ଟାଟା ଷ୍ଟିଲ୍ ଓ ସିଟିଟିସି ପକ୍ଷରୁ ଗୋବରଘାଟିରେ ମୋବାଇଲ୍ ମରାମତି ଉପରେ ୧୦ ଦିନିଆ “ରେକଗ୍ନିସନ୍ ଅଫ୍ ପ୍ରାୟର ଲର୍ଣ୍ଣିଂ କୋର୍ସ’ ଉଦ୍ଘାଟିତ
ଭୁବନେଶ୍ୱର: ସ୍ଥାନୀୟ ଯୁବପିଢ଼ିଙ୍କୁ ନିଯୁକ୍ତିଭିତିକ ତାଲିମ ପ୍ରଦାନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ)ର ରିସେଟଲ୍ମେଂଟ୍ ଆଣ୍ଡ୍ ରିହାବିଲିଟେସନ୍ (ଆର୍ଆଣ୍ଡ୍ଆର୍) ବିଭାଗ ପକ୍ଷରୁ ସେଂଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଂଟର (ସିଟିଟିସି), ଭୁବନେଶ୍ୱର ସହଯୋଗରେ ବୁଧବାର ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଗୋବରଘାଟି କଲୋନି ଫେଜ୍-୧ର କମ୍ୟୁନିଟି ସେଂଟରରେ “ମୋବାଇଲ୍ ଫୋନ୍ ହାର୍ଡଓୟାର୍ ମରାମତି ଓ ଟେକ୍ନିସିଆନ୍’ ଉପରେ ୧୦ ଦିନିଆ “ରେକଗ୍ନିସନ୍ ଅଫ୍ ପ୍ରାୟର ଲର୍ଣ୍ଣିଂ’ କୋର୍ସକୁ ଉଦ୍ଘାଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପରିବାର ଓ ଆଖପାଖ ଗ୍ରାମର ୫୦ରୁ ଅଧିକ ଯୁବକଯୁବତୀ ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସିଟିଟିସିର ତାଲିମ ଇନ୍-ଚାର୍ଜ ଶ୍ରୀକାନ୍ତ କୁମାର ପତିଙ୍କ ସମେତ ଗୋଷ୍ଠୀର ନେତୃବୃନ୍ଦ ଯଥା ବିରେନ୍ଦ୍ର ଜାମୁଦା, ସୁରେଶ ହାଇବ୍ରୁ, ଲାଲ ମୋହନ ସୋୟ, ଲକ୍ଷ୍ମଣ ଜାମୁଦା, ଜଗମୋହନ ଜାମୁଦା, ସୁରେଶ ଜାମୁଦା, କୃଷ୍ଣ ହାଇବ୍ରୁ ଓ ରବିନ୍ଦ୍ର ଜେନାମଣି ଉପସ୍ଥିତ ଥିଲେ ।
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଟିଏସ୍କେର ଆର୍ଆଣ୍ଡ୍ଆର୍ ମୁଖ୍ୟ ସୁବ୍ରତ ମହାପାତ୍ର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଲିମ ଓ ଦକ୍ଷତା ବିକାଶ ଜରିଆରେ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ସ୍ତରରେ ଉନ୍ନତିି ଆଣିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଟିମ୍ ଦ୍ୱାରା ଆଗାମୀ ୧୦ ଦିନରେ ହେବାକୁ ଥିବା କାର୍ଯ୍ୟକଳାପଗୁଡ଼ିକ ବିଷୟରେ ସିଟିଟିସିର ତାଲିମ ଇନ୍-ଚାର୍ଜ ଶ୍ରୀକାନ୍ତ କୁମାର ପତି ଆଲୋକପାତ କରିଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ।
୨୦୨୩ ଜୁଲାଇ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମୋବାଇଲ୍ ମରାମତି ପଦ୍ଧତି ସମ୍ପର୍କିତ ଏହି ତାଲିମ କାର୍ଯ୍ୟକ୍ରମ ବେକାର ଯୁବକଯୁବତୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବ ଏବଂ ମୋବାଇଲ୍ ପ୍ରଯୁକ୍ତି କ୍ଷେତ୍୍ରରେ ସ୍ୱାବଲମ୍ବୀ ହେବାକୁ ସେମାନଙ୍କ ପାଇଁ ସହାୟକ ହେବ ।
କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହେବା ପରେ ଅଂଶଗ୍ରହଣକାରୀମାନଙ୍କୁ ସିଟିଟିସି, ଭୁବନେଶ୍ୱର ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ବିସ୍ଥାପିତ ପରିବାରରେ ନିଯୁକ୍ତି କ୍ଷମତା ଓ ଆୟରେ ଉନ୍ନତି ଆଣିବା ଲାଗି ଟାଟା ଷ୍ଟିଲ୍ ଉଦ୍ୟମର ଅଂଶ ସ୍ୱରୂପ ଏହି ୧୦-ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
Comments are closed.