବିଶେଷଜ୍ଞମାନଙ୍କ ସହଯୋଗ ହାସଲ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଅଫ୍‌ଲାଇନ୍ ଏକ୍ସପେରିଏନ୍ସିଆଲ ଟଚ୍‌ପଏଂଟ୍ । ଏଠାରେ ଶିକ୍ଷାର୍ଥୀମାନେ ଏହାର ଉନ୍ନତ ସୁବିଧାଗୁଡିକର ଅନୁଭୂତି ସହିତ ପ୍ଲାଟ୍‌ଫର୍ମରେ ବ୍ରାଣ୍ଡର ଅଫରିଙ୍ଗ୍‌ଗୁଡିକୁ ବୁଝିପାରିବେ । ଏକ ଆଧୁନିକ ଓ ସରଳ ଡିଜାଇନ୍ ଆଭିମୁଖ୍ୟ ସହ ନିର୍ମିତ ଏହି ଅନ୍‌ଏକାଡେମି ଷ୍ଟୋର୍ ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ଚୟନ କରିଥିବା କ୍ୟାରିୟର ମାର୍ଗ ସମ୍ପର୍କରେ ସୂଚନା ପାଇପାରିବେ ଏବଂ ସମାନ ଆଗ୍ରହ ରଖିଥିବା ଅନ୍ୟ ଶିକ୍ଷାର୍ଥୀମାନଙ୍କ ସହ ଯୋଡ଼ି ହୋଇପାରିବେ । ଏହି ଶୁଭାରମ୍ଭ ଅବସରରେ ଅନ୍‌ଏକାଡେମି ଷ୍ଟୋର ଫ୍ରାଂଚାଇଜ ମାଲିକ ଶ୍ରୀ ଜୟ ସଦାନୀ, ଗ୍ରୋଥ ମ୍ୟାନେଜର ଶ୍ରୀ ଅନୁରାଗ ଶର୍ମା, ୱାର୍ଡ୧୫ କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ ଏବଂ ଅନ୍‌ଏକାଡେମି ଆସୋସିଏଟ ଡାଇରେକ୍ଟର ଶ୍ରୀ ରାଜ କୁମାରନ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଉଚ୍ଚଶିକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକେନ୍ଦ୍ର ଅଟେ ଯାହା ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏଠାକୁ ଆକର୍ଷିତ କରିଥାଏ । ଗୁଣାତ୍ମକ ଶିକ୍ଷା ପାଇଁ ବର୍ଦ୍ଧିତ ଚାହିଦାକୁ ପୂରଣ କରି ଅନ୍‌ଏକାଡେମି ଷ୍ଟୋର୍ ପାଠ୍ୟକ୍ରମ ବିଶେଷଜ୍ଞଙ୍କ ସହିତ କାଉନି୍ସଲିଙ୍ଗ୍‌, ବୈଠକ ଓ ଶୀର୍ଷ ଶିକ୍ଷାବିତ୍‌ଙ୍କ ସହ ସାମୟିକ ଅଧିବେଶନ ଆଦି ପ୍ରଦାନ କରିବ । ଶିକ୍ଷାର୍ଥୀମାନେ ମଧ୍ୟ ପ୍ରଦର୍ଶିତ କାଉନି୍ସଲିଙ୍ଗ୍ ପରେ ଅନ୍‌ଏକାଡେମି ଷ୍ଟୋର୍‌ରୁ ସମସ୍ତ ଅନ୍‌ଏକାଡେମି ସବ୍‌ସ୍କ୍ରିପ୍‌ଶନ କ୍ରୟ କରିପାରିବେ । ଭୁବନେଶ୍ୱରର ପ୍ରଥମ ଅନ୍‌ଏକାଡେମି ଷ୍ଟୋର୍‌କୁ ଏକ ସମୃଦ୍ଧ ଶିକ୍ଷା ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ।

