ଭୁବନେଶ୍ୱରକୁ ରୟାଲ ଲେଗାସିର ବିସ୍ତାର କରିଛି ଟ୍ରୁଫିଟ୍ ଆଣ୍ଡ୍ ହିଲ୍


ଭୁବନେଶ୍ୱର : ଏକ ନୂଆ ଅଧ୍ୟାୟର ଆରମ୍ଭ କରି ବିଶ୍ୱର ପ୍ରତିଷ୍ଠିତ ସର୍ବପୁରାତନ ବାର୍‌ବର ସପ୍ ଟ୍ରୁଫିଟ୍ ଆଣ୍ଡ ହିଲ୍ ପକ୍ଷରୁ ଓଡିଶାର ମନ୍ଦିର ମାଳିନୀ ସହର ଭୁବନେଶ୍ୱରରେ ଏହାର ନୂତନ ଆଉଟ୍‌ଲେଟ୍‌ର ଲଂଚ୍ ଘୋଷଣା କରାଯାଇଛି । ଏହି ଷ୍ଟୋର୍‌କୁ ଲୟଡ୍‌ସ ଲକ୍‌ଜରୀସ୍ ଲିଃର ପରିଚାଳନା ନିର୍ଦ୍ଦେଶକ ଓ ସିଓଓ ପ୍ରଣୟ ଡୋକାନିଆ, ନାରାୟଣି ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା, ଖାଟୋରେ ଆଇଟି ସଲ୍ୟୁଶନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରୁଫିଟ୍ ଆଣ୍ଡ୍ ହିଲ୍‌ର, ଫ୍ରାଂଚାଇଜି ମାଲିକ ଅଜୟ କୁମାର ଖାଟୋରେଙ୍କ ସହିତ ଲୋକପ୍ର୍ରିୟ ଓଡିଆ ଅଭିନେତା ଓ ରାଜନେତା ସିଦ୍ଧାନ୍ତ ମହାପାତ୍ର ଉଦ୍‌ଘାଟନ କରିଥିଲେ । ଟ୍ରୁଫିଟ୍ ଆଣ୍ଡ୍ ହିଲ୍‌ସର ବିଳାସପୂର୍ଣ୍ଣ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଲାଗି ଏହାକୁ ଏକ ପ୍ରମୁଖ ବଜାର ଭାବେ ଉପସ୍ଥାପନ କରିବା ପାଇଁ ଏହି ସହର ଏକ ସ୍ୱତନ୍ତ୍ର ପୁରୁଷ ଗ୍ରୁମିଙ୍ଗ୍ ପ୍ରତିଷ୍ଠାନର ଆବଶ୍ୟକ କରୁଥିଲା । ଏହି ନୂତନ ଷ୍ଟୋର୍ ଓଡିଶାବାସୀଙ୍କୁ ଶୀର୍ଷ ସ୍ତରର ଗ୍ରୁମିଙ୍ଗ୍ ସେବା ପ୍ରଦାନ କରିବା ଲାଗି ବ୍ରାଣ୍ଡର ଉତ୍ସର୍ଗୀକୃତତାକୁ ପ୍ରତିଫଳନ କରୁଛି । ବ୍ରାଣ୍ଡର ବିରାସତ ସହ ଜଡିତ ରହି ଭୁବନେଶ୍ୱରରେ ଏହି ଫ୍ରାଂଚାଇଜି ଷ୍ଟୋର୍‌ର ପରିବେଶ ପୂର୍ବର ସମସ୍ତ ବିଦ୍ୟମାନ ଷ୍ଟୋର୍‌ଗୁଡିକର ଉତ୍କର୍ଷତା ଓ ଆଦର୍ଶ ଭଳି ସମାନ ଅଟେ । ଏହି ପ୍ରଶସ୍ତ ଓ ଆକର୍ଷଣୀୟ ୧୪୦୦ ବର୍ଗଫୁଟ୍‌ର ଷ୍ଟୋର୍‌ରେ ଏକ ରୟାଲ ସୁଇଟ୍‌, ଏକ ବାର୍‌ବର୍ ଷ୍ଟେସନ ସହିତ ପ୍ରାଇଭେଟ୍ ରୁମ୍‌, ୩ଟି ଚେୟାର ସହିତ ବାର୍‌ବର୍ ଷ୍ଟେସନ, ପେଡିକ୍ୟୋର୍ ଓ ମାନିକ୍ୟୋର ରୁମ୍ ଓ ବାଲେ ପାର୍କିଙ୍ଗ ଆଦି ସୁବିଧା ରହିଛି ।

ନାରାୟଣି ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଓ ଖାଟୋରେ ଆଇଟି ସଲ୍ୟୁଶନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ଏବଂ ଟ୍ରୁଫିଟ୍ ଆଣ୍ଡ ହିଲ୍‌ର ଭୁବନେଶ୍ୱର ଫ୍ରାଂଚାଇଜି ମାଲିକ ଅଜୟ କୁମାର ଖାଟୋରେ କହିଛନ୍ତି, ‘ କ୍ରମାଗତ ୯ଟି ରାଜଶାସନ ସମୟରେ ଗ୍ରେଟ୍ ବ୍ରିଟେନର ଶାସକମାନଙ୍କୁ ସେବା ପ୍ରଦାନ କରିବାର ଦୁଇ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ସହିତ ଟ୍ରୁଫିଟ୍ ଆଣ୍ଡ୍ ହିଲ୍ କାଳଜୟୀ ଷ୍ଟାଇଲ୍ ଓ ବିଳାସପୂର୍ଣ୍ଣତାର ଦୂର୍ଗ ଭାବେ ବଜାୟ ରହିଛି । ଲୟଡ୍‌ସ ଲକ୍‌ଜରୀସ୍ ଲିମିଟେଡ୍ ସହ ଆମର ସହଭାଗିତା ଏକ ବିସ୍ତୃତ ଉପଭୋକ୍ତା ଆଧାର ପାଇଁ ରୟାଲ ଗ୍ରୁମିଂ ଅନୁଭୂତି ଆଣିବା ଲାଗି ଏକ ଉତ୍ସାହଜନକ ସୁଯୋଗ ଉପସ୍ଥାପନ କରୁଛି ।’

ଭୁବନେଶ୍ୱର ଷ୍ଟୋର୍‌ର ଲଂଚ୍ ଅବସରରେ ଲୟଡ୍‌ସ ଲକ୍‌ଜରୀସ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀକ୍ରିଷ୍ଣା ଗୁପ୍ତା କହିଛନ୍ତି, ‘ଲକ୍‌ଜରୀ ଗ୍ରୁମିଙ୍ଗ୍‌ର ଅଭିବୃଦ୍ଧି ଆଜିର ଦୁନିଆରେ ପର୍ସନାଲ କେୟାର୍ ବା ବ୍ୟକ୍ତିଗତ ଯତ୍ନର ଲାଭ ସମ୍ପର୍କରେ ଏକ ବର୍ଦ୍ଧିତ ସଚେତନତାକୁ ସୂଚିତ କରୁଛି । ଆମର ବ୍ରାଣ୍ଡ ଲକ୍‌ଜରୀ ଗ୍ରୁମିଂ ମାର୍କେଟ୍‌ରେ ଏକ ଉନ୍ନତ ଅନୁଭୂତି ପ୍ରଦାନ କରୁଛି ।’

ସେହିପରି ଲୟଡ୍‌ସ ଲକ୍‌ଜରୀସ୍ ଲିଃର ପରିଚାଳନା ନିର୍ଦ୍ଦେଶକ ଓ ସିଓଓ ପ୍ରଣୟ ଡୋକାନିଆ କହିଛନ୍ତି, ‘ବିଗତ ଦଶନ୍ଧି ପୁରୁଷଙ୍କ ଗ୍ରୁମିଙ୍ଗ୍ ଧାରଣାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନର ସାକ୍ଷୀ ହୋଇଛି । ଆମେ ଆମର ବିଶେଷଜ୍ଞତା ଓ ଟୁଲ୍ ପ୍ରଦାନ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କର ସର୍ବୋତମତାକୁ ଅନୁଭବ କରିବା ପାଇଁ ଉତ୍ସର୍ଗୀକୃତ ରହିଛୁ । ଶୀର୍ଷ ସ୍ତରର ଗୁଣବତା ଓ ଉଦ୍ଭାବନ ଉପରେ ଆମର ଗୁରୁତ୍ୱ କାରଣରୁ ଆମର ବ୍ରାଣ୍ଡ ଆଧୁନିକ ପୁରୁଷଙ୍କ ସହ ଗଭୀର ଭାବେ ପ୍ରତିଧ୍ୱନିତ୍ୱ କରୁଛି । ଆମର ଲକ୍ଷ୍ୟ ହେଉଛି ଅଭିବୃଦ୍ଧି ପାଇଁ ଆମର ଲକ୍ଷ୍ୟ ସହିତ ଉପଯୁକ୍ତ ଭାବେ ଜଡିତ ଆମର ଉପସ୍ଥିତିକୁ ବିସ୍ତାର କରିବା । ଟ୍ରୁଫିଟ୍ ଆଣ୍ଡ୍ ହିଲ୍ ଭାରତରେ ଗ୍ରୁମିଙ୍ଗ ପରିଦୃଶ୍ୟକୁ ପୁନଃବ୍ୟାଖ୍ୟା କରିବା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରେ ଏହି ଲଂଚ୍ ସହର ଓ ଏହା ବାହାରର ଚତୁର ପୁରୁଷମାନଙ୍କୁ ବିଶ୍ୱସ୍ତରୀୟ ଗ୍ରୁମିଙ୍ଗ ଅନୁଭୂତି ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପକୁ ଚିହ୍ନିତ କରୁଛି ।’


Share It

Comments are closed.