ଟାଲି ଏମ୍‌ଏସ୍‌ଏମ୍‌ଇ ସମ୍ମାନ ୨୦୨୩ରେ ଦୁଇ ଭୁବନେଶ୍ୱର ଭିତିକ କଂପାନିକୁ ମାନ୍ୟତା ପ୍ରଦାନ


ଭୁବନେଶ୍ୱର: ସଫ୍ଟଓୟାର ଉତ୍ପାଦ ଶିଳ୍ପର ଅଗ୍ରଣୀ ସଂସ୍ଥା ଟାଲି ସଲ୍ୟୁସନ୍ସ ପକ୍ଷରୁ ‘ଏମ୍‌ଏସ୍‌ଏମ୍‌ଇ ସମ୍ମାନ’ର ତୃତୀୟ ସଂସ୍କରଣର ପୂର୍ବ ଜୋନ୍ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଦୁଇ ଭୁବନେଶ୍ୱର ଭିତିକ କଂପାନି ନେଟ୍‌ତନ୍ତ୍ର ଟେକ୍ନୋଲୋଜିସ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଓ ଏ ଏନ୍ ବୁକ୍‌ସଙ୍କୁ ଏଥିରେ ସ୍ଥାନ ମିଳିଛି । ବିଶ୍ୱ ସ୍ତରରୁ ଆସିଥିବା ୫୦୦୦ ଆବେଦନ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଇଛି ।
ଟାଲି ଏମ୍‌ଏସ୍‌ଏମ୍‌ଇ ସମ୍ମାନ ହେଉଛି ଏକ ବାର୍ଷିକ ଅଭିଯାନ ଯେଉଁଥିରେ ଦେଶର ଅର୍ଥନୈତିକ ବିକାଶରେ ଯୋଗଦାନ ପ୍ରଦାନ କରିଥିବା ବ୍ୟବସାୟ ଓ ଉଦ୍ୟୋଗୀଙ୍କୁ ଚିହ୍ନଟ କରାଯାଏ । ତୃଣମୂଳ ସ୍ତରରେ ଶ୍ରେଷ୍ଠ ପ୍ରଥା ଜରିଆରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଥିବା ଏମ୍‌ଏସଏମ୍‌ଇ ମାନଙ୍କୁ ଏଥିରେ ସ୍ପୀକୃତି ପ୍ରଦାନ କରାଯାଉଛି । ତେଣୁ ଏହା ହେଉଛି ଏକ ଅନ୍ତର୍ଭୁକ୍ତୀକରଣ ମାନ୍ୟତା ଯ।।ହା ଅର୍ଥନୀତିକୁ ଆଗକୁ ବଢ଼ାଉଥିବା ପ୍ରଚ୍ଛଦର ନାୟକ ଓ ପ୍ରକୃତ ପ୍ରଭାବ ସୃଷ୍ଟି କରୁଥିବା ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଉଛି । ପ୍ରତିବର୍ଷ ଆନ୍ତର୍ଜାତିକ ଏମ୍‌ଏସ୍‌ଏମ୍‌ଇ ଦିବସରେ ଏହି ସମ୍ମାନ ପ୍ରଦାନ କରାଯାଉଛି । ବୈଧ ଜିଏସ୍‌ଟିଆଇଏନ୍ ଏବଂ ୨୫୦ କୋଟି ଟଙ୍କାରୁ କମ୍ କାରବାର କରୁଥିବା କଂପାନିଗୁଡ଼ିକ ଏଥିପାଇଁ ଆବେଦନ କରୁଛନ୍ତି ।
କ୍ଲାଏଂଟ୍‌ମାନଙ୍କୁ ଏଆଇ, କ୍ଳାଉଡ୍ କମ୍ପ୍ୟୁଟିଂ ଓ ବ୍ଳକ୍‌ଚେନ୍ ସମାଧାନ ପ୍ରଦାନ କରୁଥିବା ନେଟ୍‌ତନ୍ତ୍ର ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଦେବଦତ ସାହୁ ତାଙ୍କ ଅବଦାନ ପାଇଁ ‘ବିଜନେସ୍ ମାଏଷ୍ଟ୍ରୋ’ ବର୍ଗରେ ବିଜୟୀ ହୋଇଛନ୍ତି । ନବସୃଜନ ଓ ଗ୍ରାହକ ସେବା ଉପରେ ଗୁରୁତ୍ୱ ପାଇଁ ସେମାନେ ବ୍ୟବସାୟ ବଢ଼ାଇବା ସହିତ ଆଭ୍ୟନ୍ତରୀଣ ଦକ୍ଷତାରେ ଉନ୍ନତି ଆଣିପାରିଛନ୍ତି । ପାଠପଢ଼ା ପ୍ରତି ଲୋକମାନଙ୍କ ରୁଚି ଫେରାଇ ଆଣୁଥିବାରୁ ‘ଚମ୍ପିଆନ୍ ଫର କଜ୍‌’ ବର୍ଗରେ ଏଏନ୍ ବୁକ୍‌ସର ନରେନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି । ସୁଲଭ ମୂଲ୍ୟରେ ବ୍ୟବହୃତ ପୁସ୍ତକ ଉପଲବ୍ଧ କରାଇ ସେ ସମସ୍ତଙ୍କ ପାଇଁ ଶିକ୍ଷା ଓ ବିକାଶ ପ୍ରତି ନିଜକୁ ସମର୍ପିତ କରିଛନ୍ତି ।
ପସନ୍ଦର ବ୍ୟାଙ୍କିଙ୍ଗ ପାର୍ଟନର ଡିବିଏସ୍ ବ୍ୟାଙ୍କ, ୟୁନିକମର୍ସ ଓ ବାଇଟ୍‌ଏଜ୍ ସହଯୋଗିତାରେ ଟାଲି ଏମ୍‌ଏସ୍‌ଏମ୍‌ଇ ସମ୍ମାନ (ଟାଲି ଏମ୍‌ଏସ୍‌ଏମ୍‌ଇ ଅନର୍ସ)ର ତୃତୀୟ ସଂସ୍କରଣରେ ଭୁବନେଶ୍ୱରର ଦୁଇଟି ଏମ୍‌ଏସ୍‌ଏମ୍‌ଇ ଓ ଭାରତର ୧୦୦ ଏମ୍‌ଏସ୍‌ଏମ୍‌ଇକୁ ମାନ୍ୟତା ପ୍ରଦାନ କରାଯାଇଛି । ଦେଶର ଚାରିଟି ଜୋନ୍ ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣ ଭଳି ଏହାକୁ ଆୟୋଜନ କରାଯାଉଥିବା ବେଳେ ୱଣ୍ଡରଓମ୍ୟାନ୍‌, ବିଜନେସ୍ ମାଏଷ୍ଟ୍ରୋ, ନିଉଜେନ୍ ଆଇକନ୍‌, ଟେକ୍ ଟ୍ରାନ୍ସଫରମର ଓ ଚମ୍ପିଆନ୍ ଅଫ୍ କଜ୍ ଭଳି ପାଂଚଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଉଛି ।


Share It

Comments are closed.