ବ୍ରହ୍ମପୁରରେ ଉନ୍ନତ ବିଦ୍ୟୁତ ଭିତ୍ତିଭୂମି ଉପରେ ଟିପିଏସ୍‌ଓଡିଏଲ୍‌ର ଗୁରୁତ୍ଵ


ବ୍ରହ୍ମପୁର: ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ବିଭିନ୍ନ ପଦକ୍ଷେପ ନେଉଅଛି। ଗ୍ରୀଷ୍ମକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଉନ୍ନତ ବିଦ୍ୟୁତ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି କ୍ରମରେ ବ୍ରହ୍ମପୁରର ମେଡିକାଲ ସେକ୍ସନରେ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କାମ ହୋଇଛି । ଏଠାରେ ଥିବା ୧୦୦ କେଭିଏ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମରର ଅପଗ୍ରେଡେସନ୍ କରାଯାଇଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ଏହା ସହ ଖରାପ ହୋଇଯାଇଥିବା ଉପକରଣ ସ୍ଥାନରେ ମୋଲ୍ଡେଡ୍ କେସ୍ ସର୍କିଟ ବ୍ରେକର(ଏମ୍‌ସିସିବି), ଏଚ୍‌ଆର୍‌ସି ଫ୍ୟୁଜ୍ ଭଳି ନୂତନ ତଥା ଉନ୍ନତ ମାନର ବୈଦ୍ୟୁତିକ ଉପକରଣ ସ୍ଥାପନ କରାଯାଇଛି ।

ଏହି ଅତ୍ୟାଧୁନିକ ବୈଦ୍ୟୁତିକ ଉପକରଣଗୁଡ଼ିକ ଓଭରଲୋଡିଂ ଏବଂ ସର୍ଟ ସର୍କିଟ୍ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ସୁରକ୍ଷା ଦେବ। ଏହି ସବୁ ମରାମତି ପଦକ୍ଷେପ ମାଧ୍ୟମରେ ବିଦ୍ୟୁତଜନିତ ଦୁର୍ଘଟଣାକୁ ଏଡାଇବା ସହ ସ୍ଥାନୀୟ ଉପଭୋକ୍ତାଙ୍କ ଗ୍ରୀଷ୍ମକାଳୀନ ବିଜୁଳି ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।

ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା ଦିଗରେ ଟିପିଏସ୍‌ଓଡିଏଲ୍‌ ସମର୍ପିତ ରହିଆସିଛି। ଏହି ପଦକ୍ଷେପଗୁଡ଼ିକ ଉପଭୋକ୍ତାଙ୍କ ସନ୍ତୁଷ୍ଟି ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଏ। କମ୍ପାନୀ ପକ୍ଷରୁ ବିଦ୍ୟୁତ ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ ଏବଂ ମରାମତି ମାଧ୍ୟମରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ସହ ସେମାନଙ୍କ ବର୍ଦ୍ଧିଷ୍ଣୁ ଚାହିଦା ପୂରଣ କରିବା ପାଇଁ ଟିପିଏସ୍‌ଓଡିଏଲ୍ ଲକ୍ଷ୍ୟ ରଖିଛି।


Share It

Comments are closed.