ଏହାର ଏକ୍ସପେରିଏନ୍ସ ଜୋନରେ ଅନ୍‌ଏକାଡେମିରୁ ପରିଚାଳିତ ହେଉଥିବା କଂଟେଂଟ ସହିତ ଅନ୍‌-ଡିସ୍‌ପ୍ଲେ ଡିଭାଇସ୍ (ଟାବ୍‌ଲେଟ୍ ଓ ସ୍କ୍ରିନ୍‌)ଗୁଡିକ ଉପଭୋକ୍ତାଙ୍କୁ ପ୍ଲାଟ୍‌ଫର୍ମର ଅଫରିଙ୍ଗ ଓ ସବ୍‌ସ୍କ୍ରିପ୍‌ଶନ ମଡେଲଗୁଡିକୁ ବୁଝିବାରେ ସାହାଯ୍ୟ କରିବ । ଏଠାରେ ପରିଦର୍ଶକମାନଙ୍କୁ ଇନ୍‌-ହାଉସ୍ ଏକ୍ସପର୍ଟ ସହଯୋଗ କରିବେ କିମ୍ବା ସେମାନେ ନିଜେ କଂଟେଂଟ୍‌ଗୁଡିକୁ ଜାଣିବା ପାଇଁ ସମୟ ବାହାର କରିପାରିବେ । ‘କନେକ୍ଟ’- କାଉନ୍ସେଲିଙ୍ଗ୍ ଏରିଆରେ ଶିକ୍ଷାର୍ଥୀମାନେ ଉପଲବ୍ଧ ଉତ୍ପାଦ ଅଫରିଙ୍ଗରୁ କିମ୍ବା ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ସବ୍‌ସ୍କ୍ରିପ୍‌ଶନ କ୍ରୟ କରି ମାର୍ଗଦର୍ଶନ ଓ ସହାୟତା ପାଇବାକୁ ସକ୍ଷମ ହେବେ । ଏହାର ଇନ୍‌-ହାଉସ୍ ଲାଇବ୍ରେରୀକୁ ପ୍ରାସଙ୍ଗିକ ପଠନ ସଂଶାଧନ ଏବଂ ନୂଆ ନୋଟ୍‌ଗୁଡିକ ସହିତ ସୁସଜ୍ଜିତ କରାଯାଇଛି ଯାହା ଶିକ୍ଷାର୍ଥୀମାନଙ୍କୁ ନିଜର ମନୋନିତ କ୍ଷେତ୍ରରେ ଅପ୍‌ଡେଟେଡ୍ ରହିବାରେ ସାହାଯ୍ୟ କରିବ । ମର୍ଚ୍ଚାଣ୍ଡାଇଜ ୱାଲ ହେଉଛି ଷ୍ଟୋର୍‌ର ଏକ ଉପଯୋଗୀ ଓ ଆକର୍ଷଣୀୟ ବିଭାଗ ଯେଉଁଥିରେ ସୁନ୍ଦର, ପ୍ରଦର୍ଶନଯୋଗ୍ୟ ମର୍ଚ୍ଚାଣ୍ଡାଇଜ୍ ଯେପରିକି ପୋଷାକ, ଷ୍ଟେସନାରୀ ଆଦି କ୍ରୟ ପାଇଁ ଉପଲବ୍ଧ ରହିଛି ।

ଏହି ନୂଆ ଅନ୍‌ଏକାଡେମି ଷ୍ଟୋର୍ ଶୀତଲ ଆନେକ୍ସ, ୬୮୭/୨୫୧୬, ଏକାମ୍ର କାନନ ରୋଡ୍‌, ଏକାମ୍ର ବିହାର, ଆଇଆର୍‌ସି ଭିଲେଜ୍‌, ନୟାପଲ୍ଲୀ, ଭୁବନେଶ୍ୱର, ଓଡିଶା ୭୫୧୦୧୫ରେ ଅବସ୍ଥିତ ରହିଛି । ଆଜିଠାରୁ ଆରମ୍ଭ ହେଉଥିବା ଏହି ଅନ୍‌ଏକାଡେମି ଷ୍ଟୋର୍ ସପ୍ତାହର ସମସ୍ତ ୭ ଦିନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ।


Share It

Comments are closed.