ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱର କାଳବୈଶାଖୀ ଝଡ଼ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ


ଝଡ଼ର ପ୍ରଭାବକୁ କମ୍ କରିବା ଓ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧତା
ଭୁବନେଶ୍ୱର: ୨୦୨୩ ଜୁନ୍ ୮ ତାରିଖରେ ଭୁବନେଶ୍ୱରରେ ଘଟିଥିବା କାଳବୈଶାଖୀ ଝଡ଼ ପ୍ରଭାବରେ ବିଦ୍ୟୁତ ଭିତିଭୂମିରେ ବିଭ୍ରାଟ ଦେଖାଦେଇଥିଲା ଯାହା ଫଳରେ ବିଦ୍ୟୁତ ବିଭ୍ରାଟ ଘଟିବା ସହ ଭୁବନେଶ୍ୱର ବାସିନ୍ଦାମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା ।
ପ୍ରଭାବିତ ଅଂଚଳଗୁ୍‌ଡ଼ିକରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌(ଟିପିସିଓଡିଏଲ୍‌) ଏହାର ଦକ୍ଷ ଶ୍ରମ ଶକ୍ତିଙ୍କୁ ଯୋଗାଡ଼ କରି ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି ।
ପ୍ରଭାବିତ ନେଟ୍‌ୱର୍କରେ ସୁଧାର ଆଣିବା ସହ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ଟିପିସିଓଡିଏଲ୍‌ର କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଇଞ୍ଜିନିୟରମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ଏବଂ ପ୍ରଭାବିତ ଅଂଚଳର ୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।
ସେମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ହସ୍ପିଟାଲ୍‌, ରେଳବାଇ ଓ ପ୍ରଶାସନିକ କେନ୍ଦ୍ର ପାଇଁ କିଛି ଘଂଟା ଭିତରେ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିତ କରାଯାଇଥିଲା ।
ଗତକାଲି ସନ୍ଧ୍ୟା ୬ଟା ୪୫ ମିନିଟ୍ ସୁଦ୍ଧା ୩୩ କେଭି ଫିଡର୍‌ର ୯୦%କୁ ସଫଳତାର ସହ ସ୍ୱାଭାବିକ କରାଯାଇଥିଲା । ଏଥି ସହିତ ଗଛ ପଡ଼ିଥିବା ଫିଡରଗୁଡ଼ିକୁ ଯୁଦ୍ଧକାଳୀନ ଭିତିରେ ସଫା କରିବା ଏବଂ ପାଟ୍ରୋଲିଂକୁ ଟିମ୍ ତରଫରୁ ଜାରି ରଖାଯାଇଥିଲା ।
ଝଡ଼ର ପ୍ରଭାବକୁ କମ୍ କରିବା ଏବଂ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଟିମ୍ ସର୍ଦବା ଉଦ୍ୟମ କରୁଛି ବୋଲି ସାଧାରଣ ଜନତାଙ୍କୁ କଂପାନି ଭରସା ଦେବାକୁ ଚାହୁଛି ।
ବିଶେଷ କରି ତୀବ୍ର ପାଣିପାଗ ଭଳି ଘଟଣାରେ ଏକ ଭରସାଯୋଗ୍ୟ ଓ ସ୍ଥିର ବିଦ୍ୟୁତ ବଂଟନ ନେଟ୍‌ୱର୍କର ଗୁରୁତ୍ୱକୁ ଆମେ ଭଲ ଭାବେ ବୁଝିଛୁ ଏବଂ ଏ ଦିଗରେ ନିଜ ଦାୟିତ୍ୱ ନିର୍ବାହ କରିବାକୁ ଟିପିସିଓଡିଏଲ୍ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛି ।
ଟିପିସିଓଡିଏଲ୍ ଏହାର ସେବା ପ୍ରଦାନ କରୁଥିବା ଅଂଚଳକୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବାକୁ ପ୍ରତିବଦ୍ଧ ରହିଛି ।


Share It

Comments are closed.