ୱେଷ୍ଟର୍ଣ୍ଣ କ୍ୟାରିୟର୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ଭାରତର ସର୍ବବୃହତ ଲଜିଷ୍ଟିକ୍ସ କଂପାନି ୱେଷ୍ଟର୍ଣ୍ଣ କ୍ୟାରିୟର୍ସ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ପୁଞ୍ଜି ବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାପ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କଂପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରାଜେନ୍ଦ୍ର ସେଠିଆ ଏବଂ ପୂର୍ଣ୍ଣକାଳୀନ ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କନିସ୍କ ସେଠିଆଙ୍କ ଦ୍ୱାରା ୱେଷ୍ଟର୍ଣ୍ଣ କ୍ୟାରିୟର ପରିଚାଳିତ ହେଉଥିବା ବେଳେ ୩ ପିଏଲ୍ ଓ ୪ପିଏଲ୍ ସମାଧାନ ପ୍ରଦାନ କରୁଛି । କଂପାନିର ପ୍ରତିଷ୍ଠାତା ହେଉଛନ୍ତି ରାଜେନ୍ଦ୍ର ସେଠିଆ ଯିଏ ଏହାକୁ ୧୯୭୨ରେ ସ୍ଥାପନ କରିଥିଲେ ଯାହାକୁ ୨୦୧୩ରେ ୱେଷ୍ଟର୍ଣ୍ଣ କ୍ୟାରିୟର ଅଧିଗ୍ରହଣ କରିଥିଲା । ଦେଶ ଭିତରେ ଓ ବାହାରେ ସଡ଼କ, ରେଳ, ନଦୀ ଓ ସମୁଦ୍ର ପଥରେ ପରିବହନ ସେବା ପ୍ରଦାନ କରିବାରେ କଂପାନିର ପାଂଚ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି ।
୨୦୨୨ ଡିସେମ୍ବର ୩୧ ସୁଦ୍ଧା ୱେଷ୍ଟର୍ଣ୍ଣ କ୍ୟାରିୟର ପାଖରେ ଖଣି ଓ ଧାବତ, ଏଫ୍‌ଏମ୍‌ସିଜି, ଫାର୍ମା, କୋଠା ଉପକରଣ, ରସାୟନ, ତୈଳ ଓ ଗ୍ୟାସ୍‌, ୟୁଟିଲିଟି, ବୟନ, ବିଦ୍ୟୁତ, ବିଦ୍ୟୁତ ଉପକରଣ ଓ ରିଟେଲ୍ ଆଦି କ୍ଷେତ୍ରର ୧୧୦୦ରୁ ଅଧିକ କ୍ଲାଏଂଟ୍ ରହିଛନ୍ତି । ପ୍ରମୁଖ କ୍ଲାଏଂଟ୍‌ମାନେ ହେଉଛନ୍ତି ଟାଟା ଷ୍ଟିଲ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌, ବେଦାନ୍ତ, ବାଲ୍‌କୋ, ଜେଏସ୍‌ଡବ୍ଲୁ, ଏଚୟୁଏଲ୍‌, କୋକାକୋଲା ଇଣ୍ଡିଆ, ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌, ସିପ୍‌ଲା, ହଲ୍‌ଦିଆ ପେଟ୍ରୋକେମିକାଲ୍‌ସ, ଏମ୍‌ସିପିଆଇ, ଗୁଜରାଟ ହେଭି କେମିକାଲ୍‌ସ, ବିସିପିଏଲ୍ ଓ ଡିଏଚ୍‌ଏଲ୍ ।
ଡିଆର୍‌ଏଚ୍‌ପି ଅନୁସାରେ ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ସେଥିରୁ କିଛି ଅଂଶକୁ ୨୦୦ କୋଟି ଟଙ୍କାର ବକେୟା ଋଣ ଶୁଝିବା ଓ ୧୮୬ କୋଟି ଟଙ୍କା କାର୍ଯ୍ୟକାରୀ ପୁଞ୍ଜି ଲାଗି ବ୍ୟବହାର କରାଯିବ । ଏହା ବ୍ୟତୀତ କମର୍ସିଆଲ୍ ଗାଡ଼ି କିଣିବା, ୪୦ ଫୁଟର ସ୍ୱତନ୍ତ୍ର କଟେଂନର ଓ ୨୦ ଫୁଟର ସାଧାରଣ ଜାହାଜ କଟେଂନର ଓ ରିଚ୍ ଷ୍ଟାକର୍ସ ପାଇଁ ବି ବ୍ୟବହାର କରାଯିବ । ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ସହ ପରାମର୍ଶରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଇଁ ପ୍ରି-ଆଇପିଓ ପ୍ଲେସମେଂଟ୍ କରାଯାଇପାରିବ । ଏହା ହେଲେ ଇସ୍ୟୁର ଆକାର ହ୍ରାସ ପାଇବ ।
୨୦୨୨ ଆର୍ଥିକ ବର୍ଷରେ ପରିଚାଳନାରୁ କଂପାନିର ରାଜସ୍ୱ ୧୪୭୦ କୋଟି ଟଙ୍କା ଓ ଟିକସ ପରବର୍ତୀ ଲାଭ ୬୧ କୋଟି ଟଙ୍କା ଥିଲା ।
ସାରା ଭାରତର ୨୩ଟି ରାଜ୍ୟରେ କଂପାନିର ୫୦ରୁ ଅଧିକ କାର୍ଯ୍ୟାଳୟ, ଚାରି ଜୋନାଲ୍ କାର୍ଯ୍ୟଳୟ, ୧୦ଟି ରାଜ୍ୟରେ ଗୋଦାମ ଘର, ୫୫ ପବ୍ଲିକ୍ ରେକ୍ ପରିଚାଳନା ପଏଂଟ୍ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଛନ୍ତି ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ଓ କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍ । ଇକ୍ୱିଟି ସେୟାରକୁ ବିଏସ୍‌ଇ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ ।


Share It

Comments are closed.