ଟିପିଏସଓଡି଼ଏଲ୍ ଦ୍ଵାରା ଟ୍ରାନ୍ସଫର୍ମର ବାଡ଼ ସୁରକ୍ଷାକୁ କରୁଛି ସୁନିଶ୍ଚିତ


ଆସ୍କା: ଟିପି ଦକ୍ଷିଣ ଓଡିଶା ବିତରଣ ଲିମିଟେଡ୍ (ଟିପିଏସଓଡି଼ଏଲ୍) ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବା ପାଇଁ ସକ୍ରିୟ ରକ୍ଷଣାବେକ୍ଷଣ କାର୍ଯ୍ୟ ଗ୍ରହଣ କରୁଛି । ସ୍ଥାୟୀ ଏବଂ ସୁରକ୍ଷିତ ବିଦ୍ୟୁତ ବିତରଣ ବଜାୟ ରଖିବା ପାଇଁ ଏହାର ପ୍ରତିବଦ୍ଧତାର ଏକ ଉଦାହରଣ ଭାବରେ, ଟିପିଏସଓଡି଼ଏଲ୍ କାଞ୍ଚୁରୁ ଗ୍ରାମରେ ଏକ ଖୋଲା ଟ୍ରାନ୍ସଫର୍ମରକୁ ସିମେଣ୍ଟ କାନ୍ଥ ଦ୍ଵାରା ବାଡ଼ ଦେଇ ନିରାପତ୍ତାକୁ ସୁନିଶ୍ଚିତ କରିଛି । ସମସ୍ତଙ୍କ ପାଇଁ ନିରାପତ୍ତା ସୁନିଶ୍ଚିତ କରିବାରେ ଏହିପରି ସକ୍ରିୟ ରକ୍ଷଣାବେକ୍ଷଣ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ପଶୁମାନଙ୍କୁ ଟ୍ରାନ୍ସଫର୍ମର ନିକଟରେ ବୁଲିବାକୁ ରୋକିଥାଏ ଯାହାକି ବିଦ୍ୟୁତ ଯୋଗୁଁ ପଶୁମାନଙ୍କର ମୃତ୍ୟୁକୁ ଏଡ଼ାଇଥାଏ ଏବଂ କୌଣସି ସୁରକ୍ଷା ସମସ୍ୟା ଉପୁଜିବାର ସମ୍ଭାବନାକୁ ମଧ୍ୟ ରୋକି ଥାଏ । ଟିପିଏସଓଡି଼ଏଲ୍ ଦ୍ଵାରା ଭିତ୍ତିଭୂମିକୁ ବଜାୟ ରଖିବା ପାଇଁ ସଂକଳ୍ପ ହି ଏହା ସେବା ଯୋଗାଉଥିବା ଉପଭୋକ୍ତାଙ୍କ ପ୍ରତି ପ୍ରତିବଦ୍ଧତାର ପ୍ରମାଣ ।


Share It

Comments are closed.