ଟିପିସିଓଡିଏଲ୍ ପକ୍ଷରୁ ଊର୍ଜା ମେଳା ଆୟୋଜିତ, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭିଳାଷ ତ୍ୱରାନ୍ୱିତ


କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ବାଟ ଦେଖାଇଲେ ଛାତ୍ରଛାତ୍ରୀ: ଊର୍ଜା ମେଳା ଭୁବନେଶ୍ୱରରେ ଦୀର୍ଘସ୍ଥାୟୀ ଶକ୍ତିରେ ନବସୃଜନ ପ୍ରଦର୍ଶିତ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟେଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ପ୍ରମୁଖ ସିଏସ୍‌ଆର୍ ଅଭିଯାନ କ୍ଲବ୍ ଏନର୍ଜି ଅଧୀନରେ ଊର୍ଜା ମେଳା ଆୟୋଜନ କରାଯାଇଛି ।
ଓଡିଏମ୍ ଗ୍ଲୋବାଲ୍ ସ୍କୁଲ, ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ବିଭିନ୍ନ ସ୍କୁଲରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ବୃହତର ସମାଜରେ ଏଥିପାଇଁ ବ୍ରାଣ୍ଡ୍ ଆମ୍ବାସାଡର ହେବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ବିଭିନ୍ନ କର୍ପୋରେଟ ସଂସ୍ଥା ଓ ଜାତିସଂଘ ସଂଗଠନର ପରିଦର୍ଶକମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦୀର୍ଘସ୍ଥାୟୀତ୍ୱ ପ୍ରତି ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ଟାଟା ପାୱାରର ସ୍ୱଚ୍ଛ ଶକ୍ତି ଆମ୍ବାସାଡର ‘ଗ୍ଲୋବେ’କୁ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଶକ୍ତି ସଂରକ୍ଷଣ, ପ୍ରାକୃତିକ ସମ୍ବଳ ପରିଚାଳନା, ଜଳବାୟୁ ପରିବର୍ତନ, ସର୍କୁଲାର ଇକୋନମି, ଜାତିସଂଘ ନିରନ୍ତର ବିକାଶ ଲକ୍ଷ୍ୟ ଆଦି ବିଷୟବସ୍ତୁ ଉପରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ, ସ୍ଲୋଗାନ ଲିଖନ ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆଦିରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଲୁକାୟିତ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ତାଙ୍କର ସେହି ଅଭିନବ ପରିକଳ୍ପନାଗୁଡ଼ିକ ପରିବେଶ ଚିନ୍ତାର ମୁକାବିଲା, ସମସ୍ୟାର ସମାଧାନ ବାହାର କରିବା ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ସୂଚାଉଥିବା ବେଳେ ଦୀର୍ଘସ୍ଥାୟୀ ଅଭ୍ୟାସ ଓ ଆମ ଗ୍ରହର ସମ୍ବଳର ଦାୟିତ୍ୱବାନ ସୁରକ୍ଷାର ଗୁରୁତ୍ୱକୁ ଦର୍ଶାଉଛି । ବିଜ୍ଞାନ ପ୍ରଦର୍ଶନୀ ଓ ବେଷ୍ଟ୍ ଆଉଟ୍ ଅଫ୍ ୱେଷ୍ଟ୍ (ବର୍ଜ୍ୟରୁ ଶ୍ରେଷ୍ଠ) ମଡେଲ୍‌ରେ ବିକଳ୍ପ ଶକ୍ତି ଉତ୍ସବ ଓ ସର୍କୁଲାର ଇକୋନମି ଉପରେ ସଚେତନତା ଆଦି ଉପରେ ଅଭିନବ ମଡେଲ୍ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରି ପୃଥିବୀ ମାତାର ସୁରକ୍ଷା ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ।
କ୍ଲବ୍ ଏନର୍ଜି ହେଉଛି ଟାଟା ପାୱାରର ଏକ ପ୍ରମୁଖ ସିଏସ୍‌ଆର୍ ଅଭିଯାନ ଯାହା ସମ୍ବଳ ସଂରକ୍ଷଣ କ୍ଲବ୍‌ର ପ୍ରସାର କରୁଥିବା ବେଳେ ଦୀର୍ଘସ୍ଥାୟୀ ଶକ୍ତି ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳବାୟୁ ସହନଶୀଳତା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଊର୍ଜା ସାଥୀ ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ସ୍କୁଲଗୁଡ଼ିକରେ ହେଉଥିବା ନିୟମତି ଅଧିବେଶନରେ ଶକ୍ତି ସଂରକ୍ଷଣ, ପ୍ରାକୃତିକ ସମ୍ବଳ ପରିଚାଳନା, ଜଳବାୟୁ ପଦକ୍ଷେପ ଓ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଆଲୋଚନା ହେଉଛି ।
ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ଊର୍ଜା ମେଳା ହେଉଛି ଏକ ପ୍ରଶଂସନୀୟ ପରିକଳ୍ପନା । ସଚେତନତାକୁ ସୁଦଢ଼ କରିବା ଲାଗି ଏକ ପ୍ଲାଟଫର୍ମ ଭାବେ ଏହା କାର୍ଯ୍ୟ କରୁଛି । ଦାୟିତ୍ୱବାନ ଶକ୍ତି ବ୍ୟବହାରର ଅଭ୍ୟାସ ଉପରେ ଏହି କାର୍ଯ୍ୟକ୍ରମ ମୂଲ୍ୟବାନ ଜ୍ଞାନ ପ୍ରଦାନ କରୁଥିବା ବେଳେ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଶକ୍ତି ସମ୍ବଳର ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରୁଛି ।
ଶକ୍ତି ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଊର୍ଜା ମେଳା ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ ଆଲୋକପାତ କରିଛନ୍ତି । କଳାତ୍ମକ ଭାବ ପ୍ରକାଶ କରିବାରରେ କେବଳ ସୀମିତ ନହୋଇ ଏହି କାର୍ଯ୍ୟକ୍ରମରେ ଜରୁରୀକାଳୀନ ପରିବେଶ ସମସ୍ୟା ଓ ଜଳବାୟୁ ପରିବର୍ତନକୁ ଭଲ ଭାବେ ବୁଝାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ସମାଜରେ ସଚେତନତାକୁ ବଢ଼ାଇବାରେ ଯୋଡ଼ିହେବା ଏବଂ ଏକ ଉଜ୍ୱଳ ଭବିଷ୍ୟତ ପାଇଁ ଦୀର୍ଘସ୍ଥାୟୀ ଅଭ୍ୟାସକୁ ଆପଣେଇବା ପାଇଁ ଶ୍ରୀ ସିଂହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।


Share It

Comments are closed.