ଦେଶର ସର୍ବବୃହତ୍ ଫେସନ୍ ଡେଷ୍ଟିନେସନ ‘ଟ୍ରେଣ୍ଡ୍ସ’ ଏବେ ବାଙ୍କୀରେ ଖୋଲିଲା
କଟକ: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍ସର ନୂଆ ଷ୍ଟୋର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ସହରରେ ଖୋଲିଛି ।
ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫେସନ୍ କ୍ଷେତ୍ରକୁ ଲୋକାଭିମୁଖି କରି ଫେସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସହ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫେସନ ଶପିଂ ଡେଷ୍ଟିନେସନ ପାଲଟିଛି ।
ବାଙ୍କୀ ସହରର ନୂଆ ଟ୍ରେଣ୍ଡ୍ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି । ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫେସନ୍ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ସ୍ଥାନୀୟ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡ୍ସ ୱିୟର ଏବଂ ଫେସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଚମତ୍କାର କିଣାକିଣି ଅନୁଭୂତି ସହିତ ଏହି ଷ୍ଟୋରରେ ପାଇପାରିବେ ।
୫୫୦୦ ବର୍ଗଫୁଟ ପରିମିତ ଅଂଚଳରେ ଖୋଲିଥିବା ଏହି ଷ୍ଟୋର ବାଙ୍କୀ ସହରର ପ୍ରଥମ । ଏଠାରେ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ରହିଛି । ୩୯୯୯ ଟଙ୍କାର ସାମଗ୍ରୀ କିଣିଲେ ୨୪୯ ଟଙ୍କା ଦେଇ ଆକର୍ଷଣୀୟ ଉପହାର ପାଇପାରିବେ । କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି କରିଲେ ୨୦୦୦ ଟଙ୍କା ମୂଲ୍ୟର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ ।
ତେଣୁ ବାଙ୍କୀରେ ଖୋଲିଥିବା ସ୍ୱତନ୍ତ୍ର ଟ୍ରେଣ୍ଡ୍ସ ଷ୍ଟୋରକୁ ଗ୍ରାହକମାନେ ଆସି ଫେସନ ସାମଗ୍ରୀ ସପିଂର ଅନୁଭୂତି ଓ ଆନନ୍ଦ ନେଇପାରିବେ ।
Comments are closed